ଆଉ ଜଣେ ଶାହଜାହାନ୍ – ମମତାଜ : ଦିବଂଗତ ପତ୍ନୀଙ୍କ ମହମ ମୂର୍ତ୍ତି ସହ ନୂତନ ଗୃହ ପ୍ରବେଶ କଲେ କର୍ଣ୍ଣାଟକର ବ୍ୟବସାୟୀ

Published By : Prameya-News7 Bureau | August 11, 2020 IST

ବେଙ୍ଗାଲୁରୁ ୧୧/୮: କର୍ଣ୍ଣାଟକର ଜଣେ ଉଦ୍ୟୋଗପତି ନିଜ ପତ୍ନୀଙ୍କ ସ୍ମୃତିରେ ଏପରି କିଛି କରିଛନ୍ତି,ଯାହାକୁ ଶୁଣି ଆପଣଙ୍କୁ ମୋଗଲ୍ ବାଦଶାହ ଶାହଜାହାନଙ୍କ କଥା ମନେ ପଡ଼ିବ। ଶାହଜାହନ ନିଜ ବେଗମ୍ ମୁମତାଜଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କରିଥିଲେ,ବୋଧହୁଏ ଏଠାରୁ ପ୍ରେରଣା ପାଇ ଉଦ୍ୟୋଗପତି ନିଜ ପତ୍ନୀଙ୍କ ସ୍ମୃତିକୁ ଜୀବିତ ରଖିଛନ୍ତି। ଉଦ୍ୟୋଗପତି ଶ୍ରୀନିବାସ ଗୁପ୍ତା ତାଜମହଳ ତ ନିର୍ମାଣ କରି ନାହାନ୍ତି ,କିନ୍ତୁ ପତ୍ନୀଙ୍କ ସିଲିକନ ଭ୍ୟାକ୍ସର ମୂର୍ତ୍ତି ନିର୍ମାଣ କରି ପରିବାରର ସମସ୍ତ ସଦସ୍ୟଙ୍କୁ ଖୁସି ଦେଇଛନ୍ତି। ଏହି ମୂର୍ତ୍ତି ଅବିକଳ ତାଙ୍କ ପରି ହୋଇଛି।

ଅଗଷ୍ଟ ୮ତାରିଖରେ ନିଜ ନୂଆ ଘରର ଗୃହପ୍ରବେଶ ଅବସରରେ ଶ୍ରୀନିବାସ ନିଜ ଦିବଂଗତ ପତ୍ନୀ ମାଧବୀଙ୍କ ସହ ଅତିଥିଙ୍କ ସ୍ବାଗତ କରିଛନ୍ତି। ପତ୍ନୀଙ୍କ ମୂର୍ତ୍ତିକୁ ଷ୍ଟେଜରେ ରଖି ସୋଫାରେ ବସାଇ ନିଜେ ଶ୍ରୀନିବାସ ମଧ୍ୟ ସେଠାରେ ବସି ଯାଇଥିଲେ। ଏହା ଦେକି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

୩ବର୍ଷ ତଳେ ୨୦୧୭ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ମାଧବୀଙ୍କ ଦେହାନ୍ତ ହୋଇଯାଇଥିଲା। ଶ୍ରୀନିବାସ ନିଜ ପତ୍ନୀ ଏବଂ ୨ଝିଅଙ୍କ ସହ କାରରେ ଯାଉଥିଲେ। ସେତେବେଳେ ଏକ ଟ୍ରକ୍ ସହ ତାଙ୍କ କାରର ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ ମାଧବୀଙ୍କ ମୃତ୍ୟୁ ହୋଇଯାଇଥିଲା।

ଶ୍ରୀନିବାସଙ୍କ କହିବା ଅନୁସାରେ ତାଙ୍କୁ ତାଙ୍କ ପତ୍ନୀଙ୍କ କଥା ବହୁତ ମନେ ପଡ଼ୁଥିଲା। ପତ୍ନୀଙ୍କ ସ୍ବପ୍ନ ଥିଲା ସେ ନିଜ ନୂଆ ଘରକ ନିର୍ମାଣ ହେବାର ଦେଖିବେ। ଶ୍ରୀନିବାସ ମଧ୍ୟ ନିଜ ଘରେ ମାଧବୀଙ୍କ ସହ ରହିବାକୁ ଚାହୁଁଥିଲେ। ଏଥିପାଇଁ ଲୋକେ ତାଙ୍କୁ ଭାକ୍ସର ଏକ ମୂର୍ତ୍ତି ସ୍ଥାପନ କରିବାର ପରାମର୍ଶ ଦେଇଥିଲେ ଏବଂ ଶ୍ରୀନିବାସ ସେମାନଙ୍କ ପରାମର୍ଶ ମାନିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.