ଶିବ ଭକ୍ତଙ୍କ ଉପରେ ମହଙ୍ଗା ମାଡ: କାଶୀ ବିଶ୍ୱନାଥ ମନ୍ଦିରରେ ଶୁଳ୍କ ଦୁଇଗୁଣ, ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ପାଇଁ ଦେବାକୁ ହେବ ଏକ ଲକ୍ଷ ଟଙ୍କା

Published By : Prameya-News7 Bureau | July 26, 2021 IST

ବାରାଣାସୀ, ୨୬/୦୭ : ଜୁଲାଇ ୨୫ ତାରିଖରୁ ଶ୍ରାବଣ ମାସ ଆରମ୍ଭ ହୋଇଛି। ଶ୍ରାବଣ ମାସରେ ବାରାଣାସୀରେ ଅବସ୍ଥିତ ଶ୍ରୀ କାଶୀ ବିଶ୍ୱନାଥଙ୍କ ମଙ୍ଗଳ ଆଳତୀରେ ଯୋଗଦେବା ଏବଂ ସହଜ ଦର୍ଶନ ପାଇଁ ଭକ୍ତମାନଙ୍କୁ ପୂର୍ବ ଅପେକ୍ଷା ଅଧିକ ଦେୟ ଦେବାକୁ ପଡିବ।

ଶ୍ରାବଣ ସୋମବାରର ମଙ୍ଗଳ ଆଳତୀ ପାଇଁ ଦେୟ ଦ୍ୱିଗୁଣିତ ହୋଇଛି। ଏଥି ସହିତ ସୁଗମ ଦର୍ଶନ ପାଇଁ ଶୁଳ୍କ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ଶୁକ୍ରବାର ଅପରାହ୍ନରେ କାଶୀ ବିଶ୍ୱନାଥ ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ କୁମାର ବର୍ମା ଏହି ସୂଚନା ଦେଇଛନ୍ତି।

{"id":486184,"sizeSlug":"large","linkDestination":"none"}

ମନ୍ଦିରର ସିଇଓ କହିଛନ୍ତି ଯେ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ଜଣେ ଶାସ୍ତ୍ରୀଙ୍କ ସହ ରୁଦ୍ରାଭିଷେକ କରିବା ପାଇଁ ୭୦୦ ଟଙ୍କା ଦେବାକୁ ପଡିବ। ୫ ଶାସ୍ତ୍ରୀଙ୍କ ସହ ରୁଦ୍ରାଭିଷେକ ପାଇଁ ୨୧୦୦ ଟଙ୍କା ଦେବାକୁ ପଡିବ। ସେହିଭଳି ଗୋଟିଏ ଦିନରେ ୩୨ ଶାସ୍ତ୍ରୀଙ୍କ ଦ୍ୱାରା ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରାଇବା ପାଇଁ ଏକ ଲକ୍ଷ ଟଙ୍କା ଦେବାକୁ ପଡିବ। ୫ ଦିନ ପର୍ଯ୍ୟନ୍ତ ୭ ଜଣ ଶାସ୍ତ୍ରୀଙ୍କ ଦ୍ୱାରା ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରାଇବା ପାଇଁ ୫୦ ହଜାର ଟଙ୍କା ମନ୍ଦିର ଶୁଳ୍କ ଦେବାକୁ ପଡିବ।

{"id":486185,"sizeSlug":"large","linkDestination":"none"}

ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ଶ୍ରାବଣ ପ୍ରଥମ ସୋମବାର ଅର୍ଥାତ ଜୁଲାଇ ୨୬ରେ ଭଗବାନ ଶିବଙ୍କ ଶୃଙ୍ଗାର ହେବ। ଦ୍ୱିତୀୟ ସୋମବାର ଅର୍ଥାତ୍ ଅଗଷ୍ଟ ୨ରେ ଭଗବାନ ଶଙ୍କର ଏବଂ ମାତା ପାର୍ବତୀଙ୍କୁ ଶୃଙ୍ଗାର ହେବ। ତୃତୀୟ ସୋମବାର ଅର୍ଥାତ୍ ଅଗଷ୍ଟ ୯ ରେ ଅର୍ଦ୍ଧନାରୀଶ୍ୱରଙ୍କ ଶୃଙ୍ଗାର ହେବ। ସେଦିନ ଭଗବାନ ଶିବ ଓ ମାତା ପାର୍ବତୀ ଅର୍ଦ୍ଧନାରୀଶ୍ୱର ରୂପରେ ପୂଜା ପାଇବେ। ଚତୁର୍ଥ ସୋମବାର ଅର୍ଥାତ୍ ୧୬ ଅଗଷ୍ଟରେ ଭଗବାନ ବିଶ୍ୱନାଥଙ୍କୁ ରୁଦ୍ରାକ୍ଷରେ ସୁସଜ୍ଜିତ କରାଯିବ। ପୂର୍ଣ୍ଣିମା ଅର୍ଥାତ ଅଗଷ୍ଟରେ ୨୨ ତାରିଖରେ ଶିବ-ପାର୍ବତୀ ଏବଂ ଗଣେଶଙ୍କର ଚଳନ୍ତି ପ୍ରତିମାକୁ ଦୋଳିରେ ସୁସଜ୍ଜିତ କରାଯିବ।
ମଙ୍ଗଳ ଆଳତୀ (ଅନ୍ୟ ଦିନ) - ୭୦୦ ଟଙ୍କା
ମଙ୍ଗଳ ଆଳତୀ (ଶ୍ରାବଣ ମାସ) - ୧୫୦୦ ଟଙ୍କା
ସୁଗମ ଦର୍ଶନ (ଅନ୍ୟ ଦିନ) - ୫୦୦ ଟଙ୍କା
ସୁଗମ ଦର୍ଶନ (ଶ୍ରାବଣ) - ୭୫୦ ଟଙ୍କା
ମଧ୍ୟାହ୍ନ ଭୋଗ ଆଳତୀ - ୨୦୦ ଟଙ୍କା
ସପ୍ତର୍ଷି ଆଳତୀ - ୨୦୦ ଟଙ୍କା
ସ୍ତ୍ରୀ ଶୃଙ୍ଗାର - ୨୦୦ ଟଙ୍କା
ଶ୍ରାବଣ ସୋମବାର ସନ୍ୟାସୀ ଭୋଗ - ୭୫୦୦ ଟଙ୍କା
ଶ୍ରାବଣ ସୋମବାର ଶୃଙ୍ଗାର - ୧୫ ହଜାର ଟଙ୍କା
ପୂର୍ଣ୍ଣିମା ଶୃଙ୍ଗାର - ୩୭୦୦ ଟଙ୍କା
ଅଖଣ୍ଡ ଦୀପ - ୭୦୦ ଟଙ୍କା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.