ଧାରାବାହିକ 'କସୌଟୀ ଜିନ୍ଦଗୀ କି' ମୁଖ୍ୟ ଅଭିନେତା ପାର୍ଥ ସମଥାନ୍ କରୋନା ପଜିଟିଭ୍

Published By : Prameya-News7 Bureau | July 12, 2020 IST

ମୁମ୍ବାଇ ୧୨/୦୭ : ଚର୍ଚ୍ଚିତ ଟିଭି ଧାରାବାହିକ 'କସୌଟୀ ଜିନ୍ଦଗୀ କି'ରେ ଅନୁରାଗ ବାସୁଙ୍କ ଭୂମିକାରେ ଅଭିନୟ କରୁଥିବା ମୁଖ୍ୟ କଳାକାର ପାର୍ଥ ସମଥାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହା ପୂର୍ବରୁ ସେ ନିଜେ ଖୁଲାସା କରିଥିଲେ ଯେ ସେ ଡିପ୍ରେସନର ଶିକାର ହୋଇଛନ୍ତି | ସେତେବେଳେ ତାଙ୍କ ମୁଣ୍ଡକୁ ନାନା ନକାରାତ୍ମକ ଚିନ୍ତା ଆସୁଥିଲା | ସେଥିପାଇଁ ସେ ବହୁତ ଚିନ୍ତିତ ହୋଇପଡିଥିଲେ | ପାର୍ଥ ସମଥାନ ଇନ୍ସଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ଡିପ୍ରେସନରୁ କିପରି ବାହାରିବାକୁ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ | ବର୍ତ୍ତମାନ ସେ କରୋନାରେ ସଂକ୍ରମିତ ହୋଇଛନ୍ତି |

wp:core-embed/instagram {"url":"https://www.instagram.com/p/CCilMhUHiYq/","type":"rich","providerNameSlug":"instagram","className":""}
https://www.instagram.com/p/CCilMhUHiYq/
/wp:core-embed/instagram

ନିଜ ଇନ୍ସଟାଗ୍ରାମ ପୋଷ୍ଟରେ ସେ ଲେଖିଥିଲେ ଯେ, 'ମୁଁ ସମସ୍ତ ବନ୍ଧୁ ଓ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଉଛି ଯେଉଁମାନେ ମୋତେ ସକାରାତ୍ମକ ଚିନ୍ତାଧାରା ଏବଂ ଜଣେ ଭଲ ମଣିଷ ହେବାରେ ସାହାଯ୍ୟ କରିଛନ୍ତି | ଲକଡାଉନ ବେଳେ ମୋତେ ଡିପ୍ରେସନର ସାମ୍ନା ହେବାକୁ ପଡିଛି | କିନ୍ତୁ ଏହି ମୁହୂର୍ତ୍ତ ମୋତେ ଆହୁରି ମଜବୁତ କରିଛି ଏବଂ ଆଗକୁ ବଢିବାକୁ ସାହାଯ୍ୟ କରିଛି | ମହାମାରୀ ସମାପ୍ତ ହେବାପରେ ଆମେ ପୁଣି ଦୁନିଆକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ |'

wp:core-embed/instagram {"url":"https://www.instagram.com/p/CCGohqIHTUu/","type":"rich","providerNameSlug":"instagram","className":""}
https://www.instagram.com/p/CCGohqIHTUu/
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.