ଘଟଗାଁ ମା’ ତାରିଣୀଙ୍କ ପୀଠରେ କାର୍ତ୍ତିକ ପୂର୍ଣ୍ଣିମା ଧୁମ୍ଧାମ୍ରେ ପାଳିତ
23/11/2018 at 12:11 PM

ଘଟଗାଁ ୨୩|୧୧: ଘଟଗାଁ ମା’ ତାରିଣୀଙ୍କ ପୀଠରେ କାର୍ତ୍ତିକ ପୂର୍ଣ୍ଣିମା ଧୁମ୍ ଧାମରେ ପାଳିତ ହୋଇଛି। ଆଜି ଭୋରରୁ ମା’ଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଛି। ଶ୍ରଦ୍ଧାଳୁ ମାନେ ବୈତରଣୀ ନଦୀରେ ବୁଡ଼ ପକାଇ ମା’ ତାରିଣୀଙ୍କର ଦର୍ଶନ କରୁଛନ୍ତି। ଏହି ଅବସରରେ ମା’ ତାରିଣୀଙ୍କ ମନ୍ଦିର ପରିସରରେ ଥିବା ପୋଖରୀରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭକ୍ତଙ୍କର ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।