କରୋନା ନେଇ ସ୍ଥାନୀୟ ଅଞ୍ଚଳରେ ସଚେତନତା ସହ ସ୍ଥିତି ଅନୁଧ୍ୟାନ କଲେ ବିଧାୟିକା

Published By : Prameya-News7 Bureau | March 15, 2020 IST

ବଲାଙ୍ଗୀର ୧୫।୦୩: ସୁସ୍ଥ ରୁହନ୍ତୁ , ସୁରକ୍ଷିତ ରୁହନ୍ତୁ । ନିଜକୁ ମହାମାରି ଠାରୁ ଦୁରେଇ ରଖନ୍ତୁ। ଏଭଳି କିଛି ବାର୍ତ୍ତା ଦେବା ସହ ରବିବାର ଦିନ ସ୍ଥାନୀୟ ଟିଟିଲାଗଡ ବିଧାୟିକା  ତଥା ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମୁନସିପାଲିଟି କନ୍‌ଫେରନ୍ସ ହଲ୍‌ ଠାରେ ଉପ ଜିଲ୍ଲାପାଳ ତଥା ଟିଟିଲାଗଡ ସବଡିଭିଜନର ସମସ୍ତ ଅଧିକାରୀଙ୍କୁ ନେଇ କରିଛନ୍ତି ସଚେତନତା କାର୍ଯ୍ୟକ୍ରମ।

କିଭଳି ଭାବରେ ଏ କରୋନା ମହାମାରି ଭାଇରସ ରୁ ମୁକ୍ତି ପାଇବା ସହ ଲୋକଙ୍କୁ କିଭଳି ଭାବରେ ଏହାକୁ ନେଇ ସଚେତନ କରିବେ ସେମାନଙ୍କୁ କିଭଳି ଭାବରେ ନିଜ ଦୈନଦିନ ଜୀବନ ଯାପନରେ ସଚେତନତା ଅବଲମ୍ବନ କରିବେ ସେ ନେଇ ଅଧିକାରି ମାନଙ୍କୁ ସଚେତନ କାର୍ଯ୍ୟକ୍ରମ କରିଛନ୍ତି  ମନ୍ତ୍ରୀ । ସେପଟେ ସବଡିଭିଜନ ହସ୍ପିଟାଲରେ କେଉଁ ସବୁ ସୁବିଧା ରହିଛି ମାସ୍କ ଠାରୁ ଆରମ୍ଭ କରି ସାନିଟାଇଜରର ବ୍ୟବୟାର ହଉଛି ନା ନାହିଁ। ରୋଗିମାନଙ୍କୁ ଠିକ ଭାବରେ ଚିକିତ୍ସା କରାଯାଉଛି ନା ନାହିଁ। କରୋନା କୁ ଭୟ ନ କରିବା ପାଇଁ ସମଗ୍ର ଟିଟିଲାଗଡ ଅଞ୍ଚଳରେ କିଭଳି ଭାବରେ ଲୋକଙ୍କୁ ବୁଝା ଯାଉଛି ସେ ନେଇ ମଧ୍ୟ ଆଳୋଚନା କରିଛନ୍ତି ମନ୍ତ୍ରୀ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.