ରାମ ମନ୍ଦିର ଭୂମିପୂଜନରେ ମୋଦି ପିନ୍ଧିବେ ବିଶେଷ ବସ୍ତ୍ର : କାଶୀର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ବିଶେଷ ଅଙ୍ଗବସ୍ତ୍ର

Published By : Prameya-News7 Bureau | August 01, 2020 IST

ବାରଣାସୀ ୦୧/୦୮ : ଅଯୋଧ୍ୟାରୁ କାଶୀ ଯାଏଁ ରାମ ନାମ ଗୁଞ୍ଜରଣ ହେଉଛି | ପ୍ରତ୍ୟେକ ରାମ ଭକ୍ତ ନିଜ ତରିକାରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତି ଅର୍ପଣ କରୁଛନ୍ତି | ରାମ ମନ୍ଦିର ଭୂମିପୂଜନ ପାଇଁ ଗଙ୍ଗାଜଳ ଓ ମାଟି ଅଯୋଧ୍ୟାକୁ ପଠାଯାଇଛି | ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିର ଭୂମିପୂଜନ କରିବେ | ମୋଦିଙ୍କ ପାଇଁ ରାମ ନାମ ଅଙ୍ଗ ବସ୍ତ୍ର ପ୍ରସ୍ତୁତ କରାଯାଇଛି | ଏଥିରେ ବାରଣାସୀ ବୁଣାକାରଙ୍କ ଅଦ୍ଭୁତ ସଙ୍ଗମ ରହିଛି | ଏହି ଅଙ୍ଗବସ୍ତ୍ର ତିଆରି କରୁଥିବା ବୁଣାକାର ବାରଣାସୀର ବୁଣାକାର | ସେ ବାରଣାସୀର ଅଧିକାରୀଙ୍କ ଦ୍ୱାରା ଏହି ଅଙ୍ଗବସ୍ତ୍ର ମୋଦିଙ୍କ ପଠାଇବେ |

{"id":308527,"sizeSlug":"large"}

ବାରଣାସୀ ସାରନାଥ ସ୍ଥିତ ଛାହି ଗାଁରେ ରହୁଥିବା ବୁଣାକାର ମାଷ୍ଟର ବଚ୍ଚା ଲାଲ ମୌର୍ଯ୍ୟ ଏହି ଅଙ୍ଗବସ୍ତ୍ର ପ୍ରସ୍ତୁତ କରିଛନ୍ତି | ଏହା ବିଶେଷ ଭାବେ ମୋଦିଙ୍କ ପାଇଁ ତିଆରି କରାଯାଇଛି | ଏହାର ବିଶେଷତ୍ୱ ହେଲା ଏହାକୁ କୋୖଲିଗ୍ରାଫି ବିଧିରେ ତିଆରି କରାଯାଇଛି | ବୁଣାକାର କହିଛନ୍ତି ଏହାକୁ ପ୍ରସ୍ତୁତ କରିବା ପାଇଁ ପାଖାପାଖି ୧୫ ଦିନ ସମୟ ଲାଗିଛି | ଏହି ଅଙ୍ଗବସ୍ତ୍ରକୁ ଡିଜାଇନ, ନକ୍ସା, ପତ୍ର ଆଦି ପ୍ରସ୍ତୁତ କରି ତିଆରି କରାଯାଇଛି | ଏହାକୁ ହ୍ୟାଣ୍ଡଲୂମ ଦ୍ୱାରା 22x72 ସାଇଜରେ ବୁଣାଯାଇଛି |

{"id":308528,"width":578,"height":391,"sizeSlug":"large"}

ଜିଆଇ ବିଶେଷଜ୍ଞ ରଜନୀକାନ୍ତ କହିଛନ୍ତି, ଜିଆଇ ଉତ୍ପାଦ ଏବଂ ଓଡିଓପିରେ ସାମିଲ ସିଲ୍କର ଏହି ଅଙ୍ଗବସ୍ତ୍ରରେ ସାମାଜିକ ସମରସତ୍ତା ଭାବ ସର୍ବୋପରି | ଭଗବାନ ଶିବ ଓ ରାମଙ୍କ ମିଳନରେ ସାରା ବିଶ୍ୱର କଲ୍ୟାଣ ଏହି ଧନୁଚରେ ନିହିତ ଯାହା ଅଙ୍ଗବସ୍ତ୍ରରେ ବୁଣାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.