Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

କରୋନା ଗୁଜବରେ ଲୋକେ ହେଲେ ହାଲ୍ଲାପଟା: ଶନି ମନ୍ଦିରରେ ଲାଗିଲା ଭିଡ, ପ୍ରଶାସନର ହସ୍ତକ୍ଷେପ ପରେ ସୁଧୁରିଲା ସ୍ଥିତି

21/03/2020 at 3:47 PM

ଦେବଗଡ ୨୧।୦୩:  ଦେବଗଡ ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ କରୋନା କୁ ନେଇ ଗୁଜବ ପ୍ରଚାର ହେଉଥିବା ବେଳେ ତାର ପ୍ରଭାବ ଶନିବାର ଦେଖିବାକୁ ମିଳିଛି। ଯାହାର ଗୋଟିଏ ପୁଅ ସେ ଦୁଇଟି ପୁଅ ଥିବା ସାତୋଟି ପରିବାର ରୁ ଭିକ୍ଷା ମାଗି ସେହି ଟଙ୍କା ଶନିବାର ଶନି ମନ୍ଦିର ରେ ଦେଇ ଦର୍ଶନ କରିବା ପାଇଁ ଗୁଜବ ପ୍ରଚାର ହୋଇଛି । ବହୁ ମହିଳାମାନେ ଏହାର ଶିକାର ହେଉଛନ୍ତି । ଶନିବାର ଦିନ ତମାମ ଏନେଇ ଦେବଗଡ ସହର ମଧ୍ୟରେ ଥିବା ଷୋହଳ ବଖରୀ ଶନି ମନ୍ଦିର ରେ ଏଭଳି ଗୁଜବ ର ଶିକାର ମହିଳା ମାନେ ଭିଡ ଜଣାଇଥିଲେ ।

ଦେବଗଡ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମହିଳା ମାନଙ୍କ ମଧ୍ୟରେ ଗୁଜବ ପ୍ରଚାର ଯୋଗୁଁ ଶନିବାର ଶନି ମନ୍ଦିର ରେ ବେଶ ଭିଡ ଜମିଥିଲା । ପରିସ୍ଥିତି ଏଭଳି ହୋଇଥିଲା ଯେ ଶେଷରେ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ମନ୍ଦିର ର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ । ଏହି ଗୁଜବ ପ୍ରଚାର କୁ ନେଇ ଦେବଗଡ ଜିଲ୍ଲା ପ୍ରଶାସନ ଓ ପୁଲିସ୍ କୁ ବେଶ ନାକେଦମ ହେବାକୁ ପଡିଛି ।

କରୋନା କୁ ନେଇ ଚାରିଆଡେ ବିଭିନ୍ନ ଚର୍ଚ୍ଚା ଜୋର ଧରିଥିବା ବେଳେ ଏତିକି ବେଳେ ଗୁଜବ ପ୍ରଚାରକାରୀ ମଧ୍ୟ ବେଶ ସକ୍ରିୟ ହୋଇଉଠିଛନ୍ତି। ଦେବଗଡ ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ଗୋଟିଏ ପୁଅ ଥିବା ପରିବାର ର ମହିଳା ଦୁଇ ପୁଅ ଥିବା ସାତୋଟି ପରିବାରରୁ ଭିକ୍ଷା ମାଗି ଶନିବାର ଶନି ମନ୍ଦିର ଦର୍ଶନ କରିବା ପାଇଁ ଗୁଜବ ପ୍ରଚାର ହୋଇଛି । ଆଉ ଏଭଳି ଗୁଜବର ଶିକାର ହୋଇଥିବା ମହିଳା ମାନେ ଶନିବାର ଦିନ ତମାମ ଦେବଗଡ ସହର ମଧ୍ୟରେ ଥିବା ଷୋହଳ ବଖରୀ ଶନି ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଜିଲ୍ଲା ର ବିଭିନ୍ନ ଅଞ୍ଚଳର ଶହ ଶହ ମହିଳା ଶ୍ରଦ୍ଧାଳୁ ଏଥିପାଇଁ ଶନି ମନ୍ଦିର ରେ ଭିଡ ଜମାଇଥିଲେ ।

ଶନିବାର ସକାଳୁ ସକାଳୁ ଦେବଗଡ ସହର ମଧ୍ୟରେ ଥିବା ଷୋହଳ ବଖରୀ ଶନି ମନ୍ଦିର ରେ ମହିଳା ଶ୍ରଦ୍ଧାଳୁ ଙ୍କ ଭିଡ ଦେଖିବାକୁ ମିଳିଥିଲା । କରୋନା ପାଇଁ ଜନସାଧାରଣଙ୍କୁ  ସାଧାରଣ ସ୍ଥାନରେ ଏକତ୍ରିତ ହେବାପାଇଁ ସରକାର ବାରଣ କରୁଥିବା ବେଳେ ଶନି ମନ୍ଦିର ରେ ଏଭଳି ଭିଡ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଥିଲା ।

ଖବରପାଇ ଅତିରିକ୍ତ ଜିଲ୍ଲାପାଳ କୌବଲ୍ୟ କିଶୋର କର ପୋଲିସ ସହାୟତା ରେ ଘଟଣା ସ୍ଥଳରେ ପହଞ୍ଚି ମନ୍ଦିର ର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି । ସେହିଭଳି ସହର ର ବିଭିନ୍ନ ସ୍ଥାନରେ ଥିବା ପୂଜାଦୋକାନରେ ଭିଡ ହେବା ଯୋଗୁଁ ସେଗୁଡିକ ମଧ୍ୟ ବୁଲି ବୁଲି ବନ୍ଦ କରାଯାଇଛି । ଶନି ମନ୍ଦିର ପକ୍ଷରୁ ମଧ୍ୟ ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ରେ ଭିଡ ନକରି ନିଜ ନିଜ ଘରେ ଆଗାମୀ କିଛି ଦିନ ପାଇଁ ପୂଜା ପାଠ କରିବା ପାଇଁ ପରାମର୍ଶ ଦିଆଯାଇଛି ।

କରୋନା କୁ ନେଇ ସରକାର ବିଭିନ୍ନ ପ୍ରକାର ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ମାତ୍ର ଗୁଜବ ପ୍ରଚାର ହେଉଥିବା ଯୋଗୁଁ ଏହି ଜନ ସଚେତନତା କାର୍ଯ୍ୟକ୍ରମ ଫେଲ ମାରୁଛି । ଏଭଳି ସ୍ଥିତିରେ ଜନସାଧାରଣ ଗୁଜବରୁ ଦୂରରେ ରହି ସରକାର ଙ୍କ ନୀତି ନିଷ୍ପତ୍ତି କୁ ସମ୍ମାନ ଜଣାଇବା ନିହାତି ଆବଶ୍ୟକ ।

   Related Posts