ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ରାଜରାଜେଶ୍ବର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

Published By : Prameya-News7 Bureau | November 12, 2019 IST

ପୁରୀ ୧୨।୧୧ : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ  ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ। ପରମ୍ପରା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରା ରାଜ ରାଜେଶ୍ବର ବେଶରେ ଭକ୍ତଙ୍କୁ ଦର୍ଶନ  ଦେବାର ବିଧି ରହିଛି । ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ବାର ସମ୍ମୁଖ ବଡ଼ଦାଣ୍ଡରେ ବ୍ୟାରିକେଡ ନିର୍ମାଣ କରାଯାଇଛି। ଆଜି କାର୍ତ୍ତିକ ବ୍ରତ ଉଦ୍ୟାପନ ହେବ। ପୂର୍ଣ୍ଣିମା ସକାଳୁ ମହୋଦଧି ସମେତ ତୀର୍ଥପୁଷ୍କରିଣୀ ଗୁଡିକରେ ଡଙ୍ଗା ଭସାଇବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଛି।

{"id":182709}

 ସୁରକ୍ଷା ବ୍ୟବସ୍ଥା ପାଇଁ ପୁରୀ ଜିଲ୍ଲାରେ ୪୦ ପ୍ଲାଟୁନ ପୁଲିସ ଫୋର୍ସ  ମୁତୟନ  କରାଯାଇଛି। ଏସ୍ପିଙ୍କ ନେତୃତ୍ବରେ ୩ ଅତିରିକ୍ତ ଏସ୍ପି, ୬ ଡିଏସ୍ପି, ୧୪୨ ପୁଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି।ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରୁଛନ୍ତି। ଭିତରକାଠ ଏବଂ ବାହାରକାଠ ପାଖରୁ ଦର୍ଶନ ସୁବିଧା ଉପଲବ୍ଧ ହେବ। ଦାରୁବ୍ରହ୍ମଙ୍କୁ ଦର୍ଶନ ପରେ ଭକ୍ତମାନେ ଉତ୍ତରଦ୍ବାର, ଦକ୍ଷିଣଦ୍ବାର ଏବଂ ପଶ୍ଚିମଦ୍ବାର ଦେଇ ପ୍ରସ୍ଥାନ କରୁଛନ୍ତି।  ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ମହୋଦଧିରେ ସ୍ନାନକରି ଶ୍ରୀମନ୍ଦିର ରତ୍ନସିଂହାସନରେ ଦାରୁବ୍ରହ୍ମଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳେ ବୋଲି ସାଧାରଣରେ ଅଖଣ୍ଡ ବିଶ୍ବାସ ରହିଛି। ସମୁଦ୍ରରେ ଗାଧୋଉଥିବା ଲୋକଙ୍କ ସୁରକ୍ଷା ପାଇଁ ୧୦୦ ତାଲିମପ୍ରାପ୍ତ ଲାଇଫଗାର୍ଡ ମୁତୟନ କରାଯାଇଛି। ଶ୍ବେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର ଏବଂ ମାର୍କଣ୍ଡେୟ ପୁଷ୍କରିଣୀରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.