Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ସୀମା ଟପିଲା କର୍ଣ୍ଣାଟକ ପୋଲିସର ବର୍ବରତା, କୋବ୍ରା କମାଣ୍ଡୋଙ୍କୁ ମାଡ ମାରିବା ସହ ହାତକଡି ପିନ୍ଧାଇଲେ

27/04/2020 at 10:08 PM

ବେଙ୍ଗାଲୁରୁ, ୨୭|୦୪:   ସିଆରପିଏଫ ଯବାନମାନେ ନିଜର କୋବ୍ରା ବାଟାଲିଅନର ଜଣେ ଯବାନଙ୍କୁ କର୍ଣ୍ଣାଟକ ପୋଲିସ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ କରିଛି । ସିଆରପିଏଫ ପକ୍ଷରୁ ଏହି ମାମଲା ପାଇଁ ଏକ ଟିମ୍ ମଧ୍ୟ ପଠାଯାଇଛି । ଏନେଇ ସୋମବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

କେନ୍ଦ୍ରୀୟ ବାହିନୀ କର୍ଣ୍ଣାଟକ ଡିଜିପିଙ୍କୁ ଲେଖିଥିବା ପତ୍ରରେ କହିଛି ଯେ, ଏପ୍ରିଲ ୨୩ରେ ବେଲଗାମୀ ଜିଲ୍ଲୀରେ ପୋଲିସ ଜଣେ ଯବାନଙ୍କୁ ଗିରଫ କରିଥିଲା । ଯଦି ଏହା ପୂର୍ବରୁ ସିଆରପିଏଫ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥାନ୍ତା ଏହି ଘଟଣା ଘଟିନଥାନ୍ତା । ତାଙ୍କ ବିରୋଧରେ ପୋଲିସ ଅତ୍ୟାଚାର କଲା ଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ଜିଲ୍ଲାର ଇକସାବାରେ ପୋଲିସ କର୍ମୀ କମାଣ୍ଡୋ  ସଚିନ ସାଓ୍ୱନ୍ତଙ୍କୁ ମାରପିଟ୍ କରିଥିଲେ । ସେ ନିଜ ଘରକୁ ଯାଉଥିଲେ । ତାଙ୍କୁ ଥାନାରେ ହାତକଡି ପକାଯାଇ ରଖାଯାଉଥିଲା । ଜଣେ ସ୍ଥାନୀୟ ବ୍ୟକ୍ତି କିଛି ଦୂରରୁ ଏହାର ଭିଡିଓ ଉତ୍ତୋଳନ କରିଥିଲେ । ଯେଉଁଥିଲେ ପୋଲିସ କର୍ମୀ କମାଣ୍ଡୋଙ୍କ ପୋଷାକ ଚିରିବା ସହ ମାଡ ମାରିଥିବା ଦେଖିବାକୁ ମିଳିଥିଲା ।  

ତେବେ ପୋଲିସ କହିଛି ଯେ, ସଚିନ ବାଇକ ନେଇଯାଉଥିଲେ । ମାସ୍କ ପିନ୍ଧି ନଥିଲେ । ତେଣୁ ତାଙ୍କୁ ଅଟକାଯାଇଥିଲା । ପ୍ରଥମେ ପୋଲିସ କର୍ମୀଙ୍କ ସହ ସେ ଝଗଡା କରିଥିଲେ । ଏହି ମାମଲାକୁ ସିଆରପିଏଫ ରାଜ୍ୟ ଡିଜିଙ୍କ ଆଗରେ ଉଠାଇଛି । ସିଆରପିଏଫ ପାଖରେ କିଛି ଭିଡିଓ ଓ ଫଟୋ ମଧ୍ୟ ରହିଛି ।

   Related Posts