Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

‘ଆକ୍ଟିଙ୍ଗ ଏବଂ ସେକ୍ସ ମୋ ପାଇଁ ବ୍ରେଡ ଏବଂ ବଟର ପରି’ଜାଣନ୍ତୁ ଏପରି କାହିଁକି କହିଲେ କାର୍ତ୍ତିକ ଆର୍ଯ୍ୟନ୍

8/12/2019 at 10:47 AM

ମୁମ୍ବାଇ ୮/୧୨: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ଗତ ଶୁକ୍ରବାର ରିଲିଜ ହୋଇଥିଲା। ଫିଲ୍ମଟିକୁ ଭଲ ଭଲ ରିଭ୍ୟୁ ମିଳିଛି। କାର୍ତ୍ତିକ ଫିଲ୍ମର ପ୍ରମୋସନ ପାଇଁ ଲାଗିଛନ୍ତି। ଏକ ଚ୍ୟାଟ୍ ଶୋ ରେ ସେ କହିଛନ୍ତି ଯେ -‘ ଆକ୍ଟିଙ୍ଗ ଏବଂ ସେକ୍ସ ତାଙ୍କ ପାଇଁ ବ୍ରେଡ୍ ଏବଂ ବଟର ଭଳି’।

ଜୁମର ଏକ ଚ୍ୟାଟ ଶୋ ‘ବାଇ ଇନଭାଇଟ୍ ଅନଲି’ ରେ କାର୍ତ୍ତିକ ଆକ୍ଟିଙ୍ଗ ଏବଂ ସେକ୍ସ ସହ ଜଡ଼ିତ ଏକ ପ୍ରଶ୍ନରେ ଏକ ବଡ଼ କଥା କହି ଦେଇଛନ୍ତି। ଯେତେବେଳେ କାର୍ତ୍ତିକଙ୍କୁ ପଚରାଯାଇଥିଲା ଯେ ଆକ୍ଟିଙ୍ଗ ଏବଂ ସେକ୍ସ ମଧ୍ୟରୁ କ’ଣ ଛାଡ଼ିବା ସହଜ ସେତେବେଳେ କାର୍ତ୍ତିକ ଉତ୍ତର ଦେଇଥିଲେ ଯେ ‘ ଆକ୍ଟିଙ୍ଗ ଏବଂ ସେକ୍ସ ବ୍ରେଡ ଏବଂ ବଟର ଭଳି। ଆପଣ ଦୁଇଟି ମଧ୍ୟରୁ କାହାକୁ ଛାଡ଼ି ପାରିବେ ନାହିଁ। ଆକ୍ଟିଙ୍ଗ,ସେକ୍ସ ଏବଂ ପ୍ରେମ ତାଙ୍କ ପାଇଁ ଏକାଠି ଚାଲିଥାଏ’।

କାର୍ତ୍ତିକ ଆହୁରି ମଧ୍ୟ କହିଥିଲେ ଯେ ,‘ ତାଙ୍କୁ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଭଲ ଲାଗେନାହିଁ କିନ୍ତୁ ଏହାକୁ ଲୁଚାଇବାକୁ ମଧ୍ୟ ଭଲ ଲାଗେନାହିଁ। ’

ଫିଲ୍ମ ‘ପତି ପତ୍ନୀ ଔର ଓ୍ବ ’ରେ କାର୍ତ୍ତିକଙ୍କ ବ୍ୟତୀତ ତାଙ୍କ କୋ-ଷ୍ଟାର ଭୂମି ପେଡନେକର ଏବଂ ଅନନ୍ୟା ପାଣ୍ଡେ ନଜର ଆସିଛନ୍ତି। ଏହି ଶୋ ରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଥିଲେ।

ଏହି ଶୋ ରେ ଅନନ୍ୟା ମଧ୍ୟ ନିଜ ଲଭ ଲାଇଫ ବିଷୟରେ ଚର୍ଚ୍ଚା କରିଥିଲେ। ଅନନ୍ୟା କହିଥିଲେ, କେବଳ ଜଣଙ୍କୁ ଛାଡ଼ି ସେ ନିଜର କୌଣସି ଏକ୍ସ-ବୟଫ୍ରେଣ୍ଡ ସହ ବନ୍ଧୁତା କରି ନାହାନ୍ତି। ସେ ତାଙ୍କର କେତେକ ପ୍ରଶ୍ନର ଉତ୍ତର ତାଙ୍କଠୁ ଚାହଁନ୍ତି। ସେ ଅନନ୍ୟାଙ୍କୁ ବ୍ଲକ୍ କରି ଦେଇଛନ୍ତି,ଏଥିପାଇଁ ସେ ଉତ୍ତରର ଅପେକ୍ଷା କରିଛନ୍ତି’। ସେ ବ୍ରେକଅପକୁ ଡିଲ୍ କରିବାକୁ ନେଇ କେତେକ ଟିପ୍ସ କହିଥିଲେ। ଅନନ୍ୟା କହିଥିଲେ ଯେ ‘ବ୍ରେକଅପରୁ ବାହାରିବାର ସବୁଠୁ ଭଲ ଉପାୟ ହେଉଛି ଆଉ କାହା ସହ ଆଗକୁ ବଢ଼ି ଯିବା।’

   Related Posts