Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କନ୍ନଡ ପତାକାର ବିକିନୀ ବିକ୍ରି କରୁଛି ଆମାଜନ : ରାଗିଲେ କର୍ଣ୍ଣାଟକ ମନ୍ତ୍ରୀ, କହିଲେ- ‘ଆମକୁ ଅପମାନ କରିବା ବନ୍ଦ କର’

6/06/2021 at 10:30 AM

ନୂଆଦିଲ୍ଲୀ, ୦୬/୦୬:   ଆମାଜନ ପାଇଁ ବଢୁଛି ଅଡୁଆ । କର୍ଣ୍ଣାଟକ ସରକାରର ମନ୍ତ୍ରୀ ଅରବିନ୍ଦ ଲିମ୍ବାବଲୀ ଗୁଗଲ ଦ୍ୱାରା କନ୍ନଡ ଭାଷାକୁ ଅପମାନ ଘଟଣାରେ ମୋର୍ଚ୍ଚା ଖୋଲିବା ପରେ ଏବେ ଆମାଜନକୁ ଟାର୍ଗେଟ୍ କରିଛନ୍ତି । ଆମାଜନ କନ୍ନଡ ପତାକାର ବିକିନୀ କରି ବିକ୍ରି କରୁଛି । ଏନେଇ କମ୍ପାନୀ ତୁରନ୍ତ କ୍ଷମା ମାଗିବା ଆବଶ୍ୟକ । ଯଦି କମ୍ପାନୀ କ୍ଷମା ନମାଗେ ତେବେ ରାଜ୍ୟ ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ଆମାଜନ କନ୍ନଡ ପତାକାର ଯେଉଁ ବିକିନୀ ପ୍ରସ୍ତୁତ କରିଛି ସେଥିରେ ରାଜ୍ୟର ଚିହ୍ନ ମଧ୍ୟ ରହିଛି । ଏହାକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, କନ୍ନଡଙ୍କ ପ୍ରତି ଅପମାନ ବନ୍ଦ ହେବା ଆବଶ୍ୟକ । ଏହା କନ୍ନଡର ସ୍ୱାଭିମାନର କଥା । ଏହି ଘଟଣାକୁ ବରଦାସ୍ତ କରାଯିବ ନାହିଁ । ତେଣୁ ଆମାଜନ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ।

ସୂଚନାଯୋଗ୍ୟ, ଗୁଗଲରେ ଭାରତୀୟ ଭାଷା କନ୍ନଡକୁ ଦେଶର ସବୁଠାରୁ ଖରାପ ଭାଷା ଭାବେ ପ୍ରଦର୍ଶିତ କରାଯାଇଥିଲା । ଏହାପରେ ରାଜ୍ୟ ସରକାର ଗୁଗଲକୁ ନୋଟିସ୍ ପଠାଇଥିଲେ ।ଏହାପରେ ଗୁଗଲ କ୍ଷମା ମାଗିଥିଲା । ପ୍ରାୟ ସମସ୍ତ ରାଜନୈତିକ ଦଳର ନେତା ଗୁଗଲକୁ ନିନ୍ଦା କରିଥିଲେ । ଏହାପରେ ଗୁଗୁଲ ସବୁଠାରୁ ଖରାପ ଭାଷା ଉପରେ ନେଇଥିବା ପ୍ରଶ୍ନର ଜବାବରୁ କନ୍ନଡ ଭାଷାକୁ ହଟାଇଥିଲା ।

ଏହାପରେ ଲିମ୍ବବଲୀ ଟ୍ୱିଟ୍ କରି କହିଥିଲେ ଯେ, କନ୍ନଡକୁ ଖରାପ ଭାବେ ଚିତ୍ରଣ କରିବା ଅର୍ଥାତ କନ୍ନଡବାସୀଙ୍କ ଗୌରବ ପ୍ରତି ଅପମାନ । ଗୁଲ ତୁରନ୍ତ କନ୍ନଡ ଓ କନ୍ନଡବାସୀଙ୍କୁ କ୍ଷମା ମାଗୁ । ଏହାସହ ସୁନ୍ଦର ଭାଷାର ଛବି ଖରାପ କରିଥିବା କାରଣରୁ ଗୁଗଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ ।

   Related Posts