Thursday, November 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାରା ଅଲ୍ଲୀ ଖାନଙ୍କ ଜନ୍ମଦିନ ପାଳିବା ପାଇଁ ବ୍ୟାଙ୍କକ୍ ପହଞ୍ଚିଥିଲେ କାର୍ତ୍ତିୀକ ଆର୍ଯ୍ୟନ, ଫଟୋ ଭାଇରାଲ…

ମୁମ୍ବାଇ୧୩|୮: ଗତକାଲି ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଜନ୍ମଦିନ ଥିଲା। ତାଙ୍କୁ ୨୪ ବର୍ଷ ହେଲା। ତେବେ ସାରା ଏବେ ନିଜ ଆଗାମୀ ଫିଲ୍ମ କୁଲି ନଂ ୱାନ ଶୁଟିଂରେ ବ୍ୟସ୍ଥ ଅଛନ୍ତି। ତାଙ୍କ ଫିଲ୍ମ ଶୁଟିୁଂ ବ୍ୟାଙ୍କକ୍‌ରେ ଚାଲିଛି। ତେଣୁ ତାଙ୍କ ଜନ୍ମଦିନ ଅବସରରେ କାର୍ତ୍ତିୀକ ସେଠାକୁ ଯାଇ ତାଙ୍କୁ ସରପ୍ରାଇଜ୍‌ ଦେଇଥିଲେ। ତାଙ୍କ ଜନ୍ମଦିନକୁ ଖାସ କରିବା ପାଇଁ କାର୍ତ୍ତୀକ ତାଙ୍କ ପାଖରେ ଯାଇ ପହଞ୍ଚିଥିଲେ।   

ତାଙ୍କୁ ଦେଖି ସାରା ବହୁତ ଖୁସି ହୋଇଥିଲେ। ଉଭୟଙ୍କ ରିଲେସନଶିପ୍‌ ସବୁବେଳେ ଚର୍ଚ୍ଚାରେ ଥାଏ। ହେଲେ ଏଯାଏଁ ଦୁହେଁ ନିଜ ରିଲେସନଶିପ୍‌ ବିଷୟରେ କୌଣସି ଘୋଷଣା କରିନାହାନ୍ତି। ଏବେ କିଛି ଦିନ ତଳେ ସାରା ଓ କାର୍ତ୍ତୀକ ଲକ୍ଷ୍ନୌରେ କ୍ବାଲିଟି ଟାଇମ୍‌ ବିତେଇବାରେ ନଜର ଆସିଥିଲେ।

ସେତେବେଳେ ଲକ୍ଷ୍ନୌରେ କାର୍ତ୍ତୀକ ନିଜ ଆଗାମୀ ଫିଲ୍ମ ପତି ପତ୍ନୀ ଔର ୱୋର ଶୁଟିଂରେ ବ୍ୟସ୍ଥ ଥିଲେ। ସାରା ଲକ୍ଷ୍ନୌ କୌଣସି କାମ ପାଇଁ ଯାଇଥିଲେ। ତଥାପି କାର୍ତ୍ତିୀକ ନିଜ ବିଜି ସ୍କେଡ୍ୟୁଲରୁ ସମୟ କାଢି ସାରାଙ୍କ ସହ ବୁଲାବୁଲି କରିଥିଲେ। ସେହିଭଳି ଏବେ କାର୍ତ୍ତୀକ ସାରାଙ୍କ କେ୍‌ କାଟି ଜନ୍ମଦିନ ପାଳିବା ପାଇଁ ବ୍ୟାଙ୍କକ୍‌ ପହଞ୍ଚିଥିଲେ।

କେଦାରନାଥ ଓ ସିମ୍ବା ଫିଲ୍ମରେ ଅଭିନୟ କରି ସମସ୍ତଙ୍କ ଦିଲରେ ରାଜ କରୁଛନ୍ତି ସାରା। ସାରାଙ୍କ ନାଁ କାର୍ତ୍ତୀକଙ୍କ ସହ ସେବେଠୁ ଯୋଡା ଯାଇଛି ଯେବେଠୁ ସାରା କାର୍ତ୍ତୀକଙ୍କୁ ନିଜ କ୍ରସ ବୋଲି କହିଥିଲେ। ଅଧିକାଂଶ ସମୟରେ ଉଭୟ ଫିଲ୍ମ ସେଟ୍‌ ଛଡା ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବୁଲାବୁଲି କରିବାରେ ସ୍ପଟ ହୁଅନ୍ତି। ଦୁହେଁ ଏବେ କିଛି ଦିନ ତଳେ ନିଜ ଆଗାମୀ ଫିଲ୍ମ ଲଭ ଆଜ କଲ୨ର ଶୁଟିଂ ସାରିଛନ୍ତି।

ତାପରେ ସାରା ନିଜ ଫିଲ୍ମ କୁଲି ନଂ ୱାନ ପାଇଁ ବ୍ୟସ୍ଥ ଅଛନ୍ତି ଓ କାର୍ତ୍ତୀକ ନିଜ ଫିଲ୍ମ ପତି ପତ୍ନୀ ଔର ୱୋ ଶୁଟିଂରେ ବ୍ୟସ୍ଥ ଅଛନ୍ତି। କାର୍ତ୍ତୀକ ଓ ସାରାଙ୍କ ଫିଲ୍ମ ୨୦୨୦ ମସିହାରେ ରିଲିଜ ହେବ। ଏହି ଫିଲ୍ମର ଶୁଟିଂ ଦିଲ୍ଲୀ, ଉଦୟପୁର, ମୁମ୍ବାଇ ଓ ହିମାଚଳ ପ୍ରଦେଶରେ କରାଯାଇଛି। ଫିଲ୍ମରେ ସାରା ଓ କାର୍ତ୍ତୀଙ୍କ ବ୍ୟତୀତ ରଣଦୀପ ହୁଡା ମଧ୍ୟ ନଜର ଆସିବେ।

 

 

264 Views

   ସମ୍ବନ୍ଧିତ ଖବର