କର୍ଣ୍ଣାଟକ ଭାଭା ପରମାଣୁ ଗବେଷଣା କେନ୍ଦ୍ରରେ କାମ କରୁଥିବା ୨୬ ବର୍ଷୀୟ ବୈଜ୍ଞାନିକ ନିଖୋଜ

Published By : Prameya-News7 Bureau | October 11, 2020 IST

ବେଙ୍ଗାଲୁରୁ ୧୧/୧୦: କର୍ଣ୍ଣାଟକରେ ଭାଭା ପରମାଣୁ ଅନୁସନ୍ଧାନ କେନ୍ଦ୍ରରେ କାମ କରୁଥିବା ୨୬ ବର୍ଷୀୟ ବୈଜ୍ଞାନିକ ଅଭିଷେକ ରେଡ୍ଡି ଗୁଲ୍ଲା  ନିଖୋଜ ଅଛନ୍ତି। ସେ ଚାରି ଦିନ ହେବ ମହୀଶୂରୁର ୟେଲଓ୍ବାଲାରୁ ନିଖୋଜ ଅଛନ୍ତି। ତାଙ୍କ ପରିବାର ଲୋକଙ୍କ ସୂଚନା ଅନୁସାରେ ଅକ୍ଟୋବର ୬ରୁ ଘରୁ ଦି’ପହରରେ ନିଜ ଗାଡ଼ି ନେଇ ଯାଇଥିଲେ। ସେବେଠୁ ସେ ଆଉ ଫେରି ନାହାନ୍ତି। ଆନ୍ଧ୍ର ପ୍ରଦେଶର ମଡନାପଲେର ନିବାସୀ ଗୁଲ୍ଲା ଦୁଇ ବର୍ଷ ତଳେ ଭାଭା ଗବେଷଣା କେନ୍ଦ୍ରରେ ଚାକିରି କରିଥିଲେ।

ସେଠାକାର ପ୍ରଶାସନିକ ଅଧିକାରୀ ୟେଲବାଲ ଥାନାରେ ଅଭିଯୋଗ କରିଥିଲେ। ଯାହାର ଆଧାରରେ ପୋଲିସ ନିଖୋଜ ରିପୋର୍ଟ ଲେଖିଛି। ଅଭିଯୋଗ ହୋଇଛି ଯେ ସେପ୍ଟେମ୍ବର ୧୮ ତାରିଖରୁ ଗୁଲ୍ଲା କାମକୁ ଆସି ନାହାନ୍ତି। ପୋଲିସର ସନ୍ଦେହ ଗୁଲ୍ଲା ମାନସିକ ଅବସାଦ ଦେଇ ଗତି କରୁଥିଲେ ।

ଅଫିସ ତରଫରୁ ଅକ୍ଟୋବର ୫ରେ ତାଙ୍କ ସହ ଫୋନରେ ଯୋଗାଯୋଗ କରାଯାଇ ଥିଲା। ସେ କହିଥିଲେ ଅକ୍ଟୋବର ୬ରୁ ଡ୍ୟୁଟିରେ ଯୋଗ ଦେବେ। ମାତ୍ର ସେ ସେବେଠୁ ଆସି ନାହାନ୍ତି। ତେବେ ଗୁଲ୍ଲାଙ୍କ ଜଣେ ପଡୋଶୀ କହିଛନ୍ତି ତାଙ୍କ ଘର ଖୋଲା ଥିଲା ଓ ଦୁଇ ଚକିଆ ଯାନ ବି ନାହିଁ। ଗୁଲ୍ଲାଙ୍କ ଅଚାନକ ନିଖୋଜ ହେବା ପରେ ତାଙ୍କ ସାଙ୍ଗମାନେ ସୋସିଆଲ ମିଡିଆରେ ଅଭିଯାନ ଚଳାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.