Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଶ୍ରୀଜିଉଙ୍କ କାର୍ତ୍ତିକ ନୀତି, ଆସନ୍ତା ୧୬ରୁ ନଭେମ୍ବର ୧୯ ଯାଏଁ ନୀତି ନିର୍ଘଣ୍ଟ ଚୂଡାନ୍ତ

11/10/2021 at 3:57 PM

ପୁରୀ ୧୧।୧୦: ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଆସନ୍ତା ୧୬ ତାରିଖରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ନୀତିକାନ୍ତି ଚୂଡାନ୍ତ କରାଯାଇଛି । ନୀତି ସବ୍ କମିଟି ବୈଠକରେ ଏହା ଉପରେ ମୋହର ବାଜିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ।

ଆସନ୍ତା ୧୬ ତାରିଖରୁ ଭୋର ୪ଟାରୁ ଦ୍ବାର ଫିଟା, ସାଢେ ୪ଟାରେ ଭିତର ଶୋଧ, ୫ଟାରେ ମଙ୍ଗଳ ଆଳତୀ, ସାଢେ ୫ଟାରେ ମଇଲମ ତଡପଲାଗି, ୬ଟା ୧୫ରେ ଅବକାଶ, ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ରାଧା ଦାମୋଦର ବେଶ ଅନୁଷ୍ଠିତ ହେବ । ସକାଳ ସାଢେ ୮ଟାରୁ ୯ଟା ମଧ୍ୟରେ ସକାଳ ଧୂପ, ୧୦ଟାରୁ ୧୦ଟା ୩୦ ମଧ୍ୟରେ ବାଳ ଧୂପ, ୧୨ଟା ୩୦ରୁ ୧ଟା ୩୦ ମଧ୍ୟରେ ମଧ୍ୟାହ୍ନ ଧୂପ କରାଯିବ । ଅପରାହ୍ନ ୩ଟାରେ ପହୁଡ ପଜିବ, ସନ୍ଧ୍ୟା ୫ଟାରେ ଦ୍ବାର ଫିଟା ହେବ, ୬ଟାରେ ସନ୍ଧ୍ୟା ଆଳତୀ ହେବ, ୭ଟା ୨୦ରୁ ୯ଟା ମଧ୍ୟରେ ସନ୍ଧ୍ୟା ଧୂପ ହେବ ।  ରାତି ୧୧ଟାରେ ବଡ ସିଙ୍ଘାର ବେଶ କରାଯାଇ ସାଢେ ୧୧ଟାରେ ବଡ ସିଙ୍ଘାର ଭୋଗ ଏବଂ ୧୨ଟାରେ ରାତ୍ର ପହୁଡ ହେବ ।

ନଭେମ୍ବର ୧୮ରେ ଶ୍ରୀଜିଉଙ୍କ ହରିହର ବେଶ, ୧୫ରେ ଲକ୍ଷ୍ମୀନାରାୟଣ ବେଶ, ୧୬ରେ ବାଙ୍ଗଚୂଡ ବେଶ ବା ବାମନ ବେଶ, ୧୭ରେ ତ୍ରିବିକ୍ରମ ବେଶ, ୧୮ରେ ଲକ୍ଷ୍ମୀନୃସିଂହ ବେଶ, ୧୯ରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ । ପୁରୀ ନୀଳାଦ୍ରି ଭକ୍ତ ନିବାସରେ ନୀତି ସବ୍ କମିଟି ବୈଠକ ସହ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଛି ।

   Related Posts