କରୋନାକୁ ନେଇ ତତ୍ପର ହେଲା ରାୟଗଡା ଜିଲ୍ଲା ପ୍ରଶାସନ, ସିନେମା ହଲ ଓ ଜିମ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | March 16, 2020 IST

ରାୟଗଡା ୧୬।୦୩ : କରୋନାକୁ ନେଇ ତତ୍ପରତା ଦେଖାଇଛି ରାୟଗଡା ଜିଲ୍ଲା ପ୍ରଶାସନ । ସିନେମା ହଲ ଓ ଜିମ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସପିଂମଲ ଗୁଡ଼କିରେ ଜନଗହଳି ନକରିବା ଓ ଗହଳି ହେଲେ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ସପିଂ ମଲ ଗୁଡିକୁ ବନ୍ଦ କରିବାକୁ ନିର୍ଦେଶ ଦେଇଥିବା ବେଳେ କପିଳାସ ରୋଡ଼ ଓ ଖଲିଗୁଡ଼। ନିକଟରେ ଦୁଇଟି ମଲ ଖୋଲା ରହିଛି । ଅଭିଯୋଗ ଆସିବାପରେ ଉପଜିଲ୍ଲାପାଳ ଓ ଏସଡିପିଓ ରାୟଗଡା ରେଳଷ୍ଟେସନ ସମେତ ବିଭିନ୍ନ ସପିଂମଲ ବୁଲି ତଦାରଖ କରିଥିଲେ ।

{"id":239234,"sizeSlug":"large"}

କରେ।ନା ପାଇଁ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିରରେ ମୁଣ୍ଡନ  ଚୈତ୍ର ଯାତ୍ରା ବନ୍ଦ ରଖାଯାଇଛି। ପରବର୍ତୀ ନିର୍ଦ୍ଦଶେନାମା ପର୍ଯ୍ୟନ୍ତ ଏହା ବଳବତର ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେହିଭଳି ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି। କେହି ମଧ୍ୟ ଛୁଟିରେ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦଶେନାମା ଜାରି ହୋଇଛି। ତବେ ରାୟଗଡ଼। ସହରର ସମସ୍ତ ୪ ଟି ସିନେମାହଲ ଗତକାଲି ଠାରୁ ବନ୍ଦ ରଖାଯାଇଛି ।

{"id":239235,"sizeSlug":"large"}

ଜିଲ୍ଲାପାଳ ପ୍ରମୋଦ କୁମାର ବହେରା ଏବଂ ଅତିରିକ୍ତ ଜିଲ୍ଲାପାଳ ଅମୃତ ଋତୁରାଜ ଭିଡ଼ିଓ କନଫରେନ୍ସ ଜରିଆରେ ଜିଲ୍ଲାର ସମସ୍ତ ୧୧ ଟି ବିଡ଼ିଓ ଓ ୧୧ ଟି ତହସିଲଦାରଙ୍କ ସହ ସ୍ଥିତି ନେଇ ଆଲୋଚନା କରିଛନ୍ତି । ସେହିଭଳି ସ୍ବେଛାସେବୀ, ଏନଜିଓ ଓ ବିଭିନ୍ନ ସଂଗଠନକୁ ନେଇ ସଚେତନତା କାର୍ଯୟକ୍ରମ ସହ ବୈଠକ ଅନୁଷ୍ଠିତ ହୋଇଛି। କେହି ଭୟଭୀତ ନହେ।ଇ ସତର୍କ ରହିବା ପାଇଁ ଜିଲ୍ଲାପାଳ ଓ ଏସପି ପରାମର୍ଶ ଦେଇଛନ୍ତି ।

{"id":239236,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.