Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

କରୋନା ସଙ୍କଟରେ ମହଙ୍ଗା ମାଡ : ପେଟ୍ରୋଲରୁ ଆରମ୍ଭ କରି ମୋବାଇଲ ଯାଏଁ ସବୁ ହେଲା ମହଙ୍ଗା

15/03/2020 at 4:48 PM

ନୂଆଦିଲ୍ଲୀ ୧୫/୦୩ : କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇଛି | କରୋନା ପାଇଁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଦୋହଲି ଯାଇଛି | ବ୍ୟବସାୟରେ ମାନ୍ଦାବସ୍ଥା ଦେଖାଦେଇଛି | ଭାରତରେ ଜନତାଙ୍କ ଉପରେ ମହଙ୍ଗା ମାଡ ଜାରି ରହିଛି | ମୋବାଇଲ ଫୋନରୁ ଆରମ୍ଭ କରି ପେଟ୍ରୋଲ ଡିଜେଲ ଦର ମଧ୍ୟ ବଢିବାର ଆଶଙ୍କା ରହିଛି |

ସୂତ୍ରରୁ ଜଣାପଡିଛି ଯେ, ଆଗତ ଭବିଷ୍ୟତରେ ମୋବାଇଲ ଫୋନ ମହଙ୍ଗା ହୋଇଯିବ | ଜିଏସଟି କାଉନ୍ସିଲର ୩୯ତମ ବୈଠକରେ ମୋବାଇଲ ଫୋନରେ ୧୮ ପ୍ରତିଶତକୁ ଟ୍ୟାକ୍ସରେ ସାମିଲ କରାଯାଇଛି | ଏହା ପୂର୍ବରୁ ମୋବାଇଲରେ ୧୨ ପ୍ରତିଶତ ଟ୍ୟାକ୍ସ ଲାଗୁଥିଲା | ପୁରୁଣା ଟ୍ୟାକ୍ସ ତୁଳନାରେ ବର୍ତ୍ତମାନ ମୋବାଇଲ ଫୋନରେ ୬ ପ୍ରତିଶତ ଅଧିକ ଟିକସ ଲାଗୁ ହୋଇଛି | ତେବେ ମୋବାଇଲ ଫୋନ କିଣିବା ବର୍ତ୍ତମାନ ପୂର୍ବାପେକ୍ଷା ମହଙ୍ଗା ପଡିବ | ଏହି ନୂଆ ଦର ଏପ୍ରିଲ ୧ ତାରିଖରୁ ଲାଗୁ ହେବ | ସାଧାରଣ ଲୋକଙ୍କ ପାଇଁ ଏହା କୌଣସ ଝଟକାରୁ କମ ନୁହଁ | ତେବେ କରୋନା ପାଇଁ ବଜାରରେ ମାନ୍ଦାବସ୍ଥା ଜାରି ରହିଛି | କରୋନା ପାଇଁ ଚୀନରୁ ମୋବାଇଲ ସପ୍ଲାଏ ବନ୍ଦ ଥିବା ଯୋଗୁଂଆନ୍ୟ କମ୍ପାନୀର ମୋବାଇଲ ଫୋନର ଦର ବଢି ଯାଇଛି |

ଏହାଛଡା ସରକାର ପେଟ୍ରୋଲ ଡିଜେଲ ଦର ଉପରେ ଲିଟର ପିଛା ଶୁଳ୍କ ୩ ଟଙ୍କା ବଢ଼ାଇ ଦେଇଛନ୍ତି | କେନ୍ଦ୍ର ଅପ୍ରତ୍ୟକ୍ଷ ଶୁଳ୍କ ଏବଂ ସୀମା ଶୁଳ୍କ ବୋର୍ଡ ତରଫରୁ ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କ ୨ ଟଙ୍କାରୁ ବଢ଼ାଇ ଦିଆଯାଇ ଲିଟର ପିଛା ୮ ଟଙ୍କା କରିଦିଆଯାଇଛି |

ଅପରପକ୍ଷରେ ଡିଜେଲ ଉପରେ ଏହି ଶୁଳ୍କ ୨ ଟଙ୍କାରୁ ବଢି ଲିଟର ପିଛା ୪ ଟଙ୍କା ହୋଇଯାଇଛି | ଏହାଛଡା ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ରୋଡ଼ ଟ୍ୟାକ୍ସ ମଧ୍ୟ ଲିଟର ପିଛା ଟଙ୍କାଟେରୁ ବଢି ଲିଟର ପିଛା ୧୦ ଟଙ୍କା ହୋଇଯାଇଛି |

ମାଚିସ ଶସ୍ତା ହେବ ବୋଲି ଆଶା କରାଯାଉଛି | ବର୍ତ୍ତମାନ ମାଚିସ ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେବ | ପୂର୍ବରୁ ହାତ ତିଆରି ମାଚିସ ଉପରେ ୫ ପ୍ରତିଶତ ଏବଂ ମେସିନ ତିଆରି ମାଚିସ ଉପରେ ୧୮ ପ୍ରତିଶତ ଶୁଳ୍କ ଲାଗୁଥିଲା | 

ଏହାଛଡା ଏୟାରକ୍ରାଫ୍ଟ ମେଣ୍ଟେନେନ୍ସ, ରିପେୟାର ଏବଂ ଅନ୍ୟାନ୍ୟ ସର୍ଭିସ ପାଇଁ ଜିଏସଟି ଶୁଳ୍କ କମାଇ ଦିଆଯାଇଛି | ପୂର୍ବରୁ ଏଥିପାଇଁ ୧୮ ପ୍ରତିଶତ ଟ୍ୟାକ୍ସ ଲାଗୁଥିଲା | ବର୍ତ୍ତମାନ ଏହାକୁ କମେଇ ଦିଆଯାଇ ୫ ପ୍ରତିଶତ କରିଦିଆଯାଇଛି |

   Related Posts