Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଅଲକାଇଦା ଆତଙ୍କୀଙ୍କ ଠାରୁ କାଶୀ, ମଥୁରା ଓ ଅନେକ ଧାର୍ମିକସ୍ଥଳର ନକ୍ସା ଜବତ: ବିସ୍ଫୋରଣ ପାଇଁ ତିଆରି କରିଥିଲେ ପ୍ରେସର କୁକର ବୋମା

12/07/2021 at 3:13 PM

ନୂଆଦିଲ୍ଲୀ ୧୨/୦୭ : ଉତ୍ତର ପ୍ରଦେଶ ପୋଲିସର ଆତଙ୍କବାଦ ବିରୋଧୀ ଟିମ ଏଟିଏସକୁ ବଡ ସଫଳତା ମିଳିଛି। ରବିବାର ଦିନ ଲକ୍ଷ୍ନୌରୁ ଯେଉଁ ୨ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା ତାଙ୍କ ପାଖରୁ ଉତ୍ତର ପ୍ରଦେଶର ଅନେକ ସହରର ନକ୍ସା ମିଳିଛି। ଏଟିଏସ ସୂତ୍ର ଅନୁଯାୟୀ, ଅଲକାଇଦା ସମର୍ଥିତ ଏହି ଦୁଇ ଆତଙ୍କବାଦୀ କୌଣସି ବଡ ଧରଣର ହମଲା ପାଇଁ ଯୋଜନା କରୁଥିଲେ। ଖବର ଅନୁଯାୟୀ ଏହି ଆତଙ୍କବାଦୀ କୌଣସି ୱେବସାଇଟ ଦେଖି ବୋମା ତିଆରି କରିବା ଶିଖିଥିଲେ। ଅଲକାଇଦାର ଦୁଇ ସନ୍ଦିଗ୍ଧ ପଚରାଉଚୁରା ବେଳେ କହିଛନ୍ତି ଯେ ଏମାନେ ମାତ୍ର ୩ ହଜାର ଟଙ୍କାରେ ପ୍ରେସର କୁକର ବୋମା ତିଆରି କରିଥିଲେ।

ସୂତ୍ର ଅନୁଯାୟୀ, ଉତ୍ତର ପ୍ରଦେଶ ଏଟିଏସ ହାତରେ ଏକ ମୋଡ୍ୟୁଲ ମଧ୍ୟ ପଡିଛି। ଏହାର ନାଁ DO IT YOURSELF (DIY) ଅର୍ଥାତ ନିଜ କାମ ନିଜେ କର। ଗିରଫ ହୋଇଥିବା ଦୁଇ ଆତଙ୍କବାଦୀ ଏହି DIY) ମୋଡ୍ୟୁଲ ଉପରେ କାମ କରୁଥିଲେ। ଏମାନେ ନିଜ ଟଙ୍କାରେ ଇ-ରିକ୍ସାରେ ଲାଗୁଥିବା ବ୍ୟାଟେରୀ ଜରିଆରେ ବୋମା ତିଆରି କରିବାକୁ ଚେଷ୍ଟା କରିଥିଲେ।

ସୂତ୍ର ଅନୁଯାୟୀ, ଏହି ଦୁଇଜଣ ଆତଙ୍କୀ ଇଣ୍ଟରନେଟ ଜରିଆରେ ଅଲକାଇଦା ସମ୍ପର୍କରେ ଆସିଥିଲେ। ଦୁହେଁ ଲଗାତାର ଉମର ଅଲ ମଦନୀ ସହ କଥାବାର୍ତ୍ତା କରୁଥିଲେ। ତା କହିବା ଅନୁଯାୟୀ ଏମାନେ ବୋମା ମଧ୍ୟ ତିଆରି କରିଥିଲେ। ବୋମା ତିଆରି କରିବାରେ ଏମାନେ ସଫଳ ମଧ୍ୟ ହୋଇଥିଲେ। ବୋମା ତିଆରି କରିବା ପରେ ଏହି ଆତଙ୍କବାଦୀ ଟାର୍ଗେଟ ଖୋଜୁଥିଲେ ବୋଲି କୁହାଯାଉଛି। କେବେ ଓ କେଉଁଠି ହମଲା କରିବାର ଅଛି ସେ ଅପେକ୍ଷାରେ ଥିଲେ। ସୁରକ୍ଷା ଏଜେନ୍ସି ଦ୍ୱାରା ଏକ ବଡ ହମଲା ଟଳିଯାଇଛି। ଯଦି କୌଣସି ଜନବହୁଳ ସ୍ଥାନରେ ପ୍ରେସର କୁକର ବୋମା ରଖିବାରେ ସଫଳ ହୋଇଥାନ୍ତେ ତାହେଲେ ଏକ ବଡ ଘଟଣା ଘଟିଥାନ୍ତା।

ଏଟିଏସ ସୂତ୍ରରୁ ଜଣାପଡିଛି ଯେ ଆତଙ୍କୀଙ୍କ ଠାରୁ କାଶୀ ଓ ମଥୁରାର ଧାର୍ମିକ ସ୍ଥଳମାନଙ୍କର ନକ୍ସା ମିଳିଛି। ଏହି ନକ୍ସାକୁ ବିଭିନ୍ନ ପଏଣ୍ଟରେ ଚିହ୍ନଟ କରାଯାଇଛି। ଗୋରଖପୁରର ଏକ ଅଞ୍ଚଳର ଡିଟେଲ ମଧ୍ୟ ଆତଙ୍କୀଙ୍କଠୁ ଜବତ ହୋଇଛି। ତାଛଡା ରାଜ୍ୟର ଅନେକ ବଡ ବଡ ସହରର ସାର୍ବଜନିକ ଓ ଧାର୍ମିକ ସ୍ଥଳର ପୁରା ଡାଟା ଜବତ ହୋଇଛି। ଏଟିଏସ ୨୪ ଘଣ୍ଟାରେ ଡଜନରୁ ଅଧିକ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇ ପଚରାଉଚୁରା କରୁଛି।

   Related Posts