କର୍ଣ୍ଣାଟକ ବିବାଦ : ୟେଦିଙ୍କ ଅଗ୍ନିପରୀକ୍ଷା

Published By : Prameya-News7 Bureau | May 18, 2018 IST

କର୍ଣ୍ଣାଟକ ବିବାଦ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ୩ଜଣିଆ ବିଚାରପତିଙ୍କୁ ନେଇ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି । କଂଗ୍ରେସ ପକ୍ଷରୁ ଅଭିଷେକ ମନୁସିଙ୍ଗଭି ଓ କପିଲ ସିବଲ ନିଜର ପକ୍ଷ ରଖୁଛନ୍ତି । ବିଜେପି ପକ୍ଷରୁ ପକ୍ଷ ରଖୁଛନ୍ତି ମୁକୁଲ ରୋହତଗି । ତେବେ ବି.ଏସ୍ ୟେଦୁରପ୍ପା ରାଜ୍ୟପାଳଙ୍କୁ ଲେଖିଥିବା ୨ଟି ଚିଠି ସୁପ୍ରିମକୋର୍ଟ ଖଣ୍ଡପୀଠଙ୍କ ନିକଟରେ ଦାଖଲ କଲେ ମୁକୁଲ ରୋହତଗୀ କହିଛନ୍ତି । ରାମଜେଠାମାଲାନି ବି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପାଙ୍କ ପାଇଁ ଆଜି ଅଗ୍ନି ପରୀକ୍ଷା । ବହୁମତ ସାବ୍ୟସ୍ତ କରିବାକୁ ବିଧାନସଭାରେ ୧୫ଦିନ ସମୟ ମିଳିଥିଲେ ବି ଆଜି ସୁପ୍ରିମକୋର୍ଟରେ ସମର୍ଥକ ବିଧାୟକଙ୍କ ତାଲିକା ଦାଖଲ କରିବେ ୟେଦୁରପ୍ପା । ଗାଦି ବଞ୍ଚାଇବାକୁ ହେଲେ ତାଙ୍କୁ ଦରକାର ଆହୁରି ୮ଜଣ ବିଧାୟକଙ୍କ ସମର୍ଥନ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଯଦି ସମର୍ଥକ ବିଧାୟକଙ୍କ ତାଲିକାରେ କୌଣସି ସମସ୍ୟା ଥିବା ନେଇ କୋର୍ଟ ଉପଲବ୍ଧି କରନ୍ତି ତେବେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଗାଦିଚ୍ୟୁତ ହେବାର ମଧ୍ୟ ଆଶଙ୍କା ରହିଛି । କର୍ଣ୍ଣାଟକ ଫଳାଫଳ ଅନୁସାରେ ନିର୍ବାଚନ ହୋଇଥିବା ୨୨୨ ଆସନରୁ ଏକକ ବୃହତ ଦଳ ଭାବେ ବିଜେପି ପାଇଛି ୧୦୪ ଆସନ । ଯାହାକି ମ୍ୟାଜିକ୍ ନମ୍ବର ଠାରୁ ୮ କମ୍ । ସେହିପରି କଂଗ୍ରେସକୁ ୭୮ ଓ ଜେଡିଏସ୍ କୁ ମିଳିଛି ୩୭ ଆସନ । ବିଏସ୍ ପି ଗୋଟିଏ ଓ ଅନ୍ୟାନ୍ୟ ପାଇଛନ୍ତି ୨ଟି ସିଟ୍ । ଫଳାଫଳ ଆସିବା ପରେ କଂଗ୍ରେସ-ଜେଡିଏସ୍ ହାତ ମିଳାଇଥିବାରୁ ୟେଦୁରପ୍ପାଙ୍କ ପାଇଁ ସୃଷ୍ଟି ହୋଇଛି ଅଡୁଆ ପରିସ୍ଥିତି । ଆଉ ୮ବିଧାୟକଙ୍କ ସଂଖ୍ୟା ବିଜେପି କେମିତି ଯୋଗାଡ଼ କରିବ ତାକୁ ନେଇ ଚାଲିଛି ଘଡିକୁ ଘ଼ଡି କସରତ । ଆଜି କଂଗ୍ରେସ ଓ ଜେଡିଏସର ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.