ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ; ବିଭିନ୍ନ ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଇବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
23/11/2018 at 9:02 AM

ଭୁବନେଶ୍ବର ୨୩|୧୧: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ବୋଇତ ବନ୍ଦାଣ ଉତ୍ସବ । ଆଜିର ଦିନରେ ଡଙ୍ଗା ଭସାଇବାର ପରମ୍ପରା ରହିଛି । ସେଥିପାଇଁ ବିଭିନ୍ନ ପୁଷ୍କରିଣୀ ଓ ନଦୀମାନଙ୍କରେ ଡଙ୍ଗା ଭସାଇବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ବଡି ଭୋରରୁ ବିଭିନ୍ନ ନଦୀ କୂଳ, ପୁଷ୍କରିଣୀ ଓ ଜଳାଶୟରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ଭୁବନେଶ୍ବରର ବିନ୍ଦୁ ସାଗରରେ ଦେଖିବାକୁ ମିଳିଥିଲା ପ୍ରବଳ ଜନସମାଗମ । ସେହିପରି କଟକ ଗଡଗଡିଆ ଘାଟରେ ଆଜି ଭୋରରୁ ପ୍ରବଳ ଜନ ସମାଗମ ହୋଇଥିଲା । ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ସହ କଦଳୀ ପାଟୁଅ ଓ ଶୋଲ ଡଙ୍ଗା ଭସାଇ ନୌବାଣିଜ୍ୟକୁ ମନେ ପକାଇଥିଲେ ଲୋକେ।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021