Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ଶ୍ରୀମନ୍ଦିରରେ ଆଜି ଠାରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ

27/10/2020 at 8:02 AM

ପୁରୀ ୨୭।୧୦: ଶ୍ରୀମନ୍ଦିରରେ ଆଜି ଠାରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ଆଶ୍ୱୀନ ମାସ ଶୁକ୍ଳପକ୍ଷ ଏକାଦଶୀ ଅର୍ଥାତ୍ ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪ ଟାରେ ଦ୍ୱାର ଫିଟା, ତାପରେ ମଙ୍ଗଳାଆରତୀ ନୀତି ସରିଛି । ଏହାପରେ ଶ୍ରୀଜିଉଙ୍କ ଅନ୍ୟ ନୀତିକାନ୍ତି ଚାଲିଛି ।

ଆଜିର ଦିନରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ । ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପ, ବଡ଼ସିଂହାର ବେଶ ଆଦି ନୀତି କରାଯିବ । ସେହିପରି ନଭେମ୍ବର ୨୫ ତାରିଖରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ, ୨୬ ତାରିଖରେ ବାଙ୍କଚୁଡ଼ ବେଶ, ୨୭ ରେ ନାଗାର୍ଜୁନ ବେଶ, ୨୮ ତାରିଖରେ ତ୍ରିବିକ୍ରମ ବେଶ, ୨୯ ତାରିଖରେ ଲକ୍ଷ୍ମୀନୃସିଂହ ବେଶ ସହ ଶେଷରେ ୩୦ ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ।ସବୁ ସେବାୟତଙ୍କ ଭିତରେ ସହଯୋଗ ରଖି ମହାପ୍ରଭୁଙ୍କ ନୀତିକୁ ସୁରୁଖୁରୁରେ ସମ୍ପାଦନ କରାଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି

   Related Posts