Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ବାଘର ତଣ୍ଟି ଚିପି ମାରିଦେଲେ ଯୁବକ, ଦେଖନ୍ତୁ ଏହି ଭାଇରାଲ୍‌‌ ଭିଡିଓ…

7/03/2021 at 5:00 PM

ବେଙ୍ଗାଲୁରୁ, ୦୭/୦୩: କର୍ଣ୍ଣାଟକର ହାସନ ଜିଲ୍ଲାରେ ଜଣେ ବ୍ୟକ୍ତି ତାଙ୍କର ପରିବାରକୁ ବଞ୍ଚାଇବାକୁ ଯାଇ ବାଘ ସହିତ ଲଢ଼ି ଥିବା ଜଣାପଡ଼ିଛି । ପାଖପାଖି ରହୁଥିବା ଲୋକଙ୍କ କହିବା ମୁତାବକ, ଆରାସିକେରେ ତାଲୁକ୍‌ର ବନ୍ଦେକେରେ ଗ୍ରାମରେ ରହୁଥିବା ରାଜଗୋପାଲ୍‌ ନାଏକ ୧୮୦ କିଲୋମିଟର ଦୂର ବାଙ୍ଗାଲୋରରୁ ବାଇକ୍‌ ଯୋଗେ ତାଙ୍କ ପତ୍ନୀ ଏବଂ ଝିଅଙ୍କ ସହିତ ଘରକୁ ଫେରୁଥିଲେ । ଏହି ସମୟରେ ଏକ ନିଛାଟିଆ ରାସ୍ତାରେ ଗୋଟିଏ ବସ୍‌ ଛିଡ଼ା ହୋଇଥିଲା । ବସ୍‌କୁ ଅତିକ୍ରମ କରିବା ବେଳେ ବସ୍‌ ପଛପଟେ ଲୁଚି ରହିଥିବା ଏକ ଚିତାବାଘ ତାଙ୍କୁ ଆକ୍ରମଣ କରିଥିଲା ।

ବାଘଟି ପ୍ରଥମେ ଝିଅଟିର ଗୋଡ଼କୁ ଆକ୍ରମଣ କରିଥିଲା । ପରେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଏହି ସମୟରେ ହଠାତ୍ ରାଜଗୋପାଲ୍‌ ତାଙ୍କର ପରାକ୍ରମ ଦେଖାଇ ବାଘର ବେକକୁ ଯାବୁଡ଼ି ଧରିଥିଲେ ଏବଂ ବାଘର ମୁଣ୍ଡକୁ ଆଘାତ ପରେ ଆଘାତ କରିଥିଲେ । ଏହି ସମୟରେ ବାଘଟି ବାରମ୍ୱାର ତାଙ୍କ ହାତରୁ ଖସିଯିବା ପାଇଁ ପ୍ରୟାସ କରିଥିଲା । ବାଘଟି ତାଙ୍କୁ ଆଘାତ କରିବା ସତ୍ତ୍ୱେ ମଧ୍ୟ ସେ ତାକୁ ଛାଡ଼ିନଥିଲେ । ବାଘଟି ମରିବା ପର୍ଯ୍ୟନ୍ତ ସେ ତା ବେକକୁ ଜାବୁଡ଼ି ଧରିଥିଲେ ।

ଏଥିରେ ରାଜଗୋପାଲ୍‌ଙ୍କ ମୁହଁ ଏବଂ କପାଳରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଏହାପରେ ଆଖପାଖର ଲୋକ ତାଙ୍କ ପତ୍ନୀ ଏବଂ ଝିଅର ଚିତ୍କାର ଶୁଣି ଦୌଡ଼ି ଆସିଥିଲେ । ବାଘଟିକୁ ମାରିବାରେ ସାହାଯ୍ୟ କରିବା ସହିତ ବନ ବିଭାଗକୁ ଏନେଇ ଖବର ଦେଇଥିଲେ ।

ତେବେ ବନବିଭାଗ ଏନେଇ ବାଘଟି କିଛି ଦିନ ହେବ ଭୋକରେ ରହିଥିବା କହିବା ସହିତ କ୍ଲାନ୍ତ ଏବଂ ଦୁର୍ବଳ ଅନୁଭବ କରିଥିବା କହିଥିବା ଜଣାପଡ଼ିଛି । ଏହାକୁ କିଛି ଦିନ ହେବ ଟ୍ରାକ୍‌ କରାଯାଉଥିଲା ।      

   Related Posts