ଆଜିଠାରୁ ଆରମ୍ଭ କାର୍ତ୍ତିକ ବ୍ରତ : ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ଼

Published By : Prameya-News7 Bureau | October 14, 2019 IST

ପୁରୀ ୧୪/୧୦: ଆଜି ଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ। ଏଥିପାଇଁ ଶ୍ରୀକ୍ଷେତ୍ର ବେଶ୍ ଚଳଚଞ୍ଚଳ। ବ୍ରତର ପ୍ରଥମ ଦିନରେ ହଜାର ହଜାର ହବିଷ୍ୟାଳୀ ସଙ୍କଳ୍ପ କରିବା ସହ ଆରମ୍ଭ କରିଛନ୍ତି ରାଧାଦାମୋଦର ବ୍ରତ। ହବିଷ୍ୟାଳୀମାନେ ସହରର ବିଭିନ୍ନ ମଠ, ଧର୍ମଶାଳା ଓ ବିଶେଷ କରି ହବିଷ୍ୟାଳୀ ଆଶ୍ରୟ ସ୍ଥଳୀରେ ଉତ୍ସାହ ଓ ଉଦ୍ଧୀପନାର ସହ ଆରମ୍ଭ କରିଛନ୍ତି ଏହି ବ୍ରତ।

{"id":169846}

ଧର୍ମ ମାସ କାର୍ତ୍ତିକର ପ୍ରବେଶ ସହ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ରାଜ୍ୟର ହଜାର ହଜାର ହବିଷ୍ୟାଳୀ ମାନେ ଏହି ଅବସରରେ ଶ୍ରୀକ୍ଷେତ୍ରକୁ ଆସି ଆରମ୍ଭ କରିଛନ୍ତି ଏହି ବ୍ରତ। ହବିଷ୍ୟାଳୀ ମାନେ ଭୋରରୁ ଉଠି ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପରେ ନୂଆ ଲୁଗା ପିନ୍ଧି ଚଉରା ମୂଳେ ବ୍ରତ ପାଇଁ ସଙ୍କଳ୍ପ କରିଛନ୍ତି। ତୁଳସୀ ଚଉରା ନିକଟରେ ଧୂପ ଦୀପ ଓ ମୁରୁଜ ଦେବା ସହ ରାଧାଦାମଦୋରଙ୍କ ପୂଜାର୍ଚ୍ଚନା କରିଛନ୍ତି। ଧର୍ମ ପୁସ୍ତକ ପାଠ ଓ ବିଭିନ୍ନ ତୀର୍ଥସ୍ଥଳ ସହ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ ଲାଭ କରିଛନ୍ତି।

{"id":169847,"width":588,"height":429}

ଏହି ବ୍ରତ ପାଇଁ ବିଶେଷ କରି ସରକାରଙ୍କ ତରଫରୁ କରାଯାଇଥିବା ହବିଷ୍ୟାଳୀ ଆଶ୍ରୟ ସ୍ଥଳୀରେ ଗହଳି ଲାଗିଛି। ପ୍ରଶାସନ ତରଫରୁ ଅସ୍ଥାୟୀ ଭାବେ ନିର୍ମିତ ହୋଇଥିବା ୩ ଟି ଆଶ୍ରୟ ସ୍ଥଳୀରେ ଅଢ଼େଇ ହଜାରରୁ ଉର୍ଦ୍ଧ ହବିଷ୍ୟାଳୀଙ୍କୁ ଥଇଥାନ କରାଯାଇଛି। ସେମାନଙ୍କ ପାଇଁ ମାଗଣାରେ ରହଣୀ, ପୂଜାପାଠ, ସ୍ୱାସ୍ଥ୍ୟସେବା ଓ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ସହରରେ ଥିବା ଶତାଧିକ ମଠବାଡ଼ି ଓ ଧର୍ମଶାଳାରେ ମଧ୍ୟ ୨୦ ହଜାରରୁ ଉର୍ଦ୍ଧ ହବିଷ୍ୟାଳୀ ରହି ହବିଷ ପାଳନ କରୁଛନ୍ତି। ଶ୍ରୀମନ୍ଦିରରେ ମଧ୍ୟ କାର୍ତ୍ତିକ ମାସ ପାଇଁ ନୀତିକୁ ଶୃଙ୍ଖଳିତ କରାଯିବା ସହ ମହାପ୍ରଭୁଙ୍କ ରାଧାଦାମଦର ବ୍ରତ ଓ ବାଳଭୋଗ ଅନୁଷ୍ଠିତ ହେଉଛି।   

{"id":169848,"width":590,"height":433}

ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିରରେ ପ୍ରବଳ ଗହଳି ଦେଖିବାକୁ ମିଳିଛି ହବିଷ୍ୟାଳୀମାନଙ୍କର। ଏଥିସହ ଭକ୍ତ, ଶ୍ରଦ୍ଧାଳୁ ଓ ହବିଷ୍ୟାଳୀମାନେ ଶ୍ରଦ୍ଧାର ସହ ଆରମ୍ଭ କରିଛନ୍ତି ଏହି ବ୍ରତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.