Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର ରୋଡ୍ : ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଢେଙ୍କାନାଳ : ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ, ଅଭିଯୁକ୍ତ ଫେରାର
  • ||
  • ଚଣ୍ଡିଖୋଲ : କ୍ୟାବିନରୁ ୨ଶହ ଲିଟର ଡିଜେଲ ଜବତ, ଜଣେ ଗିରଫ
  • ||
  • ପଟ୍ଟାମୁଣ୍ଡାଇ : ନଦୀରେ ଭାସୁଛି କୁମ୍ଭୀରର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗାଁ ମୁହାଁ ହାତୀ ପଲ, ଭୟଭୀତ ଗ୍ରାମବାସୀ, ପଡିଲା ତାଟି କବାଟ
  • ||
  • ମନ୍ଦିର ନିକଟରେ ପଡିଛି ଅଜଣା ଯୁବକ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • କମୁଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୮ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୯୫୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଅମାନବୀୟ : ଗୋଡାଇବାରୁ କୁକୁରକୁ ହତ୍ୟା, ଜଣେ ଗିରଫ
  • ||
  • ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ
  • ||

ସବୁ ଭାରତୀୟ ଶ୍ରଦ୍ଧାଳୁଙ୍କଠୁ ୧୪୦୦ଟଙ୍କା ନେବ ପାକିସ୍ତାନ : ଜାଣନ୍ତୁ ପୂରା ଖବର

25/10/2019 at 3:35 PM

କରାଚୀ ୨୫/୧୦: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗତକାଲି କରତାରପୁର କରିଡରକୁ ନେଇ ବୁଝାମଣା ହୋଇଛି। ଦୁଇ ଦେଶ ତରଫରୁ ଏହି ବୁଝାମଣା ଉପରେ ସ୍ବାକ୍ଷର କରାଯାଇଛି। ଏହି ବୁଝାମଣା ପରେ ଭାରତୀୟ ଶ୍ରଦ୍ଧାଳୁ କରତାରପୁରରେ ଥିବା ଦରବାର ସାହେବଙ୍କ ଦର୍ଶନ ପାଇଁ ଯାଇପାରିବେ। କିନ୍ତୁ ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ ଏଥିପାଇଁ ୨୦ଡଲାର ଶୁଳ୍କ ଦେବାକୁ ପଡ଼ିବ। ଏହା ସହିତ ପାକିସ୍ତାନୀ ଭିସାର ଆବଶ୍ୟକତା ପଡ଼ିବ ନାହିଁ।  

ଭାରତ ଅନେକ ଥର ପାକିସ୍ତାନକୁ ଶୁଳ୍କ କମ୍ କରିବାକୁ କହିଛି। କିନ୍ତୁ ପାକିସ୍ତାନ ମାନିନାହିଁ।

ପାକିସ୍ତାନ ତରଫରୁ ବୁଝାମଣାରେ ସ୍ବାକ୍ଷର କରିଥିବା ବୈଦେଶିକ କାର୍ଯ୍ୟାଳୟର ମୁଖ୍ୟ ଏବଂ ଡିଜି ମହମ୍ମଦ ଫୈଜଲ୍ କହିଛନ୍ତି ଯେ ‘ଯେତେ ଟଙ୍କା ଖର୍ଚ୍ଚ କରାଯାଉଛି ଏହା ତୁଳନାରେ ଏହି ଶୁଳ୍କ ବହୁତ କମ୍। ଏଠାକୁ ଆସି ଦେଖନ୍ତୁ, ଏହା ଏକ ଅଦ୍ଭୁତ ଜିନିଷ’।

ପାକିସ୍ତାନ କରତାରପୁର କରିଡରର ଢ଼ାଞ୍ଚାଗତ ବିକାଶ ପାଇଁ ପାଖାପାଖି ଏକ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି। ଏଠାରେ ଗୁରୁଦ୍ବାରା ଦରବାର ସାହେବ ଯାଉଥିବା ଶ୍ରଦ୍ଧାଳୁଙ୍କୁ ପ୍ରସାଦ ମଧ୍ୟ ଖାଇବାକୁ ମିଳିବ। ଏହା ସହିତ ଇ-ରିକ୍ସା ସେବା​‌ ମଧ୍ୟ ପ୍ରଦାନ କରାଯିବ। ଶ୍ରଦ୍ଧାଳୁଙ୍କଠୁ ଯେଉଁ ଟଙ୍କା ନିଆଯିବ ତାହା ସେବା ଶୁଳ୍କ ବାବଦକୁ ନିଆଯିବ।

ପାକିସ୍ତାନ ଦ୍ବାରା ଭାରତୀୟ ଶ୍ରଦ୍ଧାଳୁଙ୍କ ଉପରେ ଲଗାଯାଉଥିବା ଏହି ଶୁଳ୍କ ଯୋଗୁଁ ଭାରତରେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଏହାକୁ ‘ଜଜିୟା’ କହିଛନ୍ତି।

