Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କରୋନା ଆତଙ୍କରେ ଥରୁଛି ଚୀନ୍‌, ସାରା ବିଶ୍ବରେ ସତର୍କତା: ଭୟଙ୍କର ଭୂତାଣୁକୁ ଚେକ୍‌ ଦେବାକୁ ପ୍ରତିଷେଧକ ପଦକ୍ଷେପ ଜୋରଦାର

4/02/2020 at 6:40 PM

ନୂଆଦିଲ୍ଲୀ ୦୪।୦୨:  କରୋନା ସ୍ଥିତି ସଂଗୀନ । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଏବେ ସୁଦ୍ଧା କରୋନା ଭାଇରସ୍ ଯୋଗୁଁ ୪୨୫ ଜଣଙ୍କର ମୃତ୍ୟୁ ହେଲାଣି । ମାତ୍ର ଗୋଟିଏ ଦିନରେ ୬୪ ଜଣଙ୍କର ମୃତ୍ୟୁ ହୋଇଛି । ଚୀନ୍‌ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୨୦ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ବାହାରକୁ ମୃତ୍ୟୁ ସଂଖ୍ୟା ସଠିକ୍‌ ଆସୁନଥିଲେ ବି ମୃତ୍ୟୁ ସଂଖ୍ୟା ଯେ ଢେର୍‌ ଅଧିକ ତାହା ଅନୁମାନ କରାଯାଉଛି । ଚୀନର ଏକ ଡାକ୍ତରଖାନାରେ ମୃତଦେହ ଗୁଡିକ ପଡିରହିଛି । ସେପଟେ ଭାରତରେ ବି କରୋନା ମୁକାବିଲା ପାଇଁ ପ୍ରତିଶେଧକମୂଳକ ପଦକ୍ଷେପକୁ ଜୋରଦାର କରାଯାଇଛି ।

ଚୀନରେ କାୟା ମେଲାଉଛି କରୋନା ଭାଇରସ୍ । ମହାମାରୀ ରୂପ ନେଇସାରିଲାଣି କରୋନା । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଚୀନରେ ଏପର୍ଯ୍ୟନ୍ତ ୪୨୫ ଜଣଙ୍କର ମୃତ୍ୟୁ ହେଲାଣି । କେବଳ ଗତ ୨୪ ଘଣ୍ଟାରେ ୬୪ ଜଣ ମୃତ୍ୟୁର ଶିକାର ହୋଇଛନ୍ତି । ଚୀନର ମିଡିଆ ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ବାହାରକୁ ପ୍ରକାଶ କରାନଗଲେ ମଧ୍ୟ  ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । କରୋନା ରୋଗୀଙ୍କ  ପାଇଁ ଯଦିଓ ଚୀନ ନୂଆ ହସ୍ପିଟାଲ ତିଆରି କରିଛି ଏହା ସତ୍ତ୍ବେ ବି ରୋଗୀଙ୍କୁ ସ୍ଥାନ ମିଳୁନି । 

ଉହାନ ସହରରେ ଏବେ ପ୍ରତି ଘରେ ଜଣେ ରୋଗୀ । ଆଉ ରକ୍ତ ପରୀକ୍ଷା କରିବା ଲାଗି ହଜାର ହଜାର ଲୋକ ଲାଇନରେ ଠିଆ ହୋଇଛନ୍ତି । ଏପଟେ ଆମ ଦେଶ କେରଳ ପରେ କର୍ଣ୍ଣାଟକ, ଉତ୍ତରପ୍ରଦେଶରେ କରୋନା ଚିନ୍ତା ବଢ଼ାଇଛି । କରୋନା ପ୍ରଭାବିତ ଦେଶରୁ କର୍ଣ୍ଣାଟକ ଆସିଥିବା ୬୩ଜଣଙ୍କୁ ସ୍ବତନ୍ତ୍ର ଭାବେ ରଖାଯାଇ ଚିକିତ୍ସା କରାଯାଉଛି । ସେହିପରି ଉତ୍ତରପ୍ରଦେଶରେ ୩୯ ଜଣଙ୍କୁ କରୋନା ସନ୍ଦେହରେ ଚିକିତ୍ସା କରାଯାଉଛି ।

କେରଳ ସରକାର କରୋନାକୁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି । ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କ ଛୁଟି ବାତିଲ କରିବା ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସେପଟେ କରୋନା ଆକ୍ରାନ୍ତଙ୍କ ପାଇଁ ସବୁ ଜିଲ୍ଲା ହସ୍‌ପିଟାଲରେ ୫ଟି ବେଡ ଏବଂ ମୁଖ୍ୟ ହସ୍ପିଟାଲରେ ୩୦ଟି ବେଡ ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଦେଶର ୪୧ଟି ବିମାନବନ୍ଦରେ ସ୍କାନିଂ ପାଇଁ ଥର୍ମାଲ କ୍ୟାମେରା ଲଗାଯାଇଛି ।

କରୋନା ଆକ୍ରାନ୍ତ ସନ୍ଦେହରେ କଟକ SCBରେ ଚିକିତ୍ସିତ ହେଉଥିବା କନ୍ଧମାଳର ଯୁବକଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । କରୋନା ପ୍ରଭାବିତ ଚୀନରୁ ୧୩ଜଣ ଏବଂ ଥାଇଲାଣ୍ଡରୁ ଜଣେ ଓଡିଶା ଫେରିଛନ୍ତି ।

ଏମାନଙ୍କ ଭିତରୁ ୨ଜଣଙ୍କୁ କଟକ SCB ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କୁ ହୋମ୍ ଆଇସୋଲେସନ୍ ରେ ରଖାଯାଇ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯାଇଥିବା DMET ସୂଚନା ଦେଇଛନ୍ତି । SCB ମେଡିକାଲରେ ଏବେ କରୋନା ଆକ୍ରାନ୍ତଙ୍କ ପାଇଁ ୮୪ଟି ବେଡ ବ୍ୟବସ୍ଥା ଅଛି ଯାହାକୁ ୧୫୦କୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ।

ସେପଟେ କରୋନାକୁ ନେଇ ଆଡଭାଇଜାରି ଜାରି କରିଛି ଗଣଶିକ୍ଷା ବିଭାଗ । ସ୍କୁଲରେ କୌଣସି ପିଲାଙ୍କୁ ଥଣ୍ଡା ଜ୍ବର ହେଲେ କିମ୍ବା କିଛି ସନ୍ଦେହ ହେଲେ ସ୍ଥାନୀୟ ହସ୍‌ପିଟାଲକୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

   Related Posts