IPS ପ୍ରୋଫେସନ୍ରୁ ୧୫ ଦିନ ଛୁଟି ନେଇ ଦେଲେ UPSC : ସାରା ଦେଶରେ ହେଲେ ଅଷ୍ଟମ ..

Published By : Prameya-News7 Bureau | October 03, 2021 IST

ନୂଆଦିଲ୍ଲୀ ୦୩/୧୦ :  ଗତ ମାସରେ ୟୁପିଏସସିର ସିଭିଲ ସର୍ଭିସ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଥିଲା । ​​ଯେଉଁଥିରେ ବିହାରର ବାସିନ୍ଦା ଶୁଭମ କୁମାର ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତେବେ ଏହି ପରୀକ୍ଷାରେ ସୁରଟର ବାସିନ୍ଦା କାର୍ତ୍ତିକ ଜିଭାନି ଅଷ୍ଟମ ସ୍ଥାନରେ ରହିଛନ୍ତି । ଏହା ସହ ୟୁପିଏସସି ପରୀକ୍ଷାରେ ଗୁଜରାଟ ରାଜ୍ୟରୁ ସର୍ବୋଚ୍ଚ ସ୍ଥାନ ହାସଲ କରିଥିଲେ।

ତେବେ ୟୁପିଏସି ପରୀକ୍ଷା କ୍ଲିୟର କରିଥିବା ନେଇ କାର୍ତ୍ତିକ ଜିଭାନୀଙ୍କ ପିତା କହିଛନ୍ତି ଯେ କାର୍ତ୍ତିକ ଆଇପିଏସ୍-ଟ୍ରେନିଂ ସମୟରେ ୧୫ ଦିନର ଏକ ବିଶେଷ ଛୁଟି ନେଇ ପରୀକ୍ଷା ଦେବା ପାଇଁ ଆସିଥିଲେ। ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ଦିନକୁ ୧୦ ଘଣ୍ଟା ପାଠ ପଢା କରିଥିଲେ ଏବଂ ରାତିରେ ଅଧିକାଂଶ ସମୟରେ ସେ UPSC ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । କାର୍ତ୍ତିକ ଏହା ମଧ୍ୟ କହିଛନ୍ତି ଯେ ସେ କଠିନ ପରିଶ୍ରମ ଯୋଗୁଁ ଏହି ସଫଳତାକୁ ହାସଲକରି ପାରିଛନ୍ତି ।

{"align":"center","id":521526,"width":697,"height":390,"sizeSlug":"full","linkDestination":"none"}
Zeenews

ସୂଚନା ଅନୁଯାୟୀ କାର୍ତ୍ତିକ୍‌ ଦ୍ୱାଦଶ ଉତ୍ତୀର୍ଣ୍ଣ କରିବା ପରେ ଜେଇଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମୁମ୍ବାଇରେ ଆଡମିଶନ କରିଥିଲେ। ପରେ ମେକାନିକାଲ୍ ଇଞ୍ଜିନିୟରିଂରେ ଚତୁର୍ଥ ବର୍ଷରେ କାର୍ତ୍ତିକ ଜଣେ ସରକାରୀ କର୍ମଚାରୀ ଭାବରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ । ତା’ପରେ ୨୦୧୬ ମସିହାରେ UPSC ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।

କାର୍ତ୍ତିକ ଜିଭାନି ୨୦୧୭ରେ  ପ୍ରଥମ ଥର ପାଇଁ ପରୀକ୍ଷା ଦେଇଥିଲେ । କିନ୍ତୁ ତାଙ୍କର ପ୍ରଥମ ପ୍ରୟାସରେ ବିଫଳ ହୋଇଥିଲେ। ହେଲେ ସେ ହାର ମାନି ନମାନି ୨ବର୍ଷ କଠିନ ପରିଶ୍ରମ କରିଥିଲେ ଏବଂ ଦ୍ୱିତୀୟ ପ୍ରୟାସରେ ୨୦୧୯ UPSC ପରୀକ୍ଷା କ୍ଲିଅର କରିବାରେ ସଫଳତା ପାଇଥିଲେ । ଏବଂ କାର୍ତ୍ତିକ ପୁରା ଭାରତରେ ୯୪ତମ ସ୍ଥାନ ହାସଲ କରିଛନ୍ତି। ଏହା ପରେ ସେ ଜଣେ ଆଇପିଏସ୍ ଅଧିକାରୀ ଭାବରେ ମନୋନୀତ ହୋଇଥିଲେ।

{"align":"center","id":521527,"width":722,"height":405,"sizeSlug":"full","linkDestination":"none"}
Zeenews

ହେଲେ କାର୍ତ୍ତିକ ଜିଭାନି ଆଇପିଏସ୍ ଭାବରେ ଚୟନ ହେବା ପରେ ମଧ୍ୟ ଖୁସି ନଥିଲେ, କାରଣ ତାଙ୍କର IAS ହେବା ପାଇଁ ଲକ୍ଷ୍ୟ ଥିଲା । ସେ ହାଇଦ୍ରାବାଦରେ ଆଇପିଏସ୍ ଅଧିକାରୀ ଭାବରେ ତାଲିମ ନେଉଥିବାବେଳେ ସେ ଅଧ୍ୟୟନ ମଧ୍ୟ ଜାରି ରଖିଥିଲେ। ଦ୍ୱିତୀୟ ପ୍ରୟାସରେ କାର୍ତ୍ତିକଙ୍କୁ ଆଇଏଏସ୍ ହେବା ପାଇଁ କେବଳ ଦୁଇଟି ୨ଟି ରାଙ୍କ ଯୋଗୁଁ ପଛରେ ରହି ଯାଇଥିଲେ । ଏବଂ ସେ ତୃତୀୟ ଥର ପାଇଁ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ। ଯାହାକି ତାଙ୍କୁ ହ ୮୪ ତମ ସ୍ଥାନ ହାସଲ କରିଥିଲେ। ହେଲେ ତାଙ୍କର ମନବଳ ଭାଙ୍ଗି ନଥିଲା ସେ ପୁଣି ଥରେ ଚତୁର୍ଥ ପ୍ରୟାସ କରିଥିଲେ । ଯାହା ଫଳରେ ସେ ଅଷ୍ଟମ ସ୍ଥାନ ହାସଲ କରିଥିଲେ ଏବଂ IAS ହେବାର ସ୍ୱପ୍ନକୁ ପୂରଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.