Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

କର୍ଣ୍ଣାଟକ ବିଜେପିରେ ବିଦ୍ରୋହ: ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କୁ ‘ଲଗାମ ଦିଅ ନହେଲେ ବିଦା କର’, ଦିଲ୍ଲୀରେ ମନ୍ତ୍ରୀ-ବିଧାୟକ ମେଳି

27/11/2020 at 9:55 PM

ନୂଆଦିଲ୍ଲୀ ୨୭/୧୧: କର୍ଣ୍ଣାଟକ ବିଜେପିରେ ବିଦ୍ରୋହ ଉଗ୍ର ରୂପ ଧାରଣ କରିଛି। ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିୟୁରପ୍ପାଙ୍କ ବିରୋଧରେ ମନ୍ତ୍ରୀ-ବିଧାୟକ ଦିଲ୍ଲୀରେ  ଏକାଠି ହୋଇଥିବା ଜଣାପଡ଼ିଛି। ଦିଲ୍ଳୀରେ ଏକାଠି ହୋଇ ଶୀର୍ଷ ନେତୃତ୍ବଙ୍କୁ ୟେଦିୟୁରପ୍ପାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ୟେଦିୟୁରପ୍ପାଙ୍କୁ ଲଗାମ ଦିଅ ନଚେତ ବିଦା କର ବୋଲି ନେତା-ମନ୍ତ୍ରୀ ଅଡ଼ି ବସିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଥିବା ‘ଡେକାନ୍‌ ହେରଲ୍ଡ’ର ଏକ ରିପୋର୍ଟରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ନବ ନିଯୁକ୍ତ ବିଜେପିର ସାଧାରଣ ସମ୍ପାଦକ ସିଟି ରବିଙ୍କ  ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟ ଉନ୍ମୋଚନ ଉତ୍ସବରେ କର୍ଣ୍ଣାଟକର ମନ୍ତ୍ରୀ, ବିଧାୟକ ଓ ଅନ୍ୟ ନେତାମାନେ ଯୋଗ ଦେଇଥିଲେ।  ଏହାସହ ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ ଓ ଅରୁଣ ସିଂହଙ୍କୁ ଭେଟି ୟେଦିୟୁରପ୍ପାଙ୍କ ବିରୋଧରେ ଥିବା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ଶୈଳୀରେ ଖପ୍ପା ଥିବା ପ୍ରକାଶ କରିଛନ୍ତି ନେତା-ମନ୍ତ୍ରୀ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ୟେଦିୟୁରପ୍ପାଙ୍କ ବୟସ ଅଧିକ ହୋଇଥିବାରୁ ତାଙ୍କୁ ବିଦା କରିବା ଦରକାର ବୋଲି କିଛି ନେତା ଦାବି କରିଥିବା ଜଣାପଡ଼ିଛି।

ରାଜ୍ୟରେ  ଅଧିକାଂଶ ନିଷ୍ପତ୍ତିରେ ୟେଦିୟୁରପ୍ପା ବିଧାୟକ ଓ ମନ୍ତ୍ରୀଙ୍କୁ ପଚାରୁନାହାନ୍ତି। ଏପରିକି ରାଜ୍ୟର ବଡ଼ ବଡ଼ ଅଧିକାରୀ ନିଯୁକ୍ତିରେ ବି ୟେଦିୟୁରପ୍ପା କାହାର ମତ ନେଉନାହାନ୍ତି। ଏହା ଉପରେ ଦିଲ୍ଳୀ ନେତା ନଜର ଦେବା ଦରକାର ବୋଲି ଦାବି ହୋଇଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ପରିବାର ସଦସ୍ୟ ମଧ୍ୟ ରାଜ୍ୟ ପ୍ରସଙ୍ଗରେ ମୁଣ୍ଡ ପୂରାଉଥିବା ଅଭିଯୋଗ ହୋଇଛି।

କେବଳ ସେତିକି ନୁହେଁ କରୋନା ମହାମାରୀ, ବନ୍ୟା ଓ ଆର୍ଥିକ ମାନ୍ଦାବସ୍ଥା ବେଳେ ମଧ୍ୟ ମୁଖ୍ୟମନ୍ତ୍ରୀ ଦେଖା ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି। ଦିଲ୍ଳୀରେ ଜଣେ ପାର୍ଟିର ସାଧାରଣ ସମ୍ପାଦକ କାର୍ଯ୍ୟାଳୟ ଉନ୍ମୋଚନରେ ପ୍ରାୟତଃ ନେତା-ମନ୍ତ୍ରୀ ଯୋଗ ଦିଅନ୍ତି ନାହିଁ। କିନ୍ତୁ ସିଟି ରବିଙ୍କ ଅଫିସ୍‌ରେ ନେତା-ମନ୍ତ୍ରୀଙ୍କ ଭିଡ଼କୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଦିଲ୍ଲୀ ଯାଇଥିବା ନେତା-ମନ୍ତ୍ରୀ ଗୁରୁବାର ରାତି କିମ୍ବା ଶୁକ୍ରବାର ଦିନ ଦିଲ୍ଲୀ ନେତାଙ୍କୁ ସାକ୍ଷାତ କରିଥିବା ସୂଚନା ମିଳିଛି। କିନ୍ତୁ ଶୀର୍ଷ ନେତାଙ୍କୁ ସାକ୍ଷାତ କରିବାକୁ ନେଇ ମାନିବାକୁ ରାଜି ନାହାନ୍ତି ଦିଲ୍ଲୀ ଯାଇଥିବା ମନ୍ତ୍ରୀ ଓ ବିଧାୟକ।

   Related Posts