କାର୍ତ୍ତିକଙ୍କ ଆତ୍ମହତ୍ୟା ଏବେବି ରହସ୍ୟ ଘେରରେ ? ଡାଏରୀରେ ଲେଖାଯାଇଛି କରଣ ଜୋହରଙ୍କ ନାଁ ! ସେପଟେ ୩ ଝିଅଙ୍କ ବିବାହ ନେଇ ଚିନ୍ତାରେ ପତ୍ନୀ

Published By : Prameya-News7 Bureau | October 05, 2020 IST

ଭଦ୍ରକ, ୦୫ ।୧୦:   କେମିତି ହେଲା ଭଦ୍ରକ ସହରର କାର୍ତ୍ତିକ ବେହେରା ଓରଫ୍‌ ଦୁଃଖଙ୍କ ମୃତ୍ୟୁ? ତାଙ୍କ ଆତ୍ମହତ୍ୟା ପଛର ପ୍ରକୃତ ରହସ୍ୟ କ’ଣ ? ଫିଲ୍ମି ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ଦୁଃଖ । ସ୍କ୍ରିପ୍ଟ ରାଇଟରଙ୍କଠୁ ଆରମ୍ଭ କରି ନିର୍ଦ୍ଦେଶକ, ଗାୟକ, ପ୍ରଡକ୍ସନ ମ୍ୟାନେଜରଙ୍କୁ ଆଡଭାନ୍ସ ଟଙ୍କା ବି ଦେଇଥିଲେ । କାହାକୁ କେତେ ଟଙ୍କା ଦେଇଛନ୍ତି, ଲେଖିଯାଇଛନ୍ତି ଡାଏରୀରେ । ଆଉ ଏଥିରେ ରହିଛି କରନ ଜୋହରଙ୍କ ନାମ, ଯାହାକୁ ଦେଇଛନ୍ତି ୫୦ ଲକ୍ଷ ଟଙ୍କା । ତେବେ ଦୁଃଖଙ୍କ ଆତ୍ମହତ୍ୟା ପରେ ଘରର ଆର୍ଥିକ ସ୍ଥିତି ଦୋହଲିଯାଇଛି। ତିନି ଝିଅଙ୍କୁ ବାହା କରିବେ କେମିତି ଏବେ ଚିନ୍ତାରେ ମାଆ । ଏନେଇ ଅଭିଯୋଗ ପରେ ବି କାହିଁକି ଚୁପ୍ ପୋଲିସ୍ ? ଏହି ଖବର ଉପରେ ଖୋଳତାଡ଼ କରିଥିଲା ନ୍ୟୁ୍ଜ ସେଭେନ । ଆଉ ଖବର ପ୍ରସାରଣ ପରେ ଏସଡିପିଓଙ୍କୁ ତଦନ୍ତ ଦାୟିତ୍ବ ଦେଇଛନ୍ତି ଏସ୍‌ପି ।

{"id":339252,"sizeSlug":"large"}

କେମିତି ଏ ଦୁଃଖ ? କିଏ ବୁଝିବ ଦୁଃଖଙ୍କ ପରିବାରର ଦୁଃଖ ? ଆମେ କହୁଛୁ ଭଦ୍ରକ ସହରର କାର୍ତ୍ତିକ ବେହେରା ଓରଫ୍‌ ଦୁଃଖଙ୍କ କଥା । ସିଏ ଏପାରିରେ ଆଉ ନାହାନ୍ତି, କିନ୍ତୁ ତାଙ୍କ ଯିବା ପରେ ତାଙ୍କ ପରିବାର ଲୋକ ଦୁର୍ଦ୍ଦିନରେ କାଟୁଛନ୍ତି ଦିନ । କେମିତି ଏ ଦୁଃଖ ନାଁରେ ଫିଲ୍ମ ନିର୍ମାଣ ପାଇଁ ଯୋଜନା କରିଥିଲେ ଦୁଃଖ । ଫିଲ୍ମ ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ସ୍କ୍ରିପ୍ଟ ରାଇଟର, ପ୍ରଡକ୍ସନ ମ୍ୟାନେଜର, କୋରିଓଗ୍ରାଫର, ଗାୟକ, ଗାୟିକାଙ୍କୁ ଆଡ୍‌ଭାନ୍ସ ଟଙ୍କା ମଧ୍ୟ ଦେଇଥିଲେ । କିନ୍ତୁ ଫିଲ୍ମ ନିର୍ମାଣ ପୂର୍ବରୁ କୌଣସି କାରଣରୁ ଆତ୍ମହତ୍ୟା କଲେ । ଏବେ ପରିବାର କେମିତି ଚଳିବ, ୩ ଭଉଣୀଙ୍କର କେମିତି ବାହାଘର ହେବ, ତାକୁ ନେଇ ଚିନ୍ତାରେ ଅଛନ୍ତି ମୃତ ଦୁଃଖଙ୍କ ମାଆ ଓ ପରିବାର ଲୋକ ।

