Wednesday, November 20, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନଭେମ୍ବର ୧୨ କାର୍ତ୍ତିକ ମାସର ଶେଷ ଦିନ, ଏହି ତିଥିରେ ହୋଇଥିଲା ଭଗବାନ ବିଷ୍ଣୁଙ୍କ ମୀନ ଅବତାର

ନଭେମ୍ବର ମାସ ୧୨ ତାରିଖ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ସହ ଶେଷ ହେବ ଧର୍ମ ମାସ କାର୍ତ୍ତିକ। ପୁରାଣରେ କାର୍ତ୍ତିକ ପୂର୍ଣ୍ଣିମାର ଅନେକ ମହତ୍ୱ ରହିଛି। କୁହାଯାଏ କାର୍ତ୍ତିକ ପୂର୍ଣ୍ଣିମାର ପବିତ୍ର ତିଥିରେ ଭଗବାନ ବିଷ୍ଣୁ ମୀନ ଅବତାର ଗ୍ରହଣ କରିଥିଲେ। ତେବେ ଆସନ୍ତୁ ଜାଣିବା ଏହି ପୂର୍ଣ୍ଣିମାର ଗୁରୁତ୍ୱ ଓ ଏହି ଦିବସରେ ହେଉଥିବା ବିଭିନ୍ନ ଶୁଭ କାର୍ଯ୍ୟ ସମ୍ପର୍କରେ।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାର୍ତ୍ତିକ ମାସର ପୂର୍ଣ୍ଣିମାକୁ କାର୍ତ୍ତିକ ପୂର୍ଣ୍ଣିମା କୁହାଯାଏ।  ଏହା ତ୍ରିପୁରାରୀ ପୂର୍ଣ୍ଣିମା ଓ ଦେବ ଦୀପାବଳି ବୋଲି ମଧ୍ୟ ଜଣା ଯାଏ। ଏହି ତିଥିରେ ମହାଦେବ ଶିବ ତ୍ରିପୁରାଶୁର ନାମକ ଏକ ଦୈତ୍ୟକୁ ବଧ କରିଥିଲେ। ଏଥିଯୋଗୁ ଏହି ପୂର୍ଣ୍ଣିମାକୁ ତ୍ରିପୁରାରୀ ପୂର୍ଣ୍ଣିମା କୁହାଯାଏ। ଅନ୍ୟ ଏକ ମାନ୍ୟତା ଅନୁସାରେ ଦେବତାମାନେ ଏହି ଦିନରେ ଦୀପାବଳି ପାଳନ କରନ୍ତି। ଏଣୁ ଏହାକୁ ଦେବ ଦୀପାବଳି ବୋଲି ମଧ୍ୟ କୁହାଯାଏ। ଏହି ପୂର୍ଣ୍ଣିମା ସହ କାର୍ତ୍ତିକ ମାସର ସ୍ନାନ ମଧ୍ୟ ସମାପ୍ତ ହୁଏ। ଏଣୁ କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ନଦନଦୀରେ ସ୍ନାନ, ପୂଜା, ଦୀପଦାନ, ହବନ ଓ ଦାନକୁ ଅତ୍ୟନ୍ତ ପୂଣ୍ୟ କାର୍ଯ୍ୟରେ ଗଣାଯାଏ।

ତେବେ ଆସନ୍ତୁ ଜାଣିବା ଏହି ପୂର୍ଣ୍ଣିମାରେ କ’ଣ କରାଯାଏ
କାର୍ତ୍ତିକ ପୂର୍ଣ୍ଣମୀରେ ଭଗବାନ ବିଷ୍ଣୁଙ୍କ ଲାଗି ଘରେ ସତ୍ୟାନାରାୟଣ କଥା କଲେ ଅଶେଷ ପୂଣ୍ୟ ପ୍ରାପ୍ତି ହୁଏ ବୋଲି ମାନ୍ୟତା ରହିଛି। ଏହା ଛଡା ପୂର୍ଣ୍ଣିମା ଅବସରରେ ଗରିବଙ୍କୁ ଯଥାସମ୍ଭବ ଦାନ କରିବା ବିଧେୟ। କାର୍ତ୍ତିକ ମାସରେ ଲୋକେ ବ୍ରତ ପାଳନ କରିଥାନ୍ତି। ଏଣୁ ପ୍ରତ୍ୟୁଷରୁ ଗାଧୋଇ ଲୋକେ ମାସ ସାରା ଧର୍ମ ଆଚରଣ କରନ୍ତି। ଶେଷ ଦିନରେ ବି ପ୍ରତ୍ୟୁଷରେ ଗାଧୋଇ ମନ୍ଦିରରେ ବିଷ୍ଣୁ, ଶିବ, ପାର୍ବତୀ ଓ ଗଣେଶଙ୍କ ଆରାଧନା କରିବା ବିଧେୟ। ମନ୍ଦିରରେ ଶିବଙ୍କୁ ଜଳ ଲାଗି ସହ କର୍ପୁର ଆରତୀ କଲେ ଆଶିର୍ବାଦ ମିଳେ ବୋଲି ଧାର୍ମିକ ମାନ୍ୟତା ରହିଛି।  

375 Views

   ସମ୍ବନ୍ଧିତ ଖବର