କରତାରପୁର କରିଡର୍‌ ପାଇଁ ଇମ୍ରାନଖାନ୍‌ଙ୍କୁ ଧନ୍ୟବାଦ ଦେଲେ ମୋଦୀ- ଭାରତର ଭାବନାକୁ ବୁଝିଥିବାରୁ ଧନ୍ୟବାଦ ଦେଲେ

Published By : Prameya-News7 Bureau | November 09, 2019 IST

ଗୁରୁଦାସପୁର - କରତାରପୁର କରିଡର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କୁ ଧନ୍ୟବାଦ ଦେଇଛନ୍ତି । କରତାରପୁର କରିଡର୍‌ ପାଇଁ ଭାରତର ଭାବନା ଓ ବିଚାରକୁ ବୁଝିପାରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଏହି କରିଡର୍‌ ବା ରାସ୍ତା ଭାରତର ପଞ୍ଜାବରୁ ପାକିସ୍ତାନରେ ଥିବା ଡେରା ବାବା ନାନକ ଶିରିନିକୁ ସଂଯୋଗ କରୁଛି । ଏହି ସ୍ଥାନ ଶିଖ୍‌ ଧର୍ମର ପ୍ରବର୍ତ୍ତକ ଗୁରୁ ନାନକ ଦେବଙ୍କ ଅନ୍ତିମ ବିଶ୍ରାମସ୍ଥଳୀ ଥିଲା । କରତାରପୁର କରିଡର୍‌ ଖୋଲିବା ପରେ ଦରବାର ସାହିବ ଗୁରୁଦ୍ୱାରାକୁ ସହଜରେ ଭାରତରେ ରହୁଥିବା ଶିଖ୍‌ ଧର୍ମବାଲମ୍ବୀ ଦର୍ଶନ କରିପାରିବେ ।

wp:core-embed/twitter {"url":"https://twitter.com/narendramodi_in/status/1193073203427471360","type":"rich","providerNameSlug":"twitter","className":""}
https://twitter.com/narendramodi_in/status/1193073203427471360
/wp:core-embed/twitter

ସେ ଏହି କରିଡର୍‌କୁ ଦେଶବାସୀଙ୍କ ଉଦେଶ୍ୟରେ ଅର୍ପଣ କରୁଥିବାରୁ ନିଜକୁ ଭାଗ୍ୟବାନ୍‌ ମନେ କରୁଛନ୍ତି ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.