Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଆଜିଠୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ; ମାସେ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି

25/10/2018 at 11:28 AM

ପୁରୀ ୨୫|୧୦: ଆଜିଠୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହେଉଛି । ମାସେ ଧରି ହବିଷ୍ୟାଳିମାନେ କାର୍ତ୍ତିକ ବ୍ରତ ପାଳନ କରିବେ ।  ଏଥିପାଇଁ ଶ୍ରୀକ୍ଷେତ୍ରରେ ପାଖାପାଖି ୧୦ ହଜାର ହବିଷ୍ୟାଳିଙ୍କ ସମାଗମ ହୋଇଛି । ଚଳିତ ବର୍ଷ ୨ ହଜାର ୫ଶହ ହବିଷ୍ୟାଳିଙ୍କ ପାଇଁ ରାଜ୍ୟ ସରକାର ମାଗଣା ବ୍ୟବସ୍ଥା କରିଛନ୍ତି । ଶ୍ରୀଜଗନ୍ନାଥ ବଲ୍ଲଭ ମଠ, ମୋଚ ସାହି ପୌର କଲ୍ୟାଣ ମଣ୍ଡପ, ରେଳ କଲ୍ୟାଣ ମଣ୍ଡପ ଓ ପର୍ଯ୍ୟଟନ କମ୍ପେକ୍ସରେ ହବିଷ୍ୟାଳି ଶିବିର ଖୋଲାଯାଇଛି । ସେଠାରେ ହବିଷ୍ୟାଳିଙ୍କ ପାଇଁ ମାଗଣା ମହାପ୍ରସାଦ ବ୍ୟବସ୍ଥା ସହ ପାନୀୟ ଜଳ, ଶୌଚାଳୟ, ସୁରକ୍ଷା , ଆଶୁ ଚିକିତ୍ସା ଏବଂ ଅଗ୍ନି ନାରାପତ୍ତା ବ୍ୟବସ୍ଥା କରାଯାଇଛି ।

ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ସବୁ ହବିଷ ଶିବିରର ଉଦଘାଟନ କରିବେ । ଅନ୍ୟମାନେ ବିଭିନ୍ନ ମଠ ମନ୍ଦିର, ଧର୍ମଶାଳାରେ  ରହି  ମାସେ ଧରି ହବିଷ ପାଳିବେ  । ନରେନ୍ଦ୍ର ପୋଖରୀରେ ସ୍ନାନ କରି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ । ଦିନକୁ ଗୋଟିଏ ଥର ମହାପ୍ରସାଦ ଖାଇବା ପରେ ପ୍ରତ୍ୟହ ରାଧା ଦାମୋଦର ପୂଜା କରିବେ । ପୁରୀରେ ହବିଷ୍ୟାଳିଙ୍କ ସମାଗମକୁ ନଜରରେ ରଖି ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେପଟେ କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ସକାଳ ୮ଟାରେ ଗୋପାଳ ବଲ୍ଲଭ, ୮ଟା ୩୦ରୁ ୯ଟା ୩୦ ମଧ୍ୟରେ ସକାଳ ଧୂପ କରାଯାଇ ଦିନ ୧୦ଟା ସୁଦ୍ଧା ଭୋଗମଣ୍ଡପ ଅନୁଷ୍ଠିତ ହୋଇଛି ।

   Related Posts