Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ନବାବ ମଲିକଙ୍କ ଆରୋପକୁ ଅସ୍ବୀକାର କଲେ କାସିଫ ଖାନ: କହିଲେ, ଡ୍ରଗ୍ସ ସହ ମୋର କୌଣସି ଲେନାଦେନା ନାହିଁ, ୱାନଖେଡେଙ୍କୁ ଜାଣିନି

29/10/2021 at 4:11 PM

ମୁମ୍ବାଇ ୨୯/୧୦ : ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ମନ୍ତ୍ରୀ ନବାବ ମଲିକ ଲଗାତାର ଜଣେ ଦାଢ଼ିଵାଲା ବ୍ୟକ୍ତି ସମ୍ପର୍କରେ କହୁଥିଲେ। ପରେ ମଲିକ ଖୁଲାସା କରିଥିଲେ ଯେ ସେ ଫ୍ୟାସନ ଟିଭିର ଏମଡି କାସିଫ ଖାନ। ପ୍ରଥମଥର କାସିଫ ଖାନ ଏକ ଗଣମାଧ୍ୟମ ସହ କଥା ହୋଇଛନ୍ତି ଓ ମଲିକଙ୍କ ସବୁ ଅଭିଯୋଗକୁ ଅସ୍ବୀକାର କରିଛନ୍ତି। କାସିଫ ଖାନ କହିଛନ୍ତି ଯେ ନବାବ ମଲିକଙ୍କୁ କେହି ଜଣେ ଭୁଲ ଖବର ଦେଇଛନ୍ତି। ତାଙ୍କ ବିରୋଧରେ ଯେଉଁ ଆରୋପ ଲଗାଯାଇଛି ତାହା ମିଛ।

କାସିଫ ଖାନ କହିଛନ୍ତି, “କ୍ରୁଜକୁ ଅସ୍ତ୍ର ନେଇଯିବା କଥା ଭୁଲ। ମଲିକ କାହିଁକି ଏସବୁ କରୁଛନ୍ତି ମୁଁ ଜାଣିନି। ମୋ ଉପରେ ଲଗାଯାଇଥିବା ଆରୋପ ମିଛ। ଡ୍ରଗ୍ସ ସହ ମୋର କୌଣସି ଲେନାଦେନା ନାହିଁ। ମୁଁ ତ ସିଗାରେଟ ବି ଟାଣେନି। ମୁଁ କୌଣସି ପାର୍ଟି ଆୟୋଜନ କରିନଥିଲି। ପାର୍ଟି ଦିଲ୍ଲୀର ଏକ ଇଭେଣ୍ଟ କମ୍ପାନୀ ତରଫରୁ ଆୟୋଜନ କରାଯାଇଥିଲା।”

ନବାବ ମଲିକ ଶୁକ୍ରବାର ଦିନ ଫ୍ୟାସନ ଟିଭିର ମୁଖ୍ୟ କାସିଫ ଖାନଙ୍କ ଗିରଫ ଦାବି କରିଥିଲେ। ମଲିକ ଆରୋପ ଲଗାଇଥିଲେ ଯେ କାସିଫ ଡ୍ରଗ୍ସ, ସେକ୍ସ ଓ ପର୍ଣ୍ଣୋଗ୍ରାଫି ରାକେଟ ଚଳାଏ ଓ ସମୀର ୱାନଖେଡେଙ୍କ ଘନିଷ୍ଠ ବନ୍ଧୁ।

ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାନଖେଡେଙ୍କ ଉପରେ ନିଜର ଏକ୍ସପୋଜର୍ ସିରିଜ୍ ଜାରି ରଖି ନବାବ ମଲିକ କହିଥିଲେ ଯେ, ସେ କ୍ରୁଜରେ ଉପସ୍ଥିତ ଥିବା ଦାଢ଼ିଵାଲା ବ୍ୟକ୍ତି ସମ୍ପର୍କରେ କହିଛନ୍ତି ଯିଏ ଜଣେ ଯୁବତୀ ସହ ଡ୍ୟାନ୍ସ କରୁଥିଲେ। ସେ ଫ୍ୟାସନ ଟିଭି ଚାନେଲର ମୁଖ୍ୟ କାସିଫ ଖାନ ଯିଏ ମୁମ୍ବାଇ-ଗୋଆ କ୍ରୁଜରେ ଉପସ୍ଥିତ ଥିଲେ।

   Related Posts