ଏହି ଦିନ ପଡୁଛି କାର୍ତ୍ତିକ ପୂର୍ଣ୍ଣିମା: ଜାଣନ୍ତୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ମହତ୍ତ୍ୱ ଓ ଶୁଭ ମୁହୂର୍ତ୍ତ

Published By : Prameya-News7 Bureau | November 06, 2021 IST

ଭୁବନେଶ୍ୱର ୦୬/୧୧ : ହିନ୍ଦୁ ଶାସ୍ତ୍ରରେ କାର୍ତ୍ତିକ ପୂର୍ଣ୍ଣିମାର ଅନେକ ମହତ୍ତ୍ୱ ଅଛି। କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏହି ଦିନ ଭଗବାନ ଶିବ ତ୍ରିପୁରାସୁର ନାମକ ରାକ୍ଷସର ବିନାଶ କରିଥିଲେ ବୋଲି କୁହାଯାଏ। ସେବେଠାରୁ ଭଗବାନ ଶଙ୍କରଙ୍କୁ ତ୍ରିପୁରାରି କୁହାଯାଏ। ଏଥର କାର୍ତ୍ତିକ ପୂର୍ଣ୍ଣିମା ନଭେମ୍ବର ୧୯ ତାରିଖ, ଶୁକ୍ରବାର ଦିନ ପଡୁଛି। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ତିଥିରେ ପଡୁଥିବା ପୂର୍ଣ୍ଣିମାକୁ କାର୍ତ୍ତିକ ପୂର୍ଣ୍ଣିମା କୁହାଯାଏ। କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ପାଞ୍ଚ ଦିନ ଯାଏଁ ପାଳନ କରାଯାଏ। ଏକାଦଶୀରୁ ଉତ୍ସବ ଆରମ୍ଭ ହୁଏ ଓ ପୂର୍ଣ୍ଣିମା ଦିନ ଶେଷ ହୁଏ।

ପୂର୍ଣ୍ଣିମା ତିଥି ନଭେମ୍ବର ୧୮ ତାରିଖ ଗୁରୁବାର ୧୧ଟା ୫୫ ମିନିଟରୁ ଆରମ୍ଭ ହେବା ଏବଂ ଶୁକ୍ରବାର ଅପରାହ୍ନ ୨ଟା ୨୫ ମିନିଟରେ ଶେଷ ହେବ। ପୌରାଣିକ କଥା ଅନୁସାରେ କାର୍ତିକ ପୂର୍ଣ୍ଣିମା ଧାର୍ମିକ ଓ ଆଧ୍ୟାତ୍ମିକ ରୂପରେ ବହୁତ ମହତ୍ତ୍ୱପୂର୍ଣ୍ଣ। ଏହି ଦିନ ଲୋକେ ପବିତ୍ର ଗଙ୍ଗା ନଦୀରେ ସ୍ନାନ ଓ ବୁଡ଼ ପକାନ୍ତି ଏବଂ ଦାନ ଧର୍ମ କରିଥାନ୍ତି। କାର୍ତ୍ତିକ ସ୍ନାନ ଓ ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ସୌଭାଗ୍ୟ ପ୍ରାପ୍ତି ହୁଏ। କାର୍ତ୍ତିକ ପୂର୍ଣ୍ଣିମାରେ କୌଣସି ପବିତ୍ର ନଦୀ କିମ୍ବା ଜଳକୁଣ୍ଡରେ ସ୍ନାନ କରିବା ଉଚିତ ବୋଲି କୁହାଯାଏ। ଏହି ଦିନ ଦାନ, ପୁଣ୍ୟ ଓ ଦୀପଦାନ ମଧ୍ୟ କରିବା ଉଚିତ।

ଧାର୍ମିକ ସମାରୋହ ପାଇଁ ମଧ୍ୟ ଏହି ଦିନ ବହୁତ ଶୁଭ ବୋଲି କୁହାଯାଏ। ଏହି ଦିନ କରାଯାଇଥିବା ସୁହା କାମ ଘରକୁ ସୁଖ ସମୃଦ୍ଧି ଆଣିଥାଏ ବୋଲି କୁହାଯାଏ। ଏହି ଦିନ ଘିଅ ଦାନ କଲେ ସମ୍ପତ୍ତି ବଢିଥାଏ ଏବଂ ଗ୍ରହଯୋଗ କଷ୍ଟ ଦୂର ହୋଇଥାଏ ବୋଲି କୁହାଯାଏ। କାର୍ତ୍ତିକ ବ୍ରତ ପାଳନ କରୁଥିବା ଶ୍ରଦ୍ଧାଳୁଙ୍କୁ ଭଗବାନ ଶିବଙ୍କ ଅପାର କୃପା ପ୍ରାପ୍ତ ହୋଇଥାଏ।

କାର୍ତ୍ତିକ ପୂର୍ଣ୍ଣିମାରେ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା ଉଚିତ। ଏହାପରେ ଶୁଦ୍ଧ ଘିଅରେ ଦୀପ ଜାଳି ବିଧି ବିଧାନ ଅନୁସାରେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିବା ଉଚିତ। ଏହି ଦିନ ଭଗବାନ ବିଷ୍ଣୁଙ୍କୁ ଖିରି ଭୋଗ ଦେବା ଉଚିତ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଘରେ ଦୀପ ମଧ୍ୟ ଜାଳିବା ଉଚିତ। ଏହି ଦିନ ଅଭାବୀ ଓ ଗରିବଙ୍କୁ ଦାନ ଓ ଭୋଜନ କରାଇବା ଉଚିତ।

ବିଶ୍ୱାସ ରହିଛି ଯେ କାର୍ତ୍ତିକ ପୂର୍ଣ୍ଣିମା ଦିନ ମା' ତୁଳସୀ ପୃଥିବୀକୁ ଆଗମନ କରିଥିଲେ। ସେଥିପାଇଁ ଏହି ଦିନ ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କଲେ ଅନ୍ୟ ଦିନ ଅପେକ୍ଷା ଅଧିକ ପୁଣ୍ୟ ମିଳିଥାଏ। ଏହି ଦିନ ଶିବଲିଙ୍ଗରେ ଗଙ୍ଗାଜଳରେ ମହୁ ଓ କ୍ଷୀର ମିଶାଇ ଅର୍ପଣ କଲେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.