କାର୍ତ୍ତି ଚିଦାମ୍ବରମ୍ କରୋନା ସଂକ୍ରମିତ, ରିପୋର୍ଟ ପଜିଟିଭ୍ ପରେ ହୋମ୍ କ୍ୱାରେଣ୍ଟାଇନ୍‌ରେ କଂଗ୍ରେସ ସାଂସଦ

Published By : Prameya-News7 Bureau | August 03, 2020 IST

ନୂଆଦିଲ୍ଲୀ ୦୩।୦୮ : ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ କରୋନା ସଂକ୍ରମିତ ହୋଇଛନ୍ତି । କରୋନାରେ  ସଂକ୍ରମିତ ନେଇ କାର୍ତ୍ତି ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ହୋମ୍‌ କ୍ୱାରେଣ୍ଟାଇନ୍‌ ରହିଛନ୍ତି ।  

କଂଗ୍ରେସ ସାସଂଦ କାର୍ତ୍ତି ଚିଦାମ୍ବରମ ଟ୍ୱିଟ୍‌ କରି ଲେଖିଛନ୍ତି ଯେ,  ମୁଁ ଏବେ କରୋନା ସଂକ୍ରମିତ ହୋଇଛି । ମୋ ଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା। ଏହାପରେ ମୁଁ କୋଭିଡ଼ ଟେଷ୍ଟ କରିଥିଲି । ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ  ମୁଁ  ହୋମ୍‌ କ୍ୱାରେଣ୍ଟାଇନ୍‌ ରହିଛି । ମେଡିକାଲ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ପ୍ରୋଟୋକୋଲ୍ ପାଳନ କରୁଛି । ତେବେ କାର୍ତ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କ୍ୱାରଣ୍ଟାଇନ୍‌ କିମ୍ବା ଡାକ୍ତରଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ।

wp:html /wp:html

ତେବେ ଏହାପୂର୍ବରୁ ରବିବାର ଦିନ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା , କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପା କରୋନା ସଂକ୍ରମିତ ହୋଇଛନ୍ତି । ଯେଉଁମାନଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ, ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।  କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଅମିତ ଶାହା ପ୍ରଥମ କେନ୍ଦ୍ରୀୟ ମନ୍ତ୍ରୀ ।

ସେହିପରି ରବିବାର ଦିନ ଉତ୍ତରପ୍ରଦେଶ ମନ୍ତ୍ରୀ କମଳ ରାଣୀ ବରୁଣ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଏହାବ୍ୟତୀତ ଉତ୍ତରପ୍ରଦେଶ ବିଜେପି ପ୍ରମୁଖ ସ୍ୱତନ୍ତ୍ର ଦେବ ସିଂହ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.