Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ସିରିଏଲ କିଲର୍-ରେପିଷ୍ଟ ‘ସାୟାନାଇଡ୍ ମୋହନ’ ୨୦ ନମ୍ବର କେସ୍‌ରେ ଦୋଷୀ : ପୂର୍ବରୁ ୫ଟି ମୃତ୍ୟୁଦଣ୍ଡ ଏବଂ ୫ ଆଜୀବନ ଜେଲ୍ ନିର୍ଦ୍ଦେଶ ଦେଇସାରିଛନ୍ତି କୋର୍ଟ

21/06/2020 at 6:22 PM

ବେଙ୍ଗାଲୁରୁ, ୨୧|୦୬:  ବେଙ୍ଗାଲୁରୁର ଏକ କୋର୍ଟ ସାୟାନାଇଡ୍ ମୋହନନାମକ ଜଣେ ସିରିଏଲ କିଲରକୁ କେରଳ ଯୁବତୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେ ୨୦୦୯ରେ କେରଳର କାରଗୋଡରେ ଜଣେ ଯୁବତୀଙ୍କ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହା ହେଉଛି ମୋହନ ବିରୋଧରେ ରୁଜୁ ହୋଇଥିବା ୨୦ତମ ବା ଶେଷ ମାମଲା । ସେ ମହିଳାଙ୍କୁ ବେହୋସ କରି ଦୁଷ୍କର୍ମ କରିବା ସହ ସାଇନାଇଡ୍ ବ୍ୟବହାର କରି ହତ୍ୟା କରୁଥିଲା ।

ତେବେ ମୋହନକୁ କଣ ଦଣ୍ଡ ଶୁଣାଯିବ ତାହା ଆସନ୍ତା ୨୪ ତାରିଖରେ କୋର୍ଟ ସ୍ଥିର କରିବେ । ଏହାପୂର୍ବରୁ ତାକୁ ୫ଟି ମାମଲାରେ ମୃତ୍ୟୁଦଣ୍ଡ ଓ ତିନୋଟି ମାମଲାରେ ଆଜୀବନ କାରାଦଣ୍ଡ କୋର୍ଟ ଶୁଣାଇଛନ୍ତି । ପରେ ଦୁଇଟି ମୃତ୍ୟୁଦଣ୍ଡକୁ କୋର୍ଟ ଆଜୀବନ କାରାଦଣ୍ଡକୁ ବଦଳାଇଥିଲେ । ନିକଟରେ ଯେଉଁ ମାମଲାରେ ମୋହନକୁ ଦୋଷୀ ସାବ୍ୟସ୍ତ କରାଯାଇଛି, ଏହି ମାମଲାରେ ସେ ଏକ ଲେଡିଜ୍ ହଷ୍ଟେଲରେ କାମ କରୁଥିବା ୨୫ ବର୍ଷୀୟା ଯୁବତୀଙ୍କୁ ମୋହନ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲା । ଏହାପରେ ୨୦୦୯, ଜୁଲାଇ ୮ରେ ଯୁବତୀଜଣଙ୍କ ନିଜ ଘର ଛାଡି ମୋହନଙ୍କ ସହ ବାଙ୍ଗାଲୋର ଯାଇଥିଲେ । ସେଠାରେ ଯୁବତୀଜଣଙ୍କ ମୋହନଙ୍କୁ ବିବାଦ କରିଥିବା ପରିବାର ଲୋକଙ୍କୁ ଜଣାଇଥିଲେ । କିନ୍ତୁ ମୋହନ ତାଙ୍କୁ ଏକ ଲଜକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲା । ଏହାପରେ ମୋହନ ଯୁବତୀଙ୍କୁ ଗର୍ଭ ନିରୋଧକ ଔଷଧ କହି ସାୟାନାଇଡ୍ ଟାବେଲେଟ୍ ଦେଇଥିଲା ଓ ସେଠାରୁ ଫେରାର ହୋଇଯାଇଥିଲା । ଏହା ଖାଇବା ପରେ ଯୁବତୀ  ଲଜ୍ ନିକଟରେ ଥିବା ଏକ ବସ୍ ଷ୍ଟାଣ୍ଡରେ ପଡିଯାଇଥିଲେ । ତାଙ୍କୁ ମେଡିକାଲ  ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ ।

ଅକ୍ଟୋବରରେ ପୋଲିସ ମୋହନକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ସରକାରୀ ଓକିଲ ଜୁଡିଥ୍ ଓ ଏମ କ୍ରାଷ୍ଟା ଏହି ମାମଲାରେ ଲଢିଥିଲେ । ଏହାପରେ ଜୟରାମ ସେଟ୍ଟୀଙ୍କୁ ମାମଲା ହସ୍ତାନ୍ତର କରାଯାଇଥିଲା ।

   Related Posts