ଶରତର ଧଳା ମେଘ ଭର୍ତ୍ତି ଆକାଶ ତଳେ କାଶତଣ୍ଡୀର ସମ୍ଭାର: ପାର୍ବଣ ଆଗମନର ଦେଲାଣି ସୂଚନା...

Published By : Prameya-News7 Bureau | September 14, 2019 IST

ବାଲେଶ୍ବର( ବ୍ରହ୍ମ ରଥ)୧୪|୯: ପବନରେ ଦୋଳି ଖେଳୁଛି କାଶତଣ୍ଡୀ  । ପାଖରୁ ଦେଖିଲେ  ଯେ କେହି ଆନମନା ହୋଇଯିବ । ଆଉ ଦୂରରୁ ଦେଖିଲେ ଲାଗୁଛି ଯେମିତି ଧରଣୀ ରାଣୀ ଉପରେ ଢାଙ୍କି ହୋଇ ପଡିଛି ଧଳା ଚାଦରଟିଏ ।

{"id":157542}

ବାସ ହୀନ କାଶତଣ୍ଡୀ ।ଦେବ ପୂଜାରେ ବି ଲାଗେନାହିଁ ।  ହେଲେ ଶରତରେ  ଧରା ପୃଷ୍ଠର ସୌନ୍ଦର୍ଯ୍ୟକୁ  କରୁଛି ଶତଗୁଣିତ । କାଶ ତଣ୍ଡୀ ଫୁଟିବା  ପାଇଁ ଲୋଡ଼ା ନଥାଏ କୌଣସି ଉଦ୍ୟାନ  କି ମାଳିର ଯତ୍ନ । ନଈ ପଠା , ରାସ୍ତା ପାର୍ଶ୍ବ, ବିଲ ପାଖ ଯେଉଁଠି ପାରୁଛି ସେଇଠି ଫୁଟୁଛି ଆଉ  ବଢ଼ାଉଛି ଧରଣୀ ରାଣୀର ସୌନ୍ଦର୍ଯ୍ୟ  ।ଭାବୁକକୁ ଭାବ ବିହ୍ବର କରୁଛି  କାଶତଣ୍ଡୀ ।

{"id":157544}

କବିଙ୍କ ଭାଷାରେ-

wp:paragraph {"align":"center"}

ଶରତ ଆସୁଛି ମରତକୁ ବୁଲି

wp:paragraph {"align":"center"}

କହିଦେଇହଲା ବରଷା ରାଣୀ

wp:paragraph {"align":"center"}

ପହିଲି ଅଶିଣ, ପହିଲି ଛୁଆଁରେ

wp:paragraph {"align":"center"}

ଶିହିରି ଉଠୁଛି ସତେ ଧରଣୀ

wp:paragraph {"align":"center"}

ଶରତକୁ ତୁମ ସୁଷମାରେ ଆଜି

wp:paragraph {"align":"center"}

ଛୁଟେ ସେଫାଳୀର ବାସ

wp:paragraph {"align":"center"}

ତୁମ ଆଗମନେ ମା ପାଇଁ ପରା

wp:paragraph {"align":"center"}

କାଶତଣ୍ଡୀ ଓଠେ ହସ...

{"id":157546}

ସେହିଭଳି କବି ଅଶୋକ ମହାପାତ୍ରଙ୍କ କବିତାର ଘୋଟିଏ ପଙ୍କ୍ତି ହେଲା-

wp:paragraph {"align":"center"}

କେମିତି ସେ ଦୃଶ୍ୟ ସ୍ମିତହାସ୍ୟ ବୋଳା

wp:paragraph {"align":"center"}

ପାଉଁଜିର ରୁଣୁଝୁଣୁ ସଜଦାଣ୍ଡ ଓଳା

wp:paragraph {"align":"center"}

ଗଙ୍ଗଶିଉଳି ପଞ୍ଝାରେ ବାଡିପଟ ଚଉତାରା

wp:paragraph {"align":"center"}

ନଈପଠା ଓଠଧାରେ କାଶତଣ୍ଡୀ ପଦ୍ମତୋଳା...

{"id":157547}

କାଶତଣ୍ଡୀ ଫୁଟିଲେ ସୂଚାଇଦିଏ ମା  ଧରା ପୃଷ୍ଠକୁ ଓହ୍ଲାଇବେ ବୋଲି । ଲାଗେ ସତେ ଯେମିତି ଧରଣୀ ରାଣୀ ଶୁଭ୍ର ଶାଢ଼ୀ ପିନ୍ଧି ମାଙ୍କ ସ୍ବାଗତ ପାଇଁ ଅନାଇ ବସିଛି  । କାଶତଣ୍ଡୀ ପବନରେ ଯେତିକି ଜୋରେ ହସି ଦୋଳି ଖେଳୁଛି, ଖରାରେ ସେତିକି ଚକ୍ ଚକ୍ କରୁଛି  ।

{"id":157548}

ସେଥିପାଇଁ ତ କବି, ଲେଖକ ଟିକିଏ ଅଧିକ ଭାବୁକ ହୋଇପଡିଛନ୍ତି । କାଶତଣ୍ଡୀ ଏମାନଙ୍କ କଲମ ମୁନକୁ ଅଧିକ  ଚଳଚଞ୍ଚଳ କରାଇଦେଉଛି ।ପାର୍ବଣ ଆସିଛି ବୋଲି ସୂଚାଇ ଦେଉଛି କାଶତଣ୍ଡୀ । ଏବେ କେବଳ ମହିଷା ମର୍ଦ୍ଦିନୀଙ୍କ ଆଗମନକୁ ଅପେକ୍ଷା...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.