କାବୁ ହେଉନି କରୋନା : ଚୀନ୍‌ରେ ମୃତ୍ୟୁ ସଂଖ୍ୟା ୧୫୦୦ ପାର୍ , ୬୬ ହଜାରରୁ ଅଧିକ ଆକ୍ରାନ୍ତ

Published By : Prameya-News7 Bureau | February 15, 2020 IST

ବେଜିଂ ୧୫।୦୨: ଚୀନରେ କରାଳ ରୂପ ନେଲାଣି କରୋନା । ଶୁକ୍ରବାର ଦିନ ଏହା ଘାତକ ସାବ୍ୟସ୍ତ ହୋଇଛି । କରୋନା ଭାଇରସ୍‌ରେ ଗୋଟିଏ ଦିନରେ ୧୪୩ଜଣଙ୍କ ମୃତ୍ୟୁ ହୋଇଛି । ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୦୦ ଟପିଛି । ଚୀନରେ ମୃତ୍ୟୁସଂଖ୍ୟା ୧୫୨୬ ହୋଇଛି।

{"id":224587,"sizeSlug":"large"}

ତେବେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୩୯ ଜଣ କେବଳ ହୁବେଇ ରାଜ୍ୟର । ହୁବେଇରେ ମୋଟ ମୃତ୍ୟୁସଂଖ୍ୟା ୧୪୫୭କୁ ବୃଦ୍ଧି ପାଇଛି । ପୂରା ରାଜ୍ୟରେ ୫୪ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା ।   ସେହିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬ହଜାର ଟପିଛି । ଚୀନରେ କରୋନା ଭାଇରସ୍ ସାଂଘାତିକ ରୂପ ନେଉଛି ।  ଏହାର ମୁକାବିଲା ନେଇ ଚୀନ ନେଉଥିବା ପଦକ୍ଷେପରେ ଅସନ୍ତୋଷ ପ୍ରକାଶ କରିଛି ଆମେରିକା ।

{"id":224588,"width":573,"height":381,"sizeSlug":"large"}

ସେପଟେ ଚୀନ୍ ବାହାରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବିଶେଷ ଭାବେ ବଢୁନଥିଲେ ମଧ୍ୟ, ଜାପାନର କ୍ରୁଜ୍ ସିପ୍ ଡାଇମଣ୍ଡ ପ୍ରିନ୍ସେସ୍ ରେ ୪୪ ଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ୩ ଜଣ ଭାରତୀୟ ଆକ୍ରାନ୍ତ ହୋଇଛନ୍ତି । ଭାରତରେ  କରୋନା ସ୍ଥିତି ସଂମ୍ପୁର୍ଣ୍ଣ ନିୟନ୍ତ୍ରଣରେ ରଖିଛି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରିତସୂଦନ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟ ସଚିବ, ପର୍ଯ୍ୟଟନ ସଚିବ ,ଜାହଜ ଚଳାଚଳ ସଚିବଙ୍କ ସହ ଭିଡିଓ କନଫରେନ୍ସରେ ବୈଠକ କରିଛନ୍ତି।

{"id":224589,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.