Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ମଦରେ ଡିସକାଉଣ୍ଟ , ରାତି ୨ ଯାଏ ବାର୍ ଖୋଲା…ଅବକାରୀ ମନ୍ତ୍ରୀଙ୍କ ଏପରି ମଦ ନୀତିର କ’ଣ ରହସ୍ୟ….?

7/01/2020 at 7:32 PM

ବେଙ୍ଗାଲୁରୁ ୦୭/୦୧ – ଶସ୍ତା ମଦ ପିଇ ଜୀବନହାନୀ  ନଘଟୁ । ଲୋକେ ମଦ ପିଅନ୍ତୁ କିନ୍ତୁ ବିପଦ ରେ ନପଡନ୍ତୁ । ଏପରି ଚିନ୍ତାରେ କର୍ଣ୍ଣାଟକ ସରକାରଙ୍କ ଅବକାରୀ ବିଭାଗ କିଛି ଯୋଜନା କରିଛି । ଯୋଜନା ଅନୁଯାୟୀ ରାଜ୍ୟରେ କିଛି ବ୍ରାଣ୍ଡେଡ୍ ମଦ ଉପରେ ରିହାତି ଦିଆଯିବ । ଏପଟେ ମଦ ମିଳୁଥିବା  ବାର୍ ଏବଂ ରେଷ୍ଟୁରାଣ୍ଟ ରାତି ୧୧ ଟା ବଦଳରେ ରାତି ୨ ଟା ଯାଏଁ ଖୋଲା ରହିବ । 

 କର୍ଣ୍ଣାଟକର ଅବକାରୀ ମନ୍ତ୍ରୀ ଏଚ୍. ନଗେଶ ତାଙ୍କର ଏହି ଯୋଜନାକୁ ଫୁଲ ଦମ୍‌ରେ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡିଛନ୍ତି । କାରଣ ରାଜ୍ୟରେ ବିଜେପି ସରକାର ଏବେ ସଂଖ୍ୟା ଗରିଷ୍ଠତା ସଂକଟରୁ ମୁକ୍ତ ।ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ଏହି ଅଭିନବ ଆଇଡିଆ ରଖିଛନ୍ତି ମନ୍ତ୍ରୀ ନଗେଶ । କହିଛନ୍ତି , ଲୋକେ ଶସ୍ତା ମଦରୁ ନିବୃତ୍ତ ହେବା ଆମେ ଚାହୁଁ । କାରଣ ଶସ୍ତା ମଦପାଇଁ  ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ସହ , ରୋଗର କାରଣ ହେଉଛି । ଜୀବନ ଘାତକ ବି ହେଉଛି । ତେଣୁ ସେଥିରୁ ଲୋକଙ୍କୁ ନିବୃତ୍ତ କରିବା ଲାଗି  ରାଜ୍ୟ ସରକାର ଉତ୍ତମ ମାନର  ମଦ ଯୋଗାଇବା ସହ ତାହାର ମୂଲ୍ୟରେ ରିହାତି ଦେବାକୁ  ଯୋଜନା କରୁଥିବା ମନ୍ତ୍ରୀ ନଗେଶ କହିଛନ୍ତି ।

ଏହା ସହ ବାର୍- ରେଷ୍ଟୁରାଣ୍ଟ  ରାତି ୨ ଟା ଯାଏଁ ଖୋଲା ରଖିବାକୁ ତଙ୍କ ବିଭାଗ ଯୋଜନା କରିଛି । ଏନେଇ ରାଜ୍ୟ ଗୃହ ବିଭାଗ ସହ ଆଲୋଚନା କରାଯାଇଛି । କାରଣ ଆଇନ ଶୃଙ୍ଖଳା ସହ ଲୋକଙ୍କୁ  ବିଳମ୍ବିତ ରାତି ପର୍ଯ୍ୟନ୍ତ ସୁରକ୍ଷା ନିସ୍ଚିତ ହେବା ଦରକାର । ସେଥିରେ ଗୃହବିଭାଗ ବି ରାଜି ହୋଇଥିବା ମନ୍ତ୍ରୀ କହିଛନ୍ତି । ଏପରି ଯୋଜନାରେ ରାଜ୍ୟର ଅବକାରୀ ରାଜସ୍ବ ରେ  ଗତ ବାର୍, ଅପେକ୍ଷା ଢେର ଅଧିକ ଆୟର ଲକ୍ଷ୍ୟ ରଖିଛନ୍ତି ।

 ତେବେ ଏଚ୍. ନଗେଶଙ୍କ ଏପରି ମଦ ପ୍ରୋତ୍ସାହନ ଯୋଜନା ନୂଆ ନୁହେଁ । ଗତଥର, ସେ ଏପରି ଏକ ପ୍ରସ୍ତାବିତ ଯୋଜନା ମଧ୍ୟ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ  ୟେଦୁରାପ୍ପା କ୍ଷୁବ୍ଧ ହେବାରୁ ତାହା କାର୍ଯ୍ୟକାରୀ ହେଲାନି । ନଗେଶଙ୍କ ଯୋଜନାଟି ଥିଲା , ମଦ୍ୟପ ବା ମଦ ଅବ୍ୟାସ କରି ନିୟମିତ ପିଉଥିବା ଲୋକଙ୍କୁ ଘରେ ନେଇ ମଦ ଦେବା ବା ମଦ ଯୋଗାଣ କରିବା । ଏହା ଦ୍ବାରା ମଦ ପିଇ ଗାଡି  ଚାଳନା ଜନିତ ଦୁର୍ଘଟଣା ହ୍ରାସ ପାଇବ ବୋଲି ନଗେଶ ଯୁକ୍ତି ରଖିଥିଲେ । ତେବେ ଏଥିଲାଗି ମଦ୍ୟପଙ୍କୁ ଏକ ପରିଚୟ ପତ୍ର ଦେଇ ମଦ ଯୋଗାଣର ଯୋଜନା କରିଥିଲେ ସେ । ତେବେ ତାଙ୍କୁ  ଡକାଇ ଏପରି ଯୋଜନାରୁ ନିବୃତ୍ତ ହେବାକୁ କଡା କରି ଶୁଣାଇଥିଲେ ମୁଖ୍ୟମନ୍ତ୍ରୀ । ତାହା ସେଇଠି ରହିଗଲା । ଏବେ କିନ୍ତୁ ମଦରେ ଡିସକାଉଣ୍ଟ ଯୋଜନା ।

  ଏହି ଏଚ. ନଗେଶ  କିଏ ?  ସେ ଜଣେ ସ୍ବାଧୀନ ବିଧାୟକ । ନଗେଶ ପ୍ରଥମେ କଂଗ୍ରେସ- ଜେଡିଏସ୍ ସମର୍ଥକ ଥିଲେ । କିନ୍ତୁ କିଛି ଦିନ ତଳେ  ବିଧାୟକଙ୍କ ଗଣ ଇସ୍ତଫା ବେଳେ ସେ ବିଜେପି ଶିବିରକୁ ଡିଆଁ ମାରିଲେ । ଆଉ ତାଙ୍କୁ ପୁରସ୍କାର ସ୍ବରୂପ ବି.ଏସ୍.ୟେଦୁରପ୍ପା ସରକାରରେ ତାଙ୍କୁ ମିଳିଲା ଅବକାରୀ ମନ୍ତ୍ରୀ ପଦ ।

   Related Posts