ଅଭିନେତ୍ରୀ ତଥା ଲୋକସଭା ସାଂସଦ ନୁସରତ ଜହାଁଙ୍କ ପିତାଙ୍କ ଶରୀରରେ ଦେଖାଦେଲା କରୋନା ଲକ୍ଷଣ: ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | April 13, 2020 IST

କୋଲକାତା୧୩/୦୪ : ଲୋକସଭା ସାଂସଦ ତଥା ବଙ୍ଗାଳି ଅଭିନେତ୍ରୀ ନୁସରତ ଜହାଁଙ୍କ ପିତାଙ୍କ ମଧ୍ୟରେ କରୋନା ଲକ୍ଷଣ ପରିଲକ୍ଷିତ ହୋଇଛି | ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ତାଙ୍କର ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି | ନୁସରତ ନିକଟରେ କରୋନା ସଂକ୍ରମଣ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ଦେଇଥିଲେ | ଅନେକ ଥର ସୋସିଆଲ ମିଡ଼ିଆରେ ମଧ୍ୟ ଲାଇଭ ଷ୍ଟ୍ରିମିଙ୍ଗ ଜରିଆରେ କରୋନା ସମ୍ପର୍କରେ ଲୋକଙ୍କୁ ସତର୍କ କରିଛନ୍ତି |

ନୁସରତଙ୍କ ପିତାଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଥିଲା | ଏହାଛଡା ଥଣ୍ଡା, କାଶ ଓ ଜ୍ୱର ଲକ୍ଷଣ ମଧ୍ୟ ଦେଖାଦେଇଛି| ତାଙ୍କୁ ଇଏମ୍ ବାଇପାସ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ସୂତ୍ର ଅନୁଯାୟୀ, ନୁସରତଙ୍କ ପିତା କୌଣସି ଅନ୍ୟ ରାଜ୍ୟ କିମ୍ବା ବିଦେଶ ଗସ୍ତରେ ଯାଇନଥିଲେ | ଆଜି ରାତିରେ ତାଙ୍କ ନମୁନାର ଯାଞ୍ଚ ରିପୋର୍ଟ ଆସିବ| ରିପୋର୍ଟ ଆସିବା ପରେ ସଂକ୍ରମଣ ନେଇ ସ୍ପଷ୍ଟ ହେବ |

ବଙ୍ଗାଳି ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ତଥା ଲୋକସଭା ସାଂସଦ ନୁସରତ ଜହାଁ ଏକ ନ୍ୟୁଜ ଚ୍ୟାନେଲରେ କହିଥିଲେ ଯେ, ଭାରତରେ ଅନେକ ଧର୍ମ ରହିଛି | ତଥାପି ବର୍ତ୍ତମାନ ଦେଶରେ କରୋନା ସଙ୍କଟ ଯୋଗୁଁ ସମସ୍ତ ମନ୍ଦିର ବନ୍ଦ ରହିଛି| କେହି ମଧ୍ୟ କେଉଁଠାରେ କୌଣସି ଧାର୍ମିକ ସମାରୋହରେ ଯୋଗ ଦେଉନାହାନ୍ତି| କିନ୍ତୁ ମର୍କଜ ଘଟଣା କରୋନା ଲଢେଇରେ ଦେଶକୁ ବହୁତ ପଛକୁ ନେଇଯାଇଛି | ସେ ହାତ ଯୋଡି ସମସ୍ତଙ୍କୁ ନିବେଦନ କରିଥିଲେ ଯେ ଏହିଭଳି ସମୟରେ ସମସ୍ତଙ୍କୁ ରାଜନୈତିକ, ଧାର୍ମିକ ଓ ଜାତି ଧର୍ମ ସହ ଜଡିତ କୌଣସି ଆଲୋଚନା କରିବା ଉଚିତ୍ ନୁହେଁ | ଏହି ସମୟରେ ଆମ ସମସ୍ତଙ୍କୁ ମିଳିମିଶି ସରକାରଙ୍କ ସାହାଯ୍ୟ କରିବା ଉଚିତ୍ ଏବଂ ସରକାରଙ୍କ ଆଦେଶ ପାଳନ କରି ଘରେ ରହିବ ଉଚିତ୍ | କୌଣସି ପ୍ରକାର ଗୁଜବ ପ୍ରଚାର କରିବା ଉଚିତ୍ ନୁହେଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.