Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କରତାରପୁର ସାହିବ ଭାରତର ହୋଇଥାନ୍ତା ? ଏମିତି କାହିଁକି କହିଲେ ପ୍ରତିରକ୍ଷା ମନ୍ତ୍ରୀ

17/09/2021 at 9:31 PM

ନୂଆଦିଲ୍ଲୀ ୧୭/୦୯: ଶୁକ୍ରବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି, ବିଭାଜନ ବେଳେ ସାବଧାନତା ଅବଲମ୍ବନ କରିଥିଲେ କରତାରପୁର ସାହିବ୍‌ ଭାରତର ହୋଇଥାନ୍ତା। ସ୍ବାଧୀନତା ପାଇଁ ଶିଖମାନେ ବହୁ ସଂଘର୍ଷ କରିଛନ୍ତି । ଯେତେବେଳେ ଆମକୁ ସ୍ବାଧୀନତା ମିଳିଲା, ବିଭାଜନର ଦୁଃଖ ସହ୍ୟ କରିବାକୁ ପଡ଼ିଲା । ଶିଖ ସମୁଦାୟଙ୍କୁ ଅନେକ କିଛି ବରଦାସ୍ତ କରିବାକୁ ପଡ଼ିଲା ବୋଲି ରାଜନାଥ କହିଛନ୍ତି ।

ସେ ଆହୁରି କହିଛନ୍ତି, ‘ଆପଣମାନେ ଯୁବକମାନଙ୍କୁ ଶିଖମାନଙ୍କ ଇତିହାସ ପଢ଼ାଅ। ଏ ଦେଶ ଶିଖ ସମୁଦାୟଙ୍କ ଯୋଗଦାନ କେବେ ଭୁଲିପାରିବ ନାହିଁ। କିଛି ଖଲିସ୍ତାନ ଦାବି କରୁଛନ୍ତି। ଆପଣମାନେ ଖଲିସ୍ତାନର କଥା କାହିଁକି କହୁଛନ୍ତି .. ସାରା ହିନ୍ଦୁସ୍ତାନ ତୁମର।’

ତେବେ ଏହି ଗୁରୁଦ୍ବାର ପାକିସ୍ତାନର ନାରଓ୍ବାଲ ଜିଲ୍ଲାରେ ଅଛି ଏବଂ ଭାରତ ସୀମାରୁ କେବଳ ୩ କିଲୋମିଟର ଦୂରରେ ଅବସ୍ଥିତ। ଲାହୋରରୁ କରତାରପୁର ସାହିବର ଦୂରତା ୧୨୦ କିଲୋମିଟର। ପୂର୍ବରୁ ଭାରତୀୟ ଶ୍ରଦ୍ଧାଳୁ କରତାରପୁର ସାହିବ ଗରୁଦ୍ବାରକୁ ଦୂରବିକ୍ଷଣ ଯନ୍ତ୍ରରେ ଦର୍ଶନ କରୁଥିଲେ ।

   Related Posts