Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏରିକା ଫର୍ଣ୍ଣାଣ୍ଡିସ୍ ମାନିଗଲେ ରିଲେସନଶିପ୍ : କହିଲେ ୩ବର୍ଷ ହେବ ସମ୍ପର୍କ ଯୋଡ଼ିଛି

29/06/2020 at 11:11 AM

ମୁମ୍ବାଇ ୨୯/୬: କସୌଟି ଜିନ୍ଦଗୀ କି ୨ରେ ପ୍ରେରଣାଙ୍କ ଭୂମିକାରେ ସମସ୍ତଙ୍କ ହୃଦୟ ଜିତୁଥିବା ଏରିକା ଫର୍ଣ୍ଣାଣ୍ଡିସ୍ ନିକଟରେ ରିଲେସନଶିପ୍ ଥିବାର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ସେ ୩ବର୍ଷ ହେବ ରିଲେସନଶିପରେ ଅଛନ୍ତି। ଏକ ଚ୍ୟାଟରେ ଏରିକାଙ୍କୁ ସେ ସିଙ୍ଗଲ୍ ଥିବା ସମ୍ପର୍କରେ ପଚରାଯାଇଥିଲା। ସେତେବେଳେ ସେ ରିଲେସନଶିପରେ ଥିବା କଥା କହିଥିଲେ।


ଏରିକା ଏହା ମଧ୍ୟ କହିଥିଲେ ଯେ ଏହି ବ୍ୟକ୍ତି ଇଣ୍ଡଷ୍ଟ୍ରିରୁ ନୁହଁନ୍ତି। ଏରିକାଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ସେ କିପରି ସେ ରିଲେସନଶିପକୁ ଭଲ ଭାବେ ହ୍ୟାଣ୍ଡଲ୍ କରୁଛନ୍ତି ସେତେବେଳେ ସେ କହିଥିଲେ ଯେ ପ୍ରତି ରିଲେସନଶିପରେ ଭଲ ମନ୍ଦ ଚାଲିଥାଏ। କିନ୍ତୁ ଉଭୟଙ୍କୁ ବୁଝିବାକୁ ପଡ଼ିବ ଯେ ଝଗଡ଼ା ସମୟରେ ଜଣଙ୍କୁ ଶାନ୍ତ ରହିବା ଆବଶ୍ୟକ। ପରେ ଆପଣ ନିଜ କଥାକୁ ପରସ୍ପର ସହ ରଖିପାରିବେ।

ଏରିକାଙ୍କ ନାଁ ପାର୍ଥଙ୍କ ସହ ଖୁବ୍ ଯୋଡ଼ା ଯାଉଥିଲା। କିନ୍ତୁ ଦୁହେଁ ପରସ୍ପରଙ୍କ ଭଲ ବନ୍ଧୁ ବୋଲି କହିଥିଲେ।

ଲକଡାଉନ୍ ପରେ କସୌଟି ଜିନ୍ଦଗୀ କି୨ର ଶୁଟିଂ ଆରମ୍ଭ ହୋଇଯାଇଛି। ନିକଟ​‌ରେ ଶୋରେ ଅନୁରାଗଙ୍କ ଭୂମିକାରେ ଅଭିନୟ କରୁଥିବା ପାର୍ଥ ଶୁଟିଂ ସମୟର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ପାର୍ଥ ସମଥନ୍ ଫଟୋ ସେୟାର କରି ଲେଖିଛନ୍ତି ଯେ ଆମେ ସମସ୍ତେ ନର୍ମାଲକୁ ଫେରି ଆସିଛୁ। ପୂରା ୩ମାସ ପରେ ଶୁଟିଂକୁ ଫେରୁଛୁ। ହ୍ୟାଶଟ୍ୟାଗ୍ଅନଲକ୍ଇଣ୍ଡିଆ।

କିନ୍ତୁ ଟିଭି ଅଭିନେତ୍ରୀ ଏରିକା ଫର୍ଣ୍ଣାଣ୍ଡିସ୍ ଏବେ ଶୁଟିଂକୁ ଫେରିବାକୁ ପ୍ରସ୍ତୁତ ନାହାନ୍ତି। ତାଙ୍କ କହିବା ଅନୁସାରେ ସେ ଏବେ ବାହାରର ପରିସ୍ଥିତିକୁ ଆଖି ଆଗରେ ରଖି ଶୁଟିଂକୁ ଫେରିବେ ନାହିଁ।

   Related Posts