{"id":339253,"sizeSlug":"large"}

ଦୁଃଖ ତ ଆତ୍ମହତ୍ୟା କଲେ, କିନ୍ତୁ ସେ ଲେଖିଯାଇଥିବା ଡାଏରୀରେ ରହିଛି ଅନେକ ରହସ୍ୟ, ଯାହା ଉପରେ ନ୍ୟୁଜ୍ ସେଭେନ କରିଛି ଇନ୍‌ଭେଷ୍ଟିଗେସନ । ଏହି ଡାଏରୀକୁ ଦେଖନ୍ତୁ- କାହାକୁ କେତେ ଟଙ୍କା ଦେଇଛନ୍ତି, ତାହା ସେ ଏଥିରେ ଉଲ୍ଲେଖ କରିଛନ୍ତି । ଏଥିରେ ଅଛନ୍ତି ଟି. ସୌରୀ, ମାନସୀ ପାତ୍ର, ମନୋରଂଜନ ପାଲଙ୍କ ଭଳି ଜଣାଶୁଣା ଚେହେରା । ଆଉ ତାରି ଭିତରେ ଅଛି ଜଣେ ବଲିଉଡ୍ ଷ୍ଟାର ନାମ । ସେ ହେଉଛନ୍ତି କରନ ଜୋହର । ତାଙ୍କୁ ସେ ୫୦ ଲକ୍ଷ ଟଙ୍କା ଦେଇଥିବା ଡାଏରୀରେ ଉଲ୍ଲେଖ କରିଛନ୍ତି ଏବଂ ଏନେଇ ତାଙ୍କ ମାଆ ଅଭିଯୋଗ ବି କରିଛନ୍ତି । ଆଉ ଏହାକୁ ଆଧାର କରି ନ୍ୟୁଜ୍ ସେଭେନ କରିଛି ଖୋଳତାଡ଼ । ଡାଏରୀରେ ନାଁ ଥିବା କିଛି ଲୋକଙ୍କ ସହ ଯୋଗାଯୋଗ କରିଥିଲୁ ଆମେ । ତେବେ ସେମାନେ ଦୁଃଖଙ୍କ ସହ ଆର୍ଥିକ କାରବାର କରିଥିବା କଥାକୁ ସ୍ବୀକାର କରିଛନ୍ତି ।

ଟଙ୍କା ନେଣଦେଣ ନେଇ ଏମାନେ ସମସ୍ତେ ସ୍ବୀକାର କରିଛନ୍ତି । ପ୍ରଶ୍ନ ଉଠୁଛି- ଡାଏରୀରେ ଥିବା କରଣ ଜୋହର କିଏ ? ସେ ବଲିଉଡ୍‌ର କରଣ ଜୋହର ନା ଆଉ କିଏ ? ଦୁଃଖ କରନ ଜୋହରଙ୍କୁ ଟଙ୍କା ଦେଇଛନ୍ତି ନା ତାଙ୍କ ନାଁରେ ଦୁଃଖଙ୍କଠାରୁ କୌଣସି ଦଲାଲ ଟଙ୍କା ନେଇଛନ୍ତି ? ଏହାର ତଦନ୍ତ ହେବା ସହ ଦୁଃଖଙ୍କ ଆତ୍ମହତ୍ୟାର ରହସ୍ୟ କଣ ସେନେଇ ପୋଲିସ ଅନୁସନ୍ଧାନ କରିବା ଦରକାର । କିନ୍ତୁ କାହିଁକି ଚୁପ୍ ପୋଲିସ୍ । ପରିବାର ଲୋକଙ୍କ ଅଭିଯୋଗ ଜାଣିଶୁଣି ମଧ୍ୟ କାହିଁକି ନୀରବ ପୋଲିସ୍। ଏ ଘଟଣା ସଂପର୍କରେ ଆମେ ଏସ୍‌ପିଙ୍କ ସହ କଥା ହୋଇଥିଲେ। ତେବେ ଏସ୍‌ପି କାହିଁକି କ୍ୟାମେରା ସାମ୍ନାରେ ମୁହଁ ଖୋଲୁନାହାନ୍ତି । ଏହି ଘଟଣାର ତଦନ୍ତ ଏସଡିପିଓଙ୍କୁ ଦିଆଯାଇଥିବା ନ୍ୟୁଜ୍ ସେଭେନକୁ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲା ଏସ୍‌ପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.