Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଅକ୍ଷୟ କୁମାରଙ୍କ ପରେ ସାହାଯ୍ୟର ହାତ ବଢାଇଲେ କାର୍ତ୍ତିକ ଆର୍ୟନ, ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଦେଲେ ଏତିକି କୋଟି

30/03/2020 at 3:57 PM

ନୂଆଦିଲ୍ଲୀ ୩୦/୦୩ : କରୋନା ବିରୋଧ ଲଢ଼େଇରେ ସମଗ୍ର ଦେଶ ଏକଜୁଟ ହୋଇଛି । ଯିଏ ଯେତିକି ପାରୁଛନ୍ତି ଗରିବ ଲୋକ ଏବଂ ପୀଡିତଙ୍କୁ ସାହାଯ୍ୟ କରୁଛନ୍ତି | କିଏ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ତ କିଏ ଗରିବଙ୍କୁ ଖାଦ୍ୟ ଯୋଗାଉଛନ୍ତି | ବଲିଉଡର ଅନେକ କଳାକାର ଏହି ସଙ୍କଟ ପରିସ୍ଥିତିରେ ଆଗକୁ ଆସି ଲୋକଙ୍କୁ ସାହାଯ୍ୟ କରୁଛନ୍ତି | ସାଧାରଣ ଲୋକମାନେ ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ କରୁଥିବାବେଳେ ସେଲିବ୍ରେଟମାନେ ଆର୍ଥିକ ସାହାଯ୍ୟ କରୁଛନ୍ତି। ପ୍ରାରମ୍ଭରେ, ସେଲିବ୍ରେଟମାନେ ସାହାଯ୍ୟ ଦୃଷ୍ଟିରୁ ଟିକେ ନୀରବ ଦେଖାଯାଉଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ନିଜ ନିଜ ଅନୁସାରେ ସାହାଯ୍ୟ କରୁଛନ୍ତି |

ନିକଟରେ କପିଲ ଶର୍ମା, ଅକ୍ଷୟ କୁମାର, ବରୁଣ ଧୱନ, ଭୂଷଣ କୁମାର, ରଣଦୀପ ହୁଡା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ବର୍ତ୍ତମାନ ଏହି ଧାରାରେ କାର୍ତ୍ତିକ ଆର୍ୟନଙ୍କ ନାମ ମଧ୍ୟ ଯୋଡା ଯାଇଛି | କାର୍ତ୍ତିକ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅର୍ଥାତ୍ PM ରିଲିଫ୍ ପାଣ୍ଠିକୁ ଏକ କୋଟି ଟଙ୍କା ଦାନ କରିଛନ୍ତି। କାର୍ତ୍ତିକ ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଛନ୍ତି |

କାର୍ତ୍ତିକ ନିଜ ଇନଷ୍ଟାଗ୍ରାମ ପେଜରେ ଲେଖିଛନ୍ତି ଯେ “ମୁଁ ଆଜି ଯାହା ବି ହେଇଚି, ଯେଉଁ ନାଁ କରିଛି ତାହା କେବଳ ଦେଶବାସୀଙ୍କ ପାଇଁ ସମ୍ଭବ ହୋଇଛି । କରୋନା ସହ ଲଢ଼ିବାକୁ ମୁଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରୁଛି। ମୁଁ ମଧ୍ୟ ଲୋକଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ମଧ୍ୟ ଯଥା ସମ୍ଭବ ସାହାଯ୍ୟ କରନ୍ତୁ |”

ନିକଟରେ ବଲିଉଡ ଅଭିନେତା ଅକ୍ଷୟ କୁମାର “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ନାଗରିକ ସହାୟତା ଏବଂ ଜରୁରୀକାଳୀନ ସହାୟତା ପାଣ୍ଠି’ କୁ ୨୫ କୋଟି ଟଙ୍କା ଦାନ କରିଛନ୍ତି। ଅକ୍ଷୟଙ୍କ ପଦକ୍ଷେପକୁ ସାରା ଦେଶରେ ପ୍ରଶଂସା କରାଯାଉଛି। କେବଳ ସାଧାରଣ ଲୋକ ନୁହଁନ୍ତି ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ହିରୋ ବୋଲି କହୁଛନ୍ତି। ଅକ୍ଷୟ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି, ‘ବର୍ତ୍ତମାନ ସମସ୍ତଙ୍କ ଜୀବନ ମହତ୍ଵପୁର୍ଣ। ଜୀବନ ବଞ୍ଚାଇବା ପାଇଁ ଯେତିକି ପାରିବା ଲୋକଙ୍କୁ ସାହାଯ୍ୟ କରିବା | ମୁଁ ମୋର ସଞ୍ଚୟରୁ ପିଏମ ରିଲିଫ ପାଣ୍ଠିକୁ ୨୫ କୋଟି ଟଙ୍କା ଦେବାକୁ ପ୍ରତିଶୃତି ଦେଉଛି । ଆସନ୍ତୁ ସମସ୍ତେ ମିଳିମିଶି ଜୀବନ ରକ୍ଷା କରିବା | ଯଦି ଜୀବନ ଅଛି ତାହେଲେ ଜଗତ ଅଛି |”

ବଲିଉଡ ଅଭିନେତା ରଣଦୀପ ହୁଡା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତି ସହାୟତା ପାଇଁ ଏକ କୋଟି ଟଙ୍କା ଦାନ କରିଛନ୍ତି (PM CARES Fund)। ଏମାନଙ୍କ ବ୍ୟତୀତ ଚଳଚ୍ଚିତ୍ର ନିର୍ମାତା ଭୂଷଣ କୁମାର ୧୧ କୋଟି, ବରୁଣ ଧାୱନ ୫୫ ଲକ୍ଷ ଏବଂ କପିଲ ଶର୍ମା ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି।

   Related Posts