Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

୬ ମାସ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ସଙ୍କଟ ମୋଚନଙ୍କ ଦ୍ଵାର: ଗାଇଡ୍‌ଲାଇନ୍ ପାଳନ କରିବା ଅନିବାର୍ଯ୍ୟ

20/09/2020 at 2:43 PM

ବାରାଣାସୀ ୨୦/୦୯ : କରୋନା ମହାମାରୀ ସାରା ଦେଶରେ ବସ, ଟ୍ରେନ, ବିମାନ ସେବାରେ ବ୍ରେକ ଲଗାଇଥିଲା । କେବଳ ସେତିକି ନୁହେଁ ସ୍କୁଲ କଲେଜ ସହ ମନ୍ଦିର ଦ୍ୱାର ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଥିଲା । ମନ୍ଦିରରେ ରୀତିନୀତି ଅନୁଯାୟୀ ଠାକୁରଙ୍କ ପୂଜାର୍ଚ୍ଚନା ହେଉଥିଲା କିନ୍ତୁ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ସରକାର କଟକଣା ଲଗାଇଥିଲେ । ଅନଲକ ପରେ ବର୍ତ୍ତମାନ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଦ୍ୱାର ଖୋଲି ଯାଇଛି ।

କରୋନା ଲକଡାଉନ ସମୟରେ ଧର୍ମ ନଗରୀ କାଶୀର ମଧ୍ୟ ସବୁ ମନ୍ଦିର ବନ୍ଦ ଥିଲା । କାଶୀ ବିଶ୍ୱନାଥ ମନ୍ଦିର ଓ କାଶୀ କାଳଭୈରବ ମନ୍ଦିର ଖୋଲିବା ପରେ ବର୍ତ୍ତମାନ କାଶୀର ପ୍ରସିଦ୍ଧ ସଙ୍କଟ ମୋଚନ ଶ୍ରୀହନୁମାନଙ୍କ ମନ୍ଦିର ଖୋଲିଚି । ସଂକ୍ରମଣ ଏଡ଼ାଇବା ପାଇଁ କରୋନା ଗାଇଡଲାଇନ ଅନୁଯାୟୀ ହନୁମାନ ମନ୍ଦିର ଖୋଲାଯାଇଛି । ଶ୍ରଦ୍ଧାଳୁ ଏହି ଗାଇଡଲାଇନ ପାଳନ କରିବା ଅନିବାର୍ଯ୍ୟ ।

ସୂଚନା ଅନୁଯାୟୀ, ହନୁମାନ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରତିଦିନ ସକାଳ ୬ଟା ରୁ ସାଢେ ୧୦ଟା ଯାଏଁ ଓ ଅପରାହ୍ନ ୩ଟା ରୁ ସାଢେ ୭ଟା ଯାଏଁ ଖୋଲା ରହିବ । ଏହି ସମୟରେ ଶ୍ରଦ୍ଧାଳୁ ସଙ୍କଟ ମୋଚନଙ୍କ ଦର୍ଶନ କରିପାରିବେ । ମନ୍ଦିର ଯିବା ପାଇଁ ମାସ୍କ ପିନ୍ଧିବା ଅନିବାର୍ଯ୍ୟ । ବିନା ମାସ୍କରେ ମନ୍ଦିରକୁ ପ୍ରବେଶ ନିଷେଧ । ଏହାସହ ସାମାଜିକ ଦୂରତା ମଧ୍ୟ ପାଳନ କରିବାକୁ ହେବ । ଏଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ସମସ୍ତ ଗାଇଡଲାଇନ ପାଳନ କରାଯିବ ।

   Related Posts