Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

କର୍ଣ୍ଣାଟକ ନାଟକରେ ନୂଆ ମୋଡ : ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି

28/07/2019 at 12:22 PM

ବେଙ୍ଗାଲୁରୁ ୨୮|୭: ଦୁଇ ଦିନ ତଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ବି.ଏସ୍. ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିଧାନସଭାରେ ୟେଦ୍ୟୁରପ୍ପାଙ୍କ ନୂଆ ସରକାର ବହୁମତ ସାବ୍ୟସ୍ତ କରିବା ପୂର୍ବରୁ କର୍ଣ୍ଣାଟକ ନାଟକରେ ଆସିଛି ନୂଆ ମୋଡ । କର୍ଣ୍ଣାଟକ ବାଚସ୍ପତି କେ.ଆର. ରମେଶ କୁମାର ବଡ ନିଷ୍ପତ୍ତି ନେଇଛନ୍ତି । ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ବାଚସ୍ପତି । କଂଗ୍ରେସର ୧୧ ଓ ଜେଡିଏସର ୩ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି । ଦଳବଦଳ ଆଇନ ବଳରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟର ବିଦ୍ରୋହୀ ବିଧାୟକଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବାଚସ୍ପତି । ଆସନ୍ତା ୪ ବର୍ଷ ଯାଏଁ ନିର୍ବାଚନ ଲଢିପାରିବେନି ଅଯୋଗ୍ୟ ବିଧାୟକ ।

ଆସନ୍ତାକାଲି ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ ବି.ଏସ୍. ୟେଦ୍ୟୁରପ୍ପା । ବିଧାନସଭାରେ ଏବେ ମୋଟ୍ ୨୨୨ ବିଧାୟକଙ୍କ ମଧ୍ୟରୁ ୧୪ ଜଣ ଅଯୋଗ୍ୟ ଘୋଷିତ ହେବାପରେ ସରକାର ଗଠନ ପାଇଁ ବିଜେପିକୁ ଏବେ ମାତ୍ର ୧୦୪ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏବେ ବିଜେପିର ୧୦୫ ବିଧାୟକ ଅଛନ୍ତି ଏବଂ ୨ଜଣ ସ୍ବାଧୀନ ବିଧାୟକଙ୍କର ସମର୍ଥନ ରହିଛି।

   Related Posts