Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

କର୍ଣ୍ଣାଟକରେ କରୋନା ଆକ୍ରାନ୍ତଙ୍କ ପ୍ରାଣ ଗଲା, ଏ ପର୍ଯ୍ୟନ୍ତ ୭୪ ସଂକ୍ରମିତ : ସିନେମା ହଲ୍‌ରେ ତାଲା, ସ୍କୁଲ-କଲେଜ ବନ୍ଦ

13/03/2020 at 8:08 AM

ନୂଆଦିଲ୍ଲୀ ।୩: କରୋନା ଭାଇରସ୍ ଯୋଗୁଁ ଦେଶବ୍ୟାପୀ ଭୟର ବାତ୍ତାବରଣ ସୃଷ୍ଟି ହୋଇଛି। କରୋନା ଭାଇରସ୍ ଯୋଗୁଁ କର୍ଣ୍ଣାଟକରେ ଜଣଙ୍କର ମୃତ୍ୟୁ ହୋଇଛି। ଭାରତରେ କରୋନା ଭାଇରସ୍ ଯୋଗୁଁ ଏହା ହେଉଛି ପ୍ରଥମ ମୃତ୍ୟୁ । କର୍ଣ୍ଣାଟକର କାଲାବର୍ଗୀରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ୭୬ବର୍ଷ ହେବ ବୋଲି କୁହାଯାଉଛି। ମୃତ ରୋଗୀ ଜଣଙ୍କ ସାଉଦି ଆରବରୁ ଫେରିଥିଲେ। ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୫ଟି କରୋନା ଭାଇରସ୍ ପିଜିଟିଭ ରିପୋର୍ଟ ସାମ୍ନାକୁ ଆସିଛି ।

ଦିଲ୍ଲୀରେ କରୋନା ଭାଇରସରେ ୬, ହରିୟାଣାରେ ୧୪, କେରଳରେ ୧୭, ରାଜସ୍ଥାନରେ ୩, ତେଲେଙ୍ଗାନାରେ ୧୧, ଉତ୍ତରପ୍ରଦେଶରେ ୧୧, ଲଦାଖରେ ୩, ତାମିଲନାଡୁରେ ଗୋଟିଏ, ଜାମ୍ମୁ କାଶ୍ମୀରରେ ଗୋଟିଏ, ପଞ୍ଜାବରେ ଗୋଟିଏ, କର୍ଣ୍ଣାଟକରେ ୪ ଏବଂ ମହାରାଷ୍ଟ୍ରରେ ୧୧ ଜଣ ସଂକ୍ରମିତ ହୋଇଛନ୍ତି ।

କରୋନା ଭାଇରସ୍ ଯୋଗୁଁ ଦିଲ୍ଲୀରେ ସ୍କୁଲ-କଲେଜ, ସିନେମା ହଲ୍ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ସେହିଭଳି ଉତ୍ତରପ୍ରଦେଶର ସମସ୍ତ ବିଦ୍ୟାଳୟ ମଧ୍ୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଅନେକ ଖେଳ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ଅଥବା ସ୍ଥଗିତ ରଖାଯାଇଛି । କିନ୍ତୁ ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି କରୋନା ଯୋଗୁଁ ଭୟଭୀତ ନହେବାକୁ ଅପିଲ୍ କରିଛନ୍ତି।

କରୋନା ଭାଇରସ୍ ର ବିସ୍ତାରକୁ ରୋକିବା ପାଇଁ ଭାରତ ଯେକୌଣସି ଦେଶରୁ ଆସୁଥିବା ଲୋକଙ୍କ ଭିସାକୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। କାର୍ଡଧାରୀମାନଙ୍କୁ ଭିସା ମୁକ୍ତ ଯାତ୍ରା ମଧ୍ୟ ୧୫ ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ମାର୍ଚ୍ଚ ୧୩ ତାରିଖ ମଧ୍ୟାହ୍ନ ୧୨ ଟାରୁ ସମସ୍ତ ବିମାନବନ୍ଦର ଏବଂ ବନ୍ଦରରେ ଏହି ପ୍ରତିବନ୍ଧକ ଲାଗୁ ହେବ |

ଏମିତିରେ ଇରାନରେ ପ୍ରାୟ ୬ ହଜାର ଭାରତୀୟ ଫସି ରହିଛନ୍ତି। ସେଥିମଧ୍ୟରୁ ଜାମ୍ମୁ କାଶ୍ମୀର, ଲଦାଖ ଏବଂ ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟର ୧୧୦୦ ତୀର୍ଥଯାତ୍ରୀ ବ୍ୟତୀତ ଜାମ୍ମୁ କାଶ୍ମୀର ଏବଂ କେରଳ ସମେତ ଅନ୍ୟ ରାଜ୍ୟରୁ ୩୦୦ ଛାତ୍ର ଏବଂ ଗୁଜୁରାଟ, କେରଳ ଏବଂ ତାମିଲନାଡୁ ସମେତ ବିଭିନ୍ନ ରାଜ୍ୟରୁ ୧୦୦୦ ମତ୍ସ୍ୟଜୀବୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

ଭାରତରେ କରୋନା ଭାଇରସର ୫୨ଟି ଟେଷ୍ଟିଂ ସେଣ୍ଟର ରହିଛି | ଏହା ବ୍ୟତୀତ ୫୬ଟି ନମୁନା ସଂଗ୍ରହ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇଛି | ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ବୁଧବାର ଦିନ କରୋନା  ଭାଇରସକୁ ମହାମାରୀ ଘୋଷଣା କରିଛି।

   Related Posts