ମହିଳା ସାଂସଦଙ୍କ ସାଲାରୀ ଆକାଉଣ୍ଟରୁ ୧୬ ଲକ୍ଷ ଗାୟବ

Published By : Prameya-News7 Bureau | February 13, 2019 IST

କର୍ଣ୍ଣାଟକର ବିଜେପି ସାଂସଦ ଶୋଭା କରନ୍ଦଲାଜେଙ୍କ ଆକାଉଣ୍ଟରୁ ପାଖାପାଖି ୧୬ ଲକ୍ଷ ଟଙ୍କା ଗାୟବ ହୋଇଥିବା ଘଟଣା ସାମ୍ନାକୁ ଆସିଛି | ଟଙ୍କା ଆକାଉଣ୍ଟରୁ ଗାୟବ ହେଲା କିନ୍ତୁ ମୋବାଇଲକୁ ଆଲର୍ଟ ମେସେଜ ମଧ୍ୟ ଆସିନଥିଲା | ମଙ୍ଗଳବାର ଦିନ ସାଂସଦ ଏନେଇ ଦିଲ୍ଲୀର ଉତ୍ତର ଏଭେନ୍ୟୁ ଥାନାରେ ଏତଲା ଦେଇଛନ୍ତି | ଗତ ସପ୍ତାହରେ ସେ ପାସବୁକ ଅପଡେଟ କରିବା ପାଇଁ ବ୍ୟାଙ୍କକୁ ଯାଇଥିଲେ | ବ୍ୟାଙ୍କ ଯିବା ପରେ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ଆକାଉଣ୍ଟରୁ ୧୫ ଲକ୍ଷ ୬୨ ହଜାର ଟଙ୍କା ଗାୟବ ହୋଇଛି | ତାଙ୍କ ଆକାଉଣ୍ଟକୁ ହେକ କରି ଡିସେମ୍ବର ମାସରେ କେତେଗୁଡ଼ାଇ କାରବାର କରାଯାଇଥିବା ଜଣାପଡିଥିଲା |


ଶୋଭା କରନ୍ଦଲାଜେ ଘଟଣା ଜାଣିବା ପରେ ଚକିତ ହୋଇଯାଇଥିଲେ | ସେ କହିଥିଲେ ଯେ, ଯେତେବେଳେ ବି ତାଙ୍କ ଆକାଉଣ୍ଟରେ କାରବାର ହୋଇଥାଏ ସେତେବେଳେ ତାଙ୍କ ମୋବାଇଲକୁ ଆଲର୍ଟ ମେସେଜ ଆସିଥାଏ | କିନ୍ତୁ ଏତେ ତାଙ୍କ ଗାୟବ ହୋଇଗଲା ଆଉ ମୋବାଇଲ କୁ ମେସେଜ ଆସିଲାନି କେମିତି ବୋଲି ସେ ଆଶ୍ଚର୍ଯ୍ୟ ହୋଇ କହିଥିଲେ | ସାଂସଦଙ୍କ ମାମଲାକୁ ସାଇବର ସେଲକୁ ଟ୍ରାନ୍ସଫର କରିଦିଆଯାଇଛି |

{"id":84811}


ଏନେଇ ପୋଲିସ ଅଧିକାରୀ କହିଛନ୍ତି ଯେ, ଦିଲ୍ଲୀର ଉତ୍ତର ଏଭେନ୍ୟୁ ପୋଲିସ ଥାନାରେ ଭାରତୀୟ ଦଣ୍ଡ ବିଧାନ ସଂହିତାର ଉଚିତ ଧାରା ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି | ପୋଲିସ ଅଧିକାରୀ ବ୍ୟାଙ୍କରୁ ପତା ଲଗାଉଛନ୍ତି ଯେ, ଦେଶର କେଉଁ କେଉଁ ଜାଗା ଏବଂ ଦେଶ ବାହାରକୁ କେଉଁଠାକୁ ଟଙ୍କା ଟ୍ରାନ୍ସଫର କରାଯାଇଛି |


ଶୋଭା କରନ୍ଦଲାଜେ କର୍ଣ୍ଣାଟକର ଜଣେ ପ୍ରମୁଖ ବିଜେପି ରାଜନେତ୍ରୀ | ଶୋଭା କମ ବୟସରେ ଆରଏସଏସରେ ସାମିଲ ହୋଇଥିଲେ | ସେ ଆରଏସଏସକୁ ନିଜ ଜୀବନ ସମର୍ପି ଦେଇଛନ୍ତି | ଶୋଭା କେବେ ବିବାହ କରିବା ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି | ଶୋଭା ୧୯୯୪ ମସିହାରେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ | ସେ ପ୍ରଥମଥର ପାଇଁ କର୍ଣ୍ଣାଟକରେ ବିଜେପି ସରକାରଙ୍କ ମନ୍ତ୍ରୀ ହୋଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.