ଗବେଷକମାନଙ୍କ କହିବା ଅନୁସାରେ ଏକ ସ୍ବତନ୍ତ୍ର ଦେଶ ହେବା ଫଳରେ ପାକିସ୍ତାନର ଅଧିକାର ରହିଛି ଯେ ଶ୍ରଦ୍ଧାଳୁଙ୍କ ଉପରେ ଶୁଳ୍କ ଲଗାଇପାରିବ। କିନ୍ତୁ କରତାରପୁର ମାମଲାରେ ୨୦ଡଲାର ଶୁଳ୍କକୁ ବୁଝାମଣାର ଅଂଶ କୁହାଯାଇଛି। ଏହାର ଅର୍ଥ ହେଉଛି ଯେ ଭବିଷ୍ୟତରେ ଯଦି ପାକିସ୍ତାନ ଏହି ଶୁଳ୍କ ବୃଦ୍ଧି କରିବାକୁ ଚାହିଁବ ତେବେ ପାକିସ୍ତାନକୁ ଭାରତରର ସହମତି ନେବାକୁ ପଡ଼ିବ।

ଇସଲାମ ଆଇନ୍ ଅନୁସାରେ ଜଜିଆ ଏକ ପ୍ରକାରର ମୁଣ୍ଡପିଛା କର। ଏହାକୁ ଏକ ଇସଲାମିକ୍ ଦେଶ ଦ୍ବାରା ଅଣମୁସଲିମ୍ ବ୍ୟକ୍ତିଙ୍କ ଉପରେ ଲଗାଯାଇଥାଏ। ଭାରତରେ ମଧ୍ୟ ମୋଗଲ୍ ଶାସକମାନେ ଜଜିଆ ଲଗାଇବା ଆରମ୍ଭ କରିଥିଲେ। ଐତିହାସିକଙ୍କ କହିବା ଅନୁସାରେ ଭାରତରେ ମୋଗଲ୍ ଶାସନ ସମୟରେ ଏହାକୁ ଭିନ୍ନ ଭିନ୍ନ ସମୟ ଏବଂ ସ୍ଥାନରୁ ହଟାଇ ଦିଆଯାଇଛି। ଯେପରିକି- ୧୫୬୪ରେ ଆକବର ରାଜସ୍ଥାନରୁ ଜଜିୟା ଉଠାଇ ଦେଇଥିଲେ।

କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ୍ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କୁ ଶ୍ରଦ୍ଧାଳୁଙ୍କ ପଦଳରେ ସରକାରୀ ଖଜଣାରୁ ଏହି ଶୁଳ୍କ ଦେବା କଥା କହିଥିଲେ। କିନ୍ତୁ ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାଓ୍ବା ଏଥିପାଇଁ ସିଧାସଳଖ ମନା କରି ଦେଇଥିଲେ। ଅସଲ କଥା ହେଲା ପଞ୍ଜାବ ସରକାର ନିକଟରେ ଫଣ୍ଡର ଅଭାବ ରହିଛି। ଏହା ପରେ କଂଗ୍ରେସ ସଂସଦ ମନୀଷ ତିଓ୍ବାରୀ କେନ୍ଦ୍ର ସରକାର ଦ୍ବାରା ଏହି ଶୁଳ୍କ ଦେବାକୁ ଦାବି କରିଥିଲେ।

ନଭେମ୍ବର ୧୦ତାରିଖରୁ କରତାରପୁର କରିଡର ଭାରତୀୟ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଯିବ। ଏହା ସପ୍ତାହରେ ପ୍ରତିଦିନ ସକାଳୁ ସନ୍ଧ୍ୟା ଯାଏଁ ଖୋଲା ରହିବ। ଆଶା କରାଯାଉଛଇ ଯେ ଭାରତରୁ ପାଖାପାଖି ୫୦୦୦ ଶ୍ରଦ୍ଧାଳୁ ଦର୍ଶନ ପାଇଁ ପାକିସ୍ତାନ ଯିବେ ଏବଂ ସେହି ଦିନ ଫେରି ଆସିବେ। ୧୪୦୦ଟଙ୍କା ହିସାବରେ ଯଦି ୫୦୦୦ଲୋକଙ୍କ ଖର୍ଚ୍ଚ ଦେଖାଯାଏ, ତେବେ ପ୍ରତିଦିନ ୭୦ଲକ୍ଷ ଟଙ୍କା ହେବ। ଅର୍ଥାତ୍ ବାର୍ଷିକ ୨୬୫କୋଟି କିମ୍ବା ଏହାଠୁ ଅଧିକ।

   Related Posts