Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର
  • ||
  • ଯାଜପୁର : ରାସ୍ତା ପାର ହେଉଥିବା ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ବୃଦ୍ଧାଙ୍କ ଜୀବନ
  • ||

କାଲି କାର୍ତ୍ତିକ ପୂର୍ଣ୍ଣିମା: ବୋଇତ ବନ୍ଦାଣ ପାଇଁ ବିଭିନ୍ନ ପୁଷ୍କରଣୀ, ନଦୀ, ହ୍ରଦ ଓ ସମୁଦ୍ରରେ ବ୍ୟବସ୍ଥା, ଶ୍ରାଜଗନ୍ନାଥଙ୍କ ନୃସିଂହ ବେଶ, ଧବଳେଶ୍ବରରେ ବଡ ଓଷା

22/11/2018 at 7:00 PM

ଭୁବନେଶ୍ବର ୨୨|୧୧: କାଲି କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଶାର ନୌବାଣିଜ୍ୟକୁ ମନେ ପକାଯାଇ ଡଙ୍ଗା ଭସାଯିବ । ଏଥିପାଇଁ ପ୍ରସ୍ତୁତି ଯୋରଦାର । ପୁରୀ ବେଳାଭୂମୀ ସହ ଭୁବନେଶ୍ବର ବିନ୍ଦୁ ସାଗର ଓ ରାଜ୍ୟର ଅନ୍ୟାନ୍ୟ ଜଳାଶୟ ଓ ପୁଷ୍କରଣୀରେ କାହିଁ କେତେ ବନ୍ଦୋବସ୍ତ କରାଯାଇଛି । ସେପଟେ ଆଜି ଧବଳେଶ୍ବରଙ୍କ ପୀଠରେ ବଡ ଓଷା

ପବିତ୍ର କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଆଠଗଡ ଧବଳେଶ୍ବର ପୀଠରେ ସରିଛି ବଡ ଓଷା । ରାତି ୨ ଟାରେ ଶ୍ରୀ ଦେବଙ୍କ ନିକଟରେ ଗଜ ଭୋଗ ଲାଗି ହୋଇଥିଲା । ଏହାପରେ ବାଙ୍କ ସାହାଣମେଲା ଦର୍ଶନ ଚାଲିଛି । ରାତି ୧୨ଟାରେ ପହଡ ଖୋଲାଯାଇ ମଙ୍ଗଳ ଆଳତୀ. ୧୦୮ କଳସ ଜଳରେ ସ୍ନାନ କରାଯାଇ, ୪ ଧୂପ, ଖେଚୁଡି ଭୋଗ କରାଯାଇଥିଲା । ଏହା ପରେ ଗଜ ଭୋଗ ଲାଗି କରାଯିବା ପରେ ବାଙ୍କ ସାହାଣମେଲା ଦର୍ଶନ ଦେଉଛନ୍ତି ପ୍ରଭୁ । ଧବଳେଶବର ପୀଠରେ ବଡଓଷା ବ୍ରତ ପାଳନ ପାଇଁ ହଜାର ହଜାର  ଭକ୍ତଙ୍କ ଭିଡ ଜମିଛି ।

ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ପଞ୍ଚୁକ ରୀତିନୀତି । ଆଜି ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଇନ୍ଦ୍ରଦ୍ୟୁମ୍ନ ମହାରାଜା ଯେତେବେଳେ ରତ୍ନସିଂହାସନ ଉପରେ ପ୍ରଥମେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଇଥିଲେ ସେତେବେଳେ ମହାପ୍ରଭୁ ତାଙ୍କୁ ନୃସିଂହ ବେଶରେ ଦର୍ଶନ ଦେଇଥିଲେ। ଯାହାକି ସ୍କନ୍ଧ ପୁରାଣରେ ଉଲ୍ଲେଖ ରହିଛି । ତେଣୁ ସେହି ସ୍ମୃତିରେ କାର୍ତ୍ତିକ ମାସର ଏହି ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେ।ଇଛି । ମହାପ୍ରଭୁଙ୍କର ଅବକାଶ ନୀତି ବଢ଼ିବା ପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ପାଟବସ୍ତ୍ରରେ ବିଭୁଷିତ କରି ଏହି ବେଶ କରିଥାନ୍ତି । ଶ୍ରୀଜୀଉଙ୍କର ବେଶକୁ ଦର୍ଶନ କରିବାକୁ ଭକ୍ତଙ୍କ ନାହିଁ ନଥିବା ଭିଡ ।

   Related Posts