କରୋନାରୁ ଭଲ ହେବାପରେ କାର୍ତ୍ତିକ ଆର୍ଯ୍ୟାନ କିଣିଲେ ନିଜ ସ୍ୱପ୍ନର କାର୍, ମୂଲ୍ୟ ଏତେ କୋଟି ଟଙ୍କା

Published By : Prameya-News7 Bureau | April 07, 2021 IST

ମୁମ୍ବାଇ ୦୭/୦୪: ନିକଟରେ ବଲିଉଡର ଜଣାଶୁଣା ସୁପରଷ୍ଟାର କାର୍ତ୍ତିକ ଆର୍ଯ୍ୟାନ କରୋନା ନେଗେଟିଭ୍ ବୋଲି ଜଣାପଡିଛନ୍ତି । ସୋସିଆଲ ମିଡିଆରେ ସେ ଏହାର ସୂଚନା ଦେଇଛନ୍ତି । ବର୍ତ୍ତମାନ କାର୍ତ୍ତିକ କରୋନାରୁ ସୁସ୍ଥ ହେବା ପରେ କାମକୁ ଫେରିଛନ୍ତି । କାର୍ତ୍ତିକ ଏକ ଲମ୍ବୋର୍ଗିନିରେ କାର୍ଯ୍ୟ କ୍ଷେତ୍ରରେ ପହଞ୍ଚନ୍ତି । କାର୍ତ୍ତିକ କାର ସହିତ ମଧ୍ୟ ପୋଜ୍ ଦେଇଛନ୍ତି । ଏହି ସମୟରେ ସେ ବହୁତ ଖୁସିଥିବା ନଜର ଆସିଛନ୍ତି ।

{"id":434377,"width":592,"height":595,"sizeSlug":"large","linkDestination":"none"}

ବାସ୍ତବରେ, କାର୍ତ୍ତିକ ଏକ କଳା ରଙ୍ଗର ଲମ୍ବୋର୍ଗିନି କାର୍ କିଣିଛନ୍ତି । ତାଙ୍କ ଏହି କାରର ବର୍ତ୍ତମାନ ଖୁବ୍ ଚର୍ଚ୍ଚା ହୋଉଛି । କାର୍ତ୍ତିକଙ୍କ ଏହି କାରର ମୂଲ୍ୟ ପ୍ରାୟ ୩.୪ କୋଟି । ଲମ୍ବୋର୍ଗିନି ସହିତ କାର୍ତ୍ତିକଙ୍କ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । କାର୍ତ୍ତିକ ମଧ୍ୟ ସୋସିଆଲ ମିଡିଆରେ ନିଜ କାର ସହିତ ଏକ ଭିଡିଓ ସେୟାର କରିଛନ୍ତି । ଏହି ସମୟରେ ସେ ଏକ ବ୍ଲାକ୍ ଟି-ସାର୍ଟ ସହିତ ରେଗୁଲାର ଫିଟ୍ ଜିନ୍ସ ପିନ୍ଧିଥିଲେ । ଭିଡିଓ ସେୟାର କରି ସେ ଲେଖିଥିଲେ, ‘ମୁଁ କିଣିଛି , କିନ୍ତୁ ସବୁବେଳେ ମହଙ୍ଗା ଜିନିଷ କିଣିବା ପାଇଁ ମୁଁ ଜନ୍ମ ହୋଇନାହିଁ ।’

{"id":434379,"width":584,"height":522,"sizeSlug":"large","linkDestination":"none"}

କାର୍ତ୍ତିକ ଫିଲ୍ମ ‘ଭୁଲ ଭୁଲେୟା ୨’ର ସୁଟିଂ କରୁଥିଲେ କିନ୍ତୁ କରୋନାରେ ସଂକ୍ରମିତ ହୋଇଯିବାରୁ  ସୁଟିଂ ବନ୍ଦ କରିବାକୁ ପଡିଥିଲା । ବର୍ତ୍ତମାନ ସେ ଠିକ୍ ହୋଇ କାମ କୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.