କର୍ଣ୍ଣାଟକ: ବାରମ୍ବାର ହେଉଛି ଭୂମି କମ୍ପ, ଗାଁ ଛାଡି ପଳାଇଲେଣି ଅଧାରୁ ଅଧିକ ଲୋକେ

Published By : Prameya-News7 Bureau | October 13, 2021 IST

କଲବୁର୍ଗି ୧୩।୧୦:  କର୍ଣ୍ଣାଟକ କଲବୁର୍ଗି ଜିଲ୍ଲା ଚିଞ୍ଚୋଲୀର ଗଡିକେଶ୍ୱର ଗାଁ ଛାଡି  ଲୋକେ ପଳାୟନ କରୁଛନ୍ତି। ଗତ ୫ ବର୍ଷ ହେଲା ଗାଁରୁ ଲୋକେ ପଳାଇବାରେ ଲାଗିଛନ୍ତି। ତେବେ ମଙ୍ଗଳବାର ଦିନକରେ ୩ ଥର ଭୂମିକମ୍ପ  ଏବେ ବଳକା ଲୋକଙ୍କୁ ଗାଁ ଛାଡିବାକୁ ବାଧ୍ୟ କରିଛି। ଲୋକେ ଗାଁରେ ରହି ଜୀବନକୁ ବିପଦରେ ପକାଇବାକୁ ଚାହୁଁ ନାହାନ୍ତି। ଏଣୁ ସୁରକ୍ଷିତ ସ୍ଥାନକୁ ପଳାୟନ କରିବାରେ ଲାଗିଛନ୍ତି।

{"id":526571,"width":839,"height":516,"sizeSlug":"full","linkDestination":"none"}

ଗତ ୫ ବର୍ଷ ହେଲା ଗାଁରେ ବାରମ୍ବାର ଭୂମିକମ୍ପ ହେଉଛି, କ୍ରମଶଃ ଏହା ବଢିବାରେ ବି ଲାଗିଲାଣି। ଏଣୁ ଲୋକେ ଗାଁ ଛାଡି ପଳାଉଥିବା ବେଳେ ଗାଁଟି ଅଧାଅଧି ଖାଲି ହୋଇଗଲାଣି। ଏଠାରେ ବର୍ଷା ଓ ଶୀତ ଋତୁରେ ଲୋକେ ସାଧାରଣ କମ୍ପନ ସାଙ୍ଗକୁ ବିଚିତ୍ର ଶବ୍ଦ ଶୁଣିବାକୁ ପାଇଥାନ୍ତି। ଏହି ସ୍ଥାନର ଏହା ଭୌଗଳିକ ଲକ୍ଷଣ ବୋଲି ଭୂ-ବୈଜ୍ଞାନିକମାନେ କହୁଛନ୍ତି। ପୃଥିବୀର ଘୂର୍ଣ୍ଣନ ଯୋଗୁ ଏଠାରେ ଏପରି ଅଜବ ପ୍ରାକୃତିକ ଘଟଣା ବର୍ଷବର୍ଷରୁ ହୋଇଆସୁଛି। ହେଲେ ଏହା କ୍ରମଶଃ ବୃଦ୍ଧି ପାଇବା ଯୋଗୁ ଲୋକେ ଆତଙ୍କିତ ହୋଇ ଗାଁ ଛାଡୁଛନ୍ତି।

{"id":526572,"width":841,"height":473,"sizeSlug":"full","linkDestination":"none"}

ଲୋକଙ୍କ ଏପରି ପଳାୟନରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ରାଜ୍ୟ ବିପର୍ଯ୍ୟୟ ନିରକ୍ଷଣ କେନ୍ଦ୍ର(କେଏସଏନଡିଏମସି) ଅଧିକାରୀଙ୍କ ସହ ଜରୁରି ବୈଠକ କରିଥିବା ବେଳେ ଗାଁରେ ରିଲିଫ ସେଣ୍ଟର ସ୍ଥାପନା ସହ ଭୂମିକମ୍ପ କ୍ଷତିଗ୍ରସ୍ତ ଘରଗୁଡିକର ମରାମତି ଲାଗି କ୍ଷତିପୂରଣ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଡେପୁଟି କମିଶନର ଭି.ଆର.ବିଜୟା ଜ୍ୟୋତ୍ସ୍ନା ଭୂ-ବୈଜ୍ଞାନିକ ଓ କେଏସଏନଡିଏମସି ଟିମ ସହ ଗାଁ ପରିଦର୍ଶନ କରିଛନ୍ତି।

{"id":526574,"width":839,"height":559,"sizeSlug":"full","linkDestination":"none"}

ତେବେ ଏପରି କମ୍ପନ ଅଥବା ଶବ୍ଦ ଯୋଗୁ ଗାଁ ଲୋକଙ୍କ ଜୀବନ ପ୍ରତି ସେପରି କୌଣସି ବିପଦ ନଥିବା ବୈଜ୍ଞାନିକମାନେ ବୁଝାସୁଝା କରିଛନ୍ତି। ହେଲେ ଏଥିରେ ଲୋକେ ସନ୍ତୁଷ୍ଟ ହେଉ ନାହାନ୍ତି। ଏଣୁ କମିଶନର ଲୋକଙ୍କୁ ସଚେତନ କରିବା ଲାଗି ଗାଁଲକଙ୍କ ସହ କିଛି କାଳ ରହିବେ ବୋଲି କହିଛନ୍ତି। ଏହି ସମୟରେ ଗାଁ ଲୋକଙ୍କୁ ସଚେତନ କରିବା ଲାଗି ବିଶେଷଜ୍ଞଙ୍କୁ ମଧ୍ୟ ଡକାଯିବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.