Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ଚାକିରୀ ଦେବା ନାଁରେ ମହିଳାଙ୍କୁ ଯୌନ ଶୋଷଣ, ସେକ୍ସ ସିଡି ସାମ୍ନାକୁ ଆସିବା ପରେ ଇସ୍ତଫା ଦେଲେ କର୍ଣ୍ଣାଟକ ମନ୍ତ୍ରୀ

3/03/2021 at 2:39 PM

ବେଙ୍ଗାଲୁରୁ,୦୩/ ୦୩:   ବିବାଦରେ କର୍ଣ୍ଣାଟକର ମନ୍ତ୍ରୀ । ସେକ୍ସ ସିଡି ସ୍କାଣ୍ଡାଲରେ ଫସିଥିବା କର୍ଣ୍ଣାଟକ ସରକାରର ମନ୍ତ୍ରୀ ରମେଶ ଜାରକିହୋଲିଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଜଣେ ମହିଳାଙ୍କୁ ଚାକିରୀ ପାଇଁ ଦେବା ନାଁରେ ଦୁଷ୍କର୍ମ କରିଥିବା ସାମ୍ନାକୁ ଆସିବା ପରେ ରମେଶ ଇସ୍ତଫା ପ୍ରଦାନ କରିଛନ୍ତି । ସେ ନିଜ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ସୂଚନାନୁସାରେ, ଗତ କିଛିଦିନ ତଳେ କର୍ଣ୍ଣାଟକର ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଏକ ସିଡି ଜାରି କରିଥିଲେ । ଏଥିରେ ସେ ଅଭିଯୋଗ କରିଥିଲେ ଯେ, ମନ୍ତ୍ରୀ ରମେଶ ଜଣେ ମହିଳାଙ୍କୁ ଚାକିରୀ ଦେବା ନାଁରେ ଯୌନଶୋଷଣ କରିଛନ୍ତି ।

ସିଡି ସାମ୍ନାକୁ ଆସିବା ପରେ କର୍ଣ୍ଣାଟକ ରାଜନୀତି ସରଗରମ ହୋଇ ଇଠିଥିଲା । କଂଗ୍ରେସ ଦଳ ପକ୍ଷରୁ ରମେଶ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି ହୋଇଥିଲା । ଏହାସହ ସରକାର ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦଳ ଦାବି କରିଥିଲା ।

ରମେଶ ଜାରକିହୋଲି କର୍ଣ୍ଣାଟକ ସରକାରରେ ଜଳ ସେଚନ ମନ୍ତ୍ରୀ ଅଛନ୍ତି । ତାଙ୍କ ବିରୋଧରେ ପାଓ୍ୱାର ଟ୍ରାନ୍ସମିଶନ କର୍ପେରେସନ ଲିମିଟେଡରେ ଜଣେ ମହିଳାଙ୍କୁ ଚାକିରୀ ଦେବା ନାଁରେ ତାଙ୍କ ସହ ଯୌନ ସମ୍ପର୍କ ରଖିଥିଲେ । ଏହାର ସିଡି ସାମାଜିକ କର୍ମୀ ଦିନେଶ କଲ୍ଲାହଲ୍ଲୀ ଜାରି କରିଥିଲେ ।

   Related Posts