କରୋନା ପାଇଁ ସାର୍କ ଦେଶ ଗୁଡ଼ିକର ପ୍ରସ୍ତୁତି , ମୁକାବିଲା ନେଇ ସଂଧ୍ୟାରେ ସାର୍କ ରାଷ୍ଟ୍ରମୁଖ୍ୟଙ୍କ ବୈଠକ, ଭିଡିଓ କନ୍‌ଫରେନ୍ସି ଜରିଆରେ ହେବ ଆଲୋଚନା

Published By : Prameya-News7 Bureau | March 15, 2020 IST

ନୂଆଦିଲ୍ଲୀ ୧୫।୦୩:  କରୋନା ମୁକାବିଲା ପାଇଁ ସାର୍କ ଦେଶ ଗୁଡ଼ିକର ପ୍ରସ୍ତୁତି । ରବିବାର ସଂଧ୍ୟାରେ ସାର୍କ ଦେଶ ଗୁଡ଼ିକର ରାଷ୍ଟ୍ରମୁଖ୍ୟ ମାନେ ଭିଡିଓ କନଫରେନସିଂ ଜରିଆରେ ଏ ସଂପର୍କରେ ଆଲୋଚନା କରିବେ । ଏହି ଭିଡିଓ କନଫରେନ୍ସିଂରେ କରୋନା ମୁକାବିଲା ପାଇଁ ସାର୍କ ରାଷ୍ଟ୍ର ସମୁହର ମିଳିତ ରଣନୀତି ପ୍ରସ୍ତୁତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଅଧ୍ୟକ୍ଷତା କରିବେ ।

{"id":238693,"width":568,"height":318,"sizeSlug":"large"}

ଦକ୍ଷିଣ ଏସିଆ ଅଞ୍ଚଳରେ କୋଭିଡ୍ -19 ଭାଇରସ୍ କୁ ରୋକିବା ପାଇଁ ଏଥିରେ ବିଭିନ୍ନ ନିଷ୍ପତ୍ତି ନିଆଯିବ ।  ପ୍ରଧାନମନ୍ତ୍ରୀ ମୋଦି କରୋନା ଭାଇରସ ମୁକାବିଲା ନେଇ ଭିଡିଓ କନଫରେନସିଂରେ ଆଲୋଚନା ପାଇଁ ସାର୍କ ରାଷ୍ଟ୍ରମୁଖ୍ୟଙ୍କୁ ଆହ୍ବାନ ଦେଇଥିଲେ ।

wp:core-embed/twitter {"url":"https://twitter.com/MEAIndia/status/1238830587307266051","type":"rich","providerNameSlug":"twitter","className":""}
https://twitter.com/MEAIndia/status/1238830587307266051
/wp:core-embed/twitter

ମାଳଦ୍ୱୀପର ରାଷ୍ଟ୍ରପତି ଇବ୍ରାହିମ୍  ମହମ୍ମଦ ସୋଲି, ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବାୟା ରାଜପାକ୍ଷେ, ଭୁଟାନ୍ ର ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ୍, ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍  ହସିନା, ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ ଅଶରଫ୍ ଘନି, ପାକିସ୍ତାନ ତରଫରୁ ଇମ୍ରାନ୍ ଖାଁଙ୍କ ସ୍ୱତନ୍ତ୍ର ସହକାରୀ ଡକ୍ଟର୍ ଜଫର୍ ମିର୍ଜା ଏହି ସମ୍ମିଳନୀରେ ପ୍ରତିନିଧିତ୍ୱ କରିବେ । ଏହି ଆଲୋଚନାରେ କରୋନା ମୁକାବିଲା ନେଇ ରଣନୀତି ପ୍ରସ୍ତତି